Odisha news

ପ୍ରଧାନମନ୍ତ୍ରୀଙ୍କ ୭୦ତମ ଜୟନ୍ତୀରେ ରକ୍ତଦାନ ଶିବିର ଆୟୋଜନ କଲା ବିଜେପି

0

ଖୋର୍ଦ୍ଧା,୧୭ା୯(ସ.ବୁ୍ୟ): ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ତମ ଜୟନ୍ତୀ ଅବସରରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ବିଜେପି ତରଫରୁ ମଳିପଡ଼ାସ୍ଥିତ ମୋହନ ଲାଲ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ମୋଦୀଙ୍କ ଜନ୍ମ ସପ୍ତାହକୁ ସେବା ସପ୍ତାହ ରୂପେ ପାଳନ କରାଯାଉଛି । ସେବା ସପ୍ତାହର ଚତୁର୍ଥ ଦିନ ଅର୍ଥାତ୍ ୧୭ସେପ୍ଟମ୍ବର ମୋଦୀଙ୍କ ଜନ୍ମ ତିଥିରେ ଯୁବ ମୋର୍ଚ୍ଚାର ସହଯୋଗରେ ଆୟୋଜିତ ଉକ୍ତ ରକ୍ତଦାନ ଶିବିରକୁ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଲକ୍ଷ୍ମୀଧର ଶ୍ରୀଚନ୍ଦନ ଉଦ୍ଘାଟନ କରିଥିଲେ । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡେଇତରାୟଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିରରେ ୪୧ଜଣ ସ୍ୱେଚ୍ଛାକୃତ ରକ୍ତ ଦାତା ରକ୍ତଦାନ କରିଥିଲେ ।

ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଶ୍ରୀରଂଜନ ମଙ୍ଗରାଜ, ଦକ୍ଷିଣ ମଣ୍ଡଳ ସଭାପତି ସୀତାରାମ ରାଉତରାୟ, ସମାଜସେବୀ କିଶୋର ବରାଳ,କୁହୁଡ଼ି ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଅନିଲ ପଲେଇ, ଖୋର୍ଦ୍ଧା ନଗର ଯୁବମୋର୍ଚ୍ଚା ସଭାପତି ଆଶୁତୋଷ ପଟ୍ଟନାୟକ, ଯୁବ ନେତା ସୁକେଶ ସେନାପତି, ସୁଭ୍ରଜିତ ମଙ୍ଗରାଜ ଓ ଶିବ ପ୍ରସାଦ ପ୍ରଧାନ ପ୍ରମୁଖଙ୍କ ସହଯୋଗ ଓ ଉପସ୍ଥିତିରେ ଆୟୋଜିତ ଏହି ଶିବିରରେ ବଡ଼ ପୋଖରୀଆ ସଭାପତି ବିପିନ କୁମାର ପାଲଟାସିଂହ, ନିରାକାରପୁର ମଣ୍ଡଳ ସଭାପତି ଆଲୋକ ରଂଜନ ଛୋଟରାୟ, ଯୁବ ନେତା ବିଶ୍ୱଭୂଷଣ ପଟ୍ଟନାୟକ, ଦକ୍ଷିଣ ଖୋର୍ଦ୍ଧା ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ସୋଭାଗ୍ୟ ରଂଜନ ରାୟସିଂହ, ନିରାକାରପୁର ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଜିତେନ୍ଦ୍ର ପ୍ରଧାନ, ବଡ଼ପୋଖରୀଆ ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଯୁଧିଷ୍ଠିର ମହାପାତ୍ର, ଖୋର୍ଦ୍ଧା ନଗର ସାଧାରଣ ସମ୍ପାଦକ ତି୍ରଲୋଚନ ଦାସ, ଟାଙ୍ଗୀ ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଶିବ ପ୍ରସାଦ ପରିଡ଼ା, ଶୁଭସ୍ମିତା ମହାପାତ୍ର, ସେକ ସୈଦୁଲା ଗଙ୍ଗାଧର ଚମ୍ପତ୍ତି, ଲକ୍ଷ୍ମୀଧର ବାରିକ, ବିକାଶ ସୁବୁଦ୍ଧି, ଦେବାଶିଷ ବରାଳ, ସତ୍ୟଜିତ ଭଞ୍ଜ, ନବକିଶୋର ବଳିଆରସିଂହ, ଅନିଲ କୁମାର ଜଗବେ୍ଦବ, ଅଶୋକ ସାମନ୍ତରାୟ, ସରୋଜ ପ୍ରଧାନ, ବିଭୁତି ବଳିଆରସିଂହ ଓ କୁନାଲ କଳସ ପ୍ରମୁଖ ୪୧ଜଣ ସ୍ୱେଚ୍ଛାକୃତ ରକ୍ତ ଦାନ କରିଥିଲେ ।

ଖୋର୍ଦ୍ଧା ବ୍ଲଡ଼ ବ୍ୟାଙ୍କ ତରଫରୁ ଡ଼ାକ୍ତର ସରାଂଶ ମିଶ୍ର, ଟେକସିଆନ୍ ଅରୁଣ କୁମାର ସାହୁ, ଅନିରୁଦ୍ଧ ସ୍ୱାଇଁ, ଅମର ଜ୍ୟୋତି ମହାପାତ୍ର ଓ ରଶ୍ମୀ ରଂଜନ ମହାରଣା ପ୍ରମୁଖ ଏଥିରେ ଯୋଗ ଦେଇ ସହଯୋଗ କରିଥିଲେ । ଭୁବନେଶ୍ୱରର ସେଣ୍ଟ ଜନସ ଆମ୍ବୁଲାନ୍ସ ତରଫରୁ ପ୍ରସନ୍ନ କୁମାର ପଣ୍ଡା, ଜିତେନ କୁମାର ନାୟକ, ସଂଜୟ ଦେହୁରି ପ୍ରମୁଖ ସ୍ୱେଚ୍ଛା ସେବୀ ଭାବେ ଉପସ୍ଥିତ ରହି ସହଯୋଗ କରିଥିଲେ

Leave A Reply