ମୋଦି ସରକାରଙ୍କ ର ବଡ଼ ଘୋଷଣା : କରୋନାରେ ମୃତ୍ୟୁ ହେଲେ ମିଳିବ ୫୦ହଜାର ଟଙ୍କାର ସହାୟତା , ଜାଣନ୍ତୁ କିପରି କରିବେ ଆବେଦନ
ନୂଆଦିଲ୍ଲୀ : କରୋନା ରେ ଯେଉଁ ବ୍ୟକ୍ତି ମାନଙ୍କର ମୃତ୍ୟୁ ହେବ ସେହି ବ୍ୟକ୍ତି ଙ୍କ ପରିବାର କୁ କେନ୍ଦ୍ର ସରକାର ଦେବେ ଆର୍ଥିକ ସହାୟତା । କେନ୍ଦ୍ର ସରକାର ବୁଧବାର ଦିନ ସୁପ୍ରିମ କୋର୍ଟ ଙ୍କ ନିକଟରେ ଏହି ତଥ୍ୟ ଦେଇଛନ୍ତି । କିନ୍ତୁ ସେଥି ପାଇଁ ପରିବାର ସଦସ୍ୟ ଙ୍କୁ ମୃତ୍ୟୁ ପ୍ରମାଣ ପତ୍ର ଦେଖେଇବାକୁ ପଡ଼ିବ । ସୁପ୍ରିମ କୋର୍ଟ ଏହାକୁ ନେଇ ଗାଇଡ ଲାଇନ ପ୍ରସ୍ତୁତ କରିବାକୁ କହିଥିଲେ ।
କେନ୍ଦ୍ର ସରକାର କୋର୍ଟ ଙ୍କୁ କଣ କହିଥିଲେ ?
ସୁପ୍ରିମ କୋର୍ଟ ଜୁନ୍ ମାସରେ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ କରୋନା କାରଣରୁ ଯେଉଁ ବ୍ୟକ୍ତି ପରିବାର ସଦସ୍ୟ ଙ୍କ ର ମୃତ୍ୟୁ ହେଇଚି ସେମାନଙ୍କୁ କ୍ଷତି ପୂରଣ ବାବଦରେ ୫୦ ହଜାର ଟଙ୍କା ଦିଆ ଯିବ । ଏହାକୁ ନେଇ NDMN କୁ କୁହା ଯାଇଥିଲା ଗାଇଡ ଲାଇନ ପ୍ରସ୍ତୁତ କରିବା ପାଇଁ । ଏହି ଗାଇଡ ଲାଇନ ଅନୁସାରେ ୫୦ ହଜାର ଟଙ୍କା ମୃତକ ଙ୍କ ପରିବାର କୁ ଦିଆଯିବ ।
ସେଥି ପାଇଁ କଣ କରିବାକୁ ପଡ଼ିବ ?
– ସର୍ବ ପ୍ରଥମେ କରୋନା ର ପୁଷ୍ଟି ହେବା ଆବଶ୍ୟକ । ଯେଉଁଥିରେ ରୋଗୀ ଡାକ୍ତରଖାନା ରେ ଭର୍ତ୍ତି ହେବା ସହ RTPCR ଟେଷ୍ଟ ହୋଇଥିବା ଜରୁରୀ ନଚେତ୍ ଘରେ ହେବା ମଧ୍ୟ ଆବଶ୍ୟକ ।
– ଟେଷ୍ଟ ଆଧାରରେ ଯଦି ରୋଗୀ କରୋନା ରେ ମୃତ୍ୟୁ ବରଣ କରୁଛନ୍ତି ତେବେ ଘରେ କିମ୍ବା ଡ଼ାକ୍ତରଖାନା ରେ ଯେଉଁଠି ହୋଇଥିଲେ ମଧ୍ୟ ଚଳିବ ।
– ଏହା ସହିତ ଜନ୍ମ ଓ ମୃତ୍ୟୁ ର ପାଞ୍ଜି କରଣ ହେବା ନିହାତି ଜରୁରୀ । ଏହି ପ୍ରମାଣପତ୍ର ରେଜିଷ୍ଟର ହୋଇଥିବା ଜରୁରୀ । ଆକ୍ଟ ୧୯୬୯ ଅନୁସାରେ ମେଡିକାଲ ସାର୍ଟିଫିକେଟ ଅଫ କଜ୍ ଅଫ ଡେଥ ଜାରୀ କରାଯାଇ ଥିବା ।
ଆବେଦନ କରିବାର ପ୍ରୋସେସ –
ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଦୁର୍ବିପାକ ଆବେଦନ ଫର୍ମ ଜାରୀ କରିବାକୁ ପଡ଼ିବ । ଏହି ଫର୍ମ ର ଆବେଦନ ସହ ସମସ୍ତ ତଥ୍ୟ ଦେବା ଉଚିତ୍ । ତା ସହିତ ମୃତକ ଓ ଆବେଦନ କାରୀ ଙ୍କ ଆଧାର କାର୍ଡ ଆବଶ୍ୟକ ।
ସରକାର ଏଥିପାଇଁ ଜିଲ୍ଲା ସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କମିଟିରେ ଆଦିସନଲ ଡିଷ୍ଟିକ୍ କଲେକ୍ଟର , ଚିଫ ମେଡିକାଲ ଅଫିସର ଓ ସର୍ଜେଣ୍ଟ ଏକ୍ସପୋର୍ଟ ରହିବେ । ଅଧିକ ତଥ୍ୟ ଆପଣ ନିଜ ଜିଲ୍ଲା ଅଧିକାରୀ ଙ୍କୁ ସାକ୍ଷାତ କରି ପାରିବେ ।
ମୃତକ ଙ୍କ ପରିବାର କୁ ଆବେଦନ କରିବାର ୩୦ ଦିନ ମଧ୍ୟରେ ଅନୁକମ୍ପା ମୂଳକ ରାଶି ପାଇଁ ସମସ୍ତ କାର୍ଯ୍ୟକୁ ସମାପ୍ତ କରିବାକୁ ପଡ଼ିବ ଓ ଯଦି ସମସ୍ତ ତଥ୍ୟ ଓ କାଗଜ ପତ୍ର ଠିକ୍ ଥିବ ତେବେ ୩୦ ଦିନ ମଧ୍ୟରେ ମିଳିଯିବ । ଯଦି ଆପଣଙ୍କର ଆବେଦନ ରିଯେକ୍ଟ ହେବ ତେବେ ଆପଣଙ୍କୁ ୩୦ ଦିନ ମଧ୍ୟ ରେ ଜଣାଇ ଦିଆଯିବ ଯେ କେଉଁ କାରଣରୁ ଆପଣଙ୍କ ଆବେଦନ ଖାରଜ ହେଲା ।

Comments are closed.