ଦଶପଲ୍ଲା୧୮/୬ :ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅସହ୍ୟ ଗରମ ସହ ଗୁଳୁଗୁଳି ଜନଜୀବନ କୁ ଅସ୍ତବ୍ୟସ୍ତ କରୁଥିବା ବେଳେ ଗତ ଦୁଇଦିନ ଧରି ଦଶପଲ୍ଲା ରେ ବିଦ୍ୟୁତ ର ଲୁଚକାଳି ଖେଳ ଲୋକ ମାନଙ୍କୁ ଅସ୍ତବ୍ୟସ୍ତ କରିଛି । ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ସହ ହଠାତ ବିଦ୍ୟୁତ କାଟ ଓ ଏହାର କିଛି ସମୟ ପରେ ହଠାତ ବିଦ୍ୟୁତ ଆସିବା କୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ରବିବାର ଦିନ ଏହି ଅସନ୍ତୋଷ ର ତାତି ଦେଖିବାକୁ ମିଳିଛି । ବିଦ୍ୟୁତ ବିତରଣ ଦାୟିତ୍ୱରେ ଥିବା ଟାଟା ପାୱାର ର ମନ ମୁଖୀ ନେଇ ଉତ୍ୟକ୍ତ ଜନତା ଟିପିସିଓଡିଏଲ ଅଫିସ ସମୁଖ ୫୭ ନଂ ଜାତୀୟ ରାଜପଥ ଉପରେ ଟାୟାରଜାଳି ରାସ୍ତା ଅବରୋଧ କରିଥିଲେ । ଦୁଇଘଣ୍ଟା ଧରି ରାସ୍ତା ଅବରୋଧ କରିବା ପରେ ପୋଲିସ ସହ ବିଭାଗୀୟ ଏସଡ଼ିଓ ଓ ସେକ୍ସନ ଇନିଚାର୍ଜ ଆନ୍ଦୋଳନ ରତ ଲୋକଙ୍କ ନିକଟରେ ପହଂଚି ଲୋକ ମାନଙ୍କୁ ବୁଝା ସୁଝା କରିବା ସହ ଲିଖିତ ପ୍ରତିଶୃତି ଦେବା ପରେ ଉତ୍ୟକ୍ତ ଜନତା ଆନ୍ଦୋଳନ ରୁ ନିବୃତ ରହିଥିଲେ । ରାସ୍ତା ଅବରୋଧ ଫଳରେ ଜାତୀୟ ରାଜପଥ ର ଉଭୟ ପାର୍ଶ୍ୱରେ ଗାଡି ଚଳାଚଳ ବନ୍ଦ ରହିଥିଲା ।