ଚଳିତ ମାସ ୨୫ ପରିବର୍ତେ ୧୮ ତାରିଖରେ ହେଲା ପ୍ରଧାନମନ୍ତ୍ରୀଙ୍କ ୧୦୨ ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ
ରାଜ୍ୟର ଅନେକ ସ୍ଥାନରେ ଦଳୀୟ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ସ୍ଥାନୀୟବାସିନ୍ଦାଙ୍କ ଗହଣରେ ଏକାଠି ହୋଇ ‘ମନ୍ କି ବାତ୍’ କାର୍ଯ୍ୟକ୍ରମକୁ ଶୁଣିଛନ୍ତି
ଭୁବନେଶ୍ୱର, ତା.୧୮/୦୬: ପ୍ରତି ମାସ ଶେଷ ରବିବାରରେ ନିରନ୍ତର ଭାବେ ପ୍ରସାରିତ ହୋଇ ଆସୁଛି ପ୍ରଧାନମନ୍ତ୍ରୀ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ । ୨୦୧୪ ମସିହା ଅକ୍କୋବର ୩ ତାରିଖ ଦିନ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ୧୦୨ ତମ ଅଧ୍ୟାୟ ଆଜି ପ୍ରସାରିତ ହୋଇଛି । ଭାରତବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଏକମାତ୍ର ରାଷ୍ଟ୍ରମୁଖ୍ୟ, ଯିଏ ଲୋକଙ୍କ ସହ ସିଧାସଳଖ କଥା ହୋଇଥାନ୍ତି । ଏକ ଆନେ୍ଦାଳନରେ ପରିଣତ ହୋଇସାରିଥିବା ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଦେଶର ଯୁବ, ମହିଳା, ଛାତ୍ରଛାତ୍ରୀ, ଗ୍ରାମାଂଚଳ, ସହରାଂଚଳବାସୀଙ୍କ ମନରେ ଏକ ନୂତନ ଉନ୍ମାଦନା ସୃଷ୍ଟି କରିପାରିଛି । ସାଧାରଣ ଲୋକଙ୍କ ଅସାଧାରଣ କାର୍ଯ୍ୟ ଓ ସାମର୍ଥ୍ୟକୁ ଲୋକଲୋଚନକୁ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଛି ‘ମନ୍ କି ବାତ୍’ କାର୍ଯ୍ୟକ୍ରମ । ଦେଶର ଐତିହ୍ୟ, ସଂସ୍କୃତି, ପରଂପରା, ଅସ୍ମିତାକୁ ଆଜି ବିଶ୍ୱ ଦରବାରରେ ପହଂଚାଇବାରେ ସହାୟକ ହୋଇଛି ‘ମନ୍ କି ବାତ୍’ କାର୍ଯ୍ୟକ୍ରମ । ଆନ୍ତର୍ଜାତୀକ ଯୋଗ ଦିବସ ଏବଂ ପବିତ୍ର ରଥଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବାସ୍ତବରେ ସମସ୍ତଙ୍କ ପ୍ରେରଣାର କେନ୍ଦ୍ରବିନ୍ଦୁ ସାଜିଛି ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ସାମଲ ଆଜି ଭୁବନେଶ୍ୱର ମହାନଗର ନିଗମର ଓ୍ôାର୍ଡ-୩୩ ଅନ୍ତର୍ଗତ ୧୭୬ ନମ୍ବର ବୁଥ୍ରେ ୧୦୨ ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମକୁ ଶୁଣିଥିଲେ । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ଧରିତ୍ରୀ ଜେନା ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
ଆଜି ରାଜ୍ୟର ଅନେକ ସ୍ଥାନରେ ଦଳୀୟ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ସ୍ଥାନୀୟବାସିନ୍ଦାଙ୍କ ଗହଣରେ ଏକାଠି ହୋଇ ‘ମନ୍ କି ବାତ୍’ କାର୍ଯ୍ୟକ୍ରମକୁ ଶୁଣିଛନ୍ତି ।