Odisha news

ଏହା ହେଉଛି ୧୪୦ କୋଟି ଭାରତୀୟ ଙ୍କ ସମ୍ମାନ : ପ୍ରଧାନମନ୍ତ୍ରୀ ମୋଦୀ

0

ନୂଆଦିଲ୍ଲୀ : ଆଜି ହେଉଛି ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ଆମେରିକା ଗସ୍ତର ଦ୍ଵିତୀୟ ଦିନ l ଭାରତୀୟ ସମୟ ଅନୁସାରେ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ହ୍ୱାଇଟ ହାଉସ ପହଞ୍ଚି ଥିଲେ l ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇ ଥିଲା l ଏହା ପୂର୍ବରୁ ମୋଦୀ ଆମେରିକା ରେ ପହଂଚିବା ପରେ ତାଙ୍କୁ ଗାର୍ଡ ଅଫ ହନର ଦିଆ ଯାଇଥିଲା l

ଏଠାରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାର ଫାର୍ଷ୍ଟ ଲେଡି ଜିଲ ବାଇଡେନ ଙ୍କ ସହିତ ୱାସିଂଟନ ରେ ସାକ୍ଷାତ କରିଥିଲେ l ଏହାପରେ ରାଷ୍ଟ୍ରପତି ଜୋ ବାଇ ଡେନ ଙ୍କ ଦ୍ୱାରା ଦିଆଯାଉଥିବା ରାତ୍ରୀ ଭୋଜନ ରେ ଅଂଶ ଗ୍ରହଣ କରିବା ପାଇଁ ହ୍ୱାଇଟ ହାଉସ ରେ ପହଞ୍ଚି ଥିଲେ l ହ୍ୱାଇଟ ହାଉସ ର ସାଉଥ ଲନ ର ବାଲକୋନୀ ରୁ ପ୍ରଧାନମନ୍ତ୍ରୀ ମୋଦି , ଜୋ ବିଡେନ ଓ ଜିଲ ବିଡେନ ଲୋକ ମାନଙ୍କ ର ଅଭିବାଦନ କରିଥିଲେ l

ଏହା ପୂର୍ବରୁ ହ୍ୱାଇଟ ହାଉସ ରେ ନିଜର ଭାଷଣ ରେ କହିଥିଲେ ଯେ ରାଷ୍ଟ୍ରପତି ବାଇ ଡେନ ବନ୍ଧୁତା ପାଇଁ ଧନ୍ୟବାଦ l ଏହି ଭବ୍ୟ ସ୍ବାଗତ ୧୪୦ କୋଟି ଭାରତୀୟ ଙ୍କ ସମ୍ମାନ ଅଟେ l ଏହି ସମ୍ମାନ ପାଇଁ ଜୋ ବାଇ ଡେନ ଓ ଜିଲ ବାଇ ଡେନ ଙ୍କୁ ହୃଦୟ ରୁ ଧନ୍ୟବାଦ ଦେବାକୁ ଚାହୁଁଚି l ୩ ଦଶକ ପୂର୍ବରୁ ଆମେରିକା ଆସିଥିଲି l ସେତେବେଳେ ହ୍ୱାଇଟ ହାଉସ କୁ ବାହାରୁ ଦେଖି ଥିଲି l ଏହା ପ୍ରଥାମ ଥର ହୋଇଛି ହ୍ୱାଇଟ ହାଉସ ର ଦୁଆର ମୁହଁ ଏତେ ସଂଖ୍ୟା ରେ ଭାରତୀୟ – ଆମେରିକୀୟ ଙ୍କ ପାଇଁ ଖୋଲା ଯାଇଛି l ରାଷ୍ଟ୍ରପତି ବାଇ ଡେନ ଓ ମୋ ମଧ୍ୟରେ ଆଜିର ସାକ୍ଷାତକାର ପ୍ରତ୍ୟେକ ଥର ଭଳି ସକାରାତ୍ମକ ସାକ୍ଷାତକାର ରହିବ l ଆମେ ଉଭୟ ଦେଶ ନିଜର ବିବିଧତା କୁ ନେଇ ଗର୍ବିତ ଅନୁଭବ କରୁଛୁ l ”

ବାଇ ଡେନ କହିଥିଲେ ଯେ ଆମେରିକା ଓ ଭାରତ ମଧ୍ୟରେ ସମ୍ବନ୍ଧ ଏହି ଶତାବ୍ଦୀ ର ନିର୍ଣ୍ଣାୟକ ସମ୍ବନ୍ଧ ମଧ୍ୟରୁ ଗୋଟିଏ l ମୁଁ ଭାରତ ର ପ୍ରଧାନମନ୍ତ୍ରୀ ଙ୍କୁ ଏହି ରାଜକୀୟ ସ୍ୱାଗତ କରି ପାରି ଥିବାରୁ ନିଜକୁ ଗର୍ବିତ ମନେ କରୁଛି l

ଏହି କାର୍ଯ୍ୟକ୍ରମ ରେ ମୋଦୀ ଆମେରିକୀୟ କ୍ୟାବିନେଟ ମନ୍ତ୍ରୀ ଙ୍କୁ ମଧ୍ୟ ସାକ୍ଷାତ କରିଥିଲେ l

ଏହି ପରିପ୍ରେକ୍ଷୀ ରେ ହ୍ୱାଇଟ ହାଉସ ର ରାଷ୍ଟ୍ରୀୟ ସୁରକ୍ଷା ପ୍ରବକ୍ତା ଜନ କୀର୍ବି କହିଥିଲେ ଯେ ‘ଆମେ ଆଭାର ବ୍ୟକ୍ତ କରୁଛୁ ଯେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଯାତ୍ରାରେ ଗୋଟିଏ ପ୍ରେସ କର୍ଣ୍ଣାଫରେନ୍ସ ରେ ସାମିଲ ହେବେ , ଏହା ଆମ ପାଇଁ ଖୁବ ମହତ୍ୱପୂର୍ଣ ଅଟେ l

Leave A Reply