ଦୁବାଇ,୩୧ା୮(ଏଜେନ୍ସି): ଆଗାମୀ ୧୯ ତାରିଖରୁ ଆଇପିଏଲ୍ ତ୍ରୟୋଦଶ ସଂସ୍କରଣ ବିଗୁଲ ବାଜିବ। ଏଥର ଏକାଧିକ ନବାଗତଙ୍କୁ ଆଇପିଏଲ୍ ମହାକୁମ୍ଭରେ ଦେଖିବାକୁ ମିଳିବ । ତେବେ ଦଳର ବରିଷ୍ଠ ତଥା ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମି ଜୁନିୟରମାନଙ୍କ ପାଇଁ ଉଦାହରଣ ସାଜିବେ ବୋଲି କିଙ୍ଗସ୍ ଏକାଦଶ ଦଳର ଫିଲïିଂ କୋଚ୍ ଜଣ୍ଟି ରୋଡସ୍ ଆଶା ବ୍ୟକ୍ତ କରିଛନ୍ତି । କରୋନା ମହାମାରୀ ସକାଶେ ଏଥର ଆଇପିଏଲ୍ ସେପେଫମ୍ବର ୧୯ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ୟୁଏଇର ଦୁବାଇ, ଆବୁଧାବି ଏବଂ ସାରଜା ଠାରେ ଅନୁଷ୍ଠିତ ହେବ ।