ନର୍ଲା(ଦୀପକ କୁମାର ଠାକୁର) ନର୍ଲା ଥାନା ଅନ୍ତର୍ଗତ ଘଣ୍ଟମାଳ ନିକଟସ୍ଥ ବଡ଼ ଡଙ୍ଗର ଜଙ୍ଗଲ ମଧ୍ୟରୁ ଏକ ଝୁଲନ୍ତା ଶବକୁ ପୋଲିସ ଉଦ୍ଧାର କରିଛି। ଜଙ୍ଗଲ ମଝିରେ ଥିବା ଏକ ଗଛ ଡାଳରେ ଶବ ବେକରେ ଫାସ ପଡ଼ି ଝୁଲନ୍ତା ଅବସ୍ଥାରେ ଥିବା ବେଳେ ନର୍ଲା ପୋଲିସ କୈାଣସି ସୂତ୍ରରୁ ସୂଚନା ପାଇ ଘଟଣା ସ୍ଥଳକୁ ଯାଇ ଶବଟିକୁ ଉଦ୍ଧାର କରିଥିଲା। ଶବଟିକୁ ମଧ୍ୟ ପୋଲିସ ଚିହ୍ନଟ କରିବାରେ ସକ୍ଷମ ହୋଇଛି। ନର୍ଲା ପଞ୍ଚାୟତ ପଡ଼ାର ତୁଲସୀରାମ ଚନ୍ଦନ ( ୫୪) ନବାନ୍ନ ପର୍ବ ପୂର୍ବରୁ ନିଖୋଜ ଥିବା ବେଳେ ପରିବାର ଲୋକଙ୍କ ସହାୟତାରେ ମୃତ ତୁଲସୀର ଶବ ଚିହ୍ନଟ କରାଯାଇଛି। ଶବଟି ପଚିସଢି ଯାଇଥିବାରୁ ଘଟଣା ସ୍ଥଳରେ ହିଁ ଶବ ବ୍ୟବଚ୍ଛେଦ ପରେ ନର୍ଲା ପୋଲିସ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛନ୍ତି। ନର୍ଲା ଥାନା କେସ ନଂ ୧୭/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଥିବା ନର୍ଲା ଆଇଆଇସି ରେଣୁକା ସୁନା ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

Comments are closed.