Odisha news

ସୋମବାର ଦିନ ଶିବଙ୍କୁ ଏହି ଉପାୟରେ ପୂଜା କରି ରୋଗ , ଚିନ୍ତାରୁ ମୁକ୍ତି ପାଆନ୍ତୁ ଓ ଧନ ଲାଭ କରନ୍ତୁ

ଦେବ ଦେବ ମହାଦେବଙ୍କ ପାଇଁ ସୋମବାର ଦିନଟି ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ l ହିନ୍ଦୁ ଶାସ୍ତ୍ର ଅନୁସାରେ ସୋମବାର ଦିନ ମହାଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛିଟା ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ଆବଶ୍ୟକ l ଭୋଳାନାଥ ଖୁବ ଶୀଘ୍ର ପ୍ରଶନ୍ନ ହୋଇ ଯାଇଥାଆନ୍ତି ଓ ମନ ମୁତାବକ ଫଳ ମଧ୍ୟ ଦେଇଥାଆନ୍ତି l ଆସନ୍ତୁ ଜାଣିବା ସୋମବାର ଉପାୟ ବିଷୟରେ l

* ଏହି ଦିଗକୁ ମୁହଁ କରି ପୂଜା କରନ୍ତୁ – ଶାସ୍ତ୍ର ଅନୁସାରେ ଯଦି ସୋମବାରଦିନ ଉତ୍ତର ଦିଗକୁ ମୁହଁ କରି ପୂଜା କରାଯାଏ ତେବେ ଏହା ଅତ୍ୟନ୍ତ ଶୁଭ ଫଳ ଦେଇଥାଏ l ଭୋଳାନାଥ ଏହା ଦ୍ୱାରା ଅତ୍ୟନ୍ତ ପ୍ରସନ୍ନ ହୋଇ ଥାଆନ୍ତି l ମାନ୍ୟତା ରହିଛି ଯଦି କେହି ଭକ୍ତ ସୋମବାରଦିନ ଉତ୍ତରଦିଗକୁ ମୁଖ କରି ଓଁ ନମଃ ଶିବାୟ ୧୧ ,୨୧ ଓ ୫୧ କିମ୍ବା ୧୦୮ ଥର ଜପ କରି ଥାଆନ୍ତି ତେବେ ମହାଦେବ ପ୍ରସନ୍ନ ହୋଇଥାଆନ୍ତି l

* ସୋମବାରଦିନ ଅଭସେକ କରିବାର ବିଧି – ଶାସ୍ତ୍ର ଅନୁସାରେ ଯଦି ଆପଣ ମାନସିକ ଚିନ୍ତାରେ ଗତି କରୁଛନ୍ତି ତେବେ ସୋମବାରଦିନ ଭଗବାନ ଶିବଙ୍କୁ ଚିନି ମିଶ୍ରିତ ଦୁଗ୍ଧ ରେ ଅଭିଷେକ କରନ୍ତୁ l ମାନ୍ୟତା ରହିଛି ଯେ ଏପରି କରିବା ଦ୍ୱାରା ଚିନ୍ତା ଦୂର ହୋଇଥାଏ l ତା ସହିତ ମସ୍ତିସ୍କ ମଧ୍ୟ ଶାନ୍ତ ରହିଥାଏ l

* ଏହି ଉପାୟ କରିଥାଏ ରୋଗରୁ ମୁକ୍ତି – ଯଦି ଆପଣ ବିଭିନ୍ନ ରୋଗରେ ଆକ୍ରାନ୍ତ ରହୁଛନ୍ତି ତେବେ ସୋମବାରଦିନ ଭଗବାନ ଶିବଙ୍କୁ ପଞ୍ଚାମୃତ ରେ ସ୍ନାନ କରାନ୍ତୁ l ଏପରି କରିବା ଦ୍ୱାରା ଶିବଙ୍କ କୃପା ରୁ ରୋଗ ମୁକ୍ତ ହେବା ସହିତ ଦରିଦ୍ରତା ଦୂର ହୋଇଥାଏ l

* ଦରିଦ୍ରତା ଦୂର ହୁଏ – ଯଦି ଆପଣ ଆର୍ଥିକ ସମସ୍ୟା ରେ ଗତି କରୁଛନ୍ତି ତେବେ ସୋମବାରଦିନ ଭଗବାନ ଶିବଙ୍କର ବିଧିବଦ୍ଧ ଭାବରେ ପୂଜା କରନ୍ତୁ l ଏହାପରେ ଶିବ ତାଣ୍ଡବ ପାଠ କରନ୍ତୁ l ମାନ୍ୟତା ରହିଛି ଯେ ଧାନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ l

Comments are closed.