ଆମ ଭାରତୀୟ ଚାଲିଚଳନ ରେ ଫେଙ୍ଗସୁଇ ଟିପ୍ସ ର ଖୁବ ଚାହିଦା ରହିଛି l କିନ୍ତୁ ଏହାକୁ ଠିକ ଭାବରେ ଆପଣାଇ ବ୍ୟବହାର କରିପାରିବା ହେଉଛି ସବୁଠୁ ବଡ ଲାଭ ଦେଇଥାଏ l ତେଣୁ ଫେଙ୍ଗସୁଇ ଟିପ୍ସ ରେ ସର୍ବପ୍ରଥମେ ଧନକୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଉପାୟ ମାଁ ରହିଥାଏ l ଯାହା ଆମକୁ ଧନ ଉପାର୍ଜନ କରିବାରେ ଓ ତାହାକୁ ସଂଚୟ କରିବାରେ ସାହାଯ୍ୟ କରିଥାଏ l
ଏହି ଫେଙ୍ଗସୁଇ ଟିପ୍ସ କୁ ଆପଣାନ୍ତୁ -:
୧) ୱେଲକମ୍ ଡୋର ମ୍ୟାଟ : ନିଜ ଘରର ମୁଖ୍ୟ ଦ୍ୱାରରେ ୱେଲକମ ଲେଖା ଯାଇଥିବା ଡୋରମ୍ୟାଟ ପକାନ୍ତୁ l ଫେଙ୍ଗସୁଇ ଅନୁସାରେ ଏପରି ଡ଼ୋରମ୍ୟାଟ ସୁଖ ସମୃଦ୍ଧି କୁ ଆକର୍ଶିତ କରିଥାଏ l
୨) ସୁଗନ୍ଧ ଯୁକ୍ତ ଗଛ ଲଗାନ୍ତୁ : ଘରକୁ ସତେଜତା ପ୍ରଦାନ କରୁଥିବା ଛୋଟ ଛୋଟ ସୁଗନ୍ଧିତ ଗଛକୁ ଲଗାଇବା ଉଚିତ l ଯେପରିକି ପୁଦିନା କିମ୍ବା ଅନ୍ୟ କୌଣସି ହର୍ବ ଲଗାନ୍ତୁ l ଏହାଦ୍ୱାରା ଘରର ବାତାବରଣ ସୁଖମୟ ଆଡକୁ ଆକର୍ଷିତ କରିବ l
୩) ହ୍ୟାଙ୍ଗଙ୍ଗି ମିରର ଲଗାନ୍ତୁ : ଏହାଦ୍ୱାରା ଘରକୁ ପଜିଟିଭ ଏନର୍ଜି ଆସିଥାଏ, ତେଣୁ ଏହାକୁ ଘରର ହଲ ରେ ଦକ୍ଷିଣ ଦିଗରେ ଲଗାନ୍ତୁ l
୪) ଫେଙ୍ଗସୁଇ ଫାଉଣ୍ଟେନ : ଘରେ ଗୋଟିଏ ଛୋଟ ଫେଙ୍ଗସୁଇ ଫାଉଣ୍ଟେନ ଲଗାଇବା ଖୁବ ଶୁଭ l ଏହାଦ୍ୱାରା ଧନ ର ଆଗମନ ହୋଇଥାଏ ଓ ସୁଖ ସମୃଦ୍ଧି ବଢିଥାଏ l
୫) ଫେଙ୍ଗସୁଇ କଇଁଛ : ବାସ୍ତୁଶାସ୍ତ୍ର ଅନୁସାରେ ଘରର ଉତର ଦିଗରେ ଫେଙ୍ଗସୁଇ କଇଁଛ ରଖିବା ଦ୍ୱାରା ଅସଫଳତା ଦୂର ହୋଇଥାଏ ଓ ଧନସମ୍ପତ୍ତି ଆକର୍ଷିତ ହୋଇଥାଏ l
୬) ଗୋଲଡେନ ଫିସ : ଲିଭିଂ ରୁମ ରେ ଗୋଲଡେନ ଫିସ ରଖିବା ଦ୍ୱାରା ଘର ପରିବାର ରେ ଧନ ସମୃଦ୍ଧି ବୃଦ୍ଧି ହୋଇଥାଏ l
୭) ଲାଫିଙ୍ଗ ବୁଦ୍ଧl : ଘରେ ଏହି ମୂର୍ତ୍ତିକୁ ରଖିବା ଦ୍ୱାରା ଧନ, ସୁଖ ଓ ସମୃଦ୍ଧି ବୃଦ୍ଧି ପାଇଥାଏ l
୮) ଫେଙ୍ଗସୁଇ ମନି ଫ୍ରଗ : ମେନ ଗେଟ ସାମ୍ନା ରେ ଏହାକୁ ରଖିବା ଦ୍ୱାରା ଘରେ ଧନ ସମ୍ପତି ବୃଦ୍ଧି ପାଇଥାଏ l କଦାପି ଏହାକୁ ଗାଧୁଆଘରେ କିମ୍ବା ରୋଷେଇ ଘରେ ରଖିବେ ନାହିଁ l
୯) ମା ଲକ୍ଷ୍ମୀଙ୍କ ଚରଣ : ଘରେ ଆପଣ ଯେଉଁଠି ବି ପଇସା ରଖୁଛନ୍ତି ସେଠାରେ ମା ଲକ୍ଷ୍ମୀଙ୍କ ପାଦୁକା ରଖିବା ପାଇଁ ଭୁଲିବେ ନାହିଁ l ଏହା ଚାନ୍ଦି ର ହୋଇଥିବା ଆବଶ୍ୟକ l
୧୦) କୁବେର ଯନ୍ତ୍ର : ଘରର ଉତ୍ତର ଦିଗରେ କୁବେର ଯନ୍ତ୍ର ସ୍ଥାପନା କରିବା ଦ୍ୱାରା ଧନ ର ଅଭାବ ରହି ନଥାଏ l