ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ସୁଖ ସମୃଦ୍ଧି ପାଇଁ ଆମେ ବିଭିନ୍ନ ପ୍ରକାର ଗଛ ଲଗାଇ ଥାଉ । ବାସ୍ତୁ ଶାସ୍ତ୍ର ରେ ସେଥିପାଇଁ ବିଭିନ୍ନ ପ୍ରକାର ଗଛ ଆମ ଜୀବନ ରେ ସୁଖ ସମୃଦ୍ଧି ଦେଇଥାଏ । ତେଣୁ ଆମେ ଆର୍ଥିକ ସୁଖ ସମୃଦ୍ଧି ପାଇଁ ଘରେ ଆମେ ପ୍ରାୟ ମନି ପ୍ଲାଣ୍ଟ ଲଗାଇ ଥାଉ । ତେଣୁ ଏହି ମନି ପ୍ଲାଣ୍ଟ ଲଗାଇବା ସମୟ ରେ କିଛି ଟା କଥାକୁ ଧ୍ୟାନ ରଖିବା ଉଚିତ୍ ।
* ଦିଗ ର ରଖନ୍ତୁ ଧ୍ୟାନ – ମନି ପ୍ଲାଣ୍ଟ କୁ ସର୍ବଦା ଦକ୍ଷିଣ ପୂର୍ବ ଦିଗରେ ରଖିବା ଉଚିତ୍ । ଏହି ଦିଗ ଧନ ସମୃଦ୍ଧି ପାଇଁ ଆକର୍ଷିତ କରିଥାଏ ।
* ଯଦି ଆପଣ ଉତ୍ତର ଦିଗରେ ମନି ପ୍ଲାଣ୍ଟ ରଖିବେ ତେବେ ଆୟ ର ନୂଆ ସ୍ରୋତ ଖୋଲିବ ଓ କ୍ୟାରିଅର ରେ ସଫଳତା ମିଳିବ ।
* ମନି ପ୍ଲାଣ୍ଟ କୁ କେବେବି ଝାଉଁଳି ବାକୁ ଦିଅନ୍ତୁ ନାହିଁ । ଏହାର ପ୍ରଭାବ ଆର୍ଥିକ ସ୍ଥିତି ଉପରେ ପଡିଥାଏ । ତେଣୁ ଏହାକୁ ନିୟମିତ ପାଣି ଦେବା ନିହାତି ଆବଶ୍ୟକ ।
* ମନି ପ୍ଲାଣ୍ଟ କୁ ଘରେ ଲଗାଇବା ଖୁବ୍ ଶୁଭ ଅଟେ । ଘରେ ସବୁଜ ରଙ୍ଗର କୁଣ୍ଡ କିମ୍ବା କାଚ ବୋତଲ ରେ ମନି ପ୍ଲାଣ୍ଟ ଲଗାଇବା ଖୁବ୍ ଶୁଭ ଅଟେ । ଏହା ଘରକୁ ସକାରାତ୍ମକ ଶକ୍ତି ଆଣିଥାଏ ।
* ମନି ପ୍ଲାଣ୍ଟ କୁ ନାଲି ରଙ୍ଗ ଠାରୁ ଦୂରେଇ ରଖିବା ଆବଶ୍ୟକ । ଏହାଦ୍ବାରା ଧନ ଅଭାବ ହୋଇଥାଏ । ମନି ପ୍ଲାଣ୍ଟ ଧନ ର ପ୍ରତୀକ ହୋଇଥାଏ ଏହାର ରଙ୍ଗ ଯେତେ ଗାଢ଼ ହୋଇଥାଏ ସେତେ ଅଧିକ ଧନ କୁ ଆକର୍ଷିତ କରିଥାଏ ।