ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ଥାନା ଅଂଚଳରେ ମୋବାଇଲ ଝାମ୍ପି ଆତଙ୍କ ସୃଷ୍ଟି କରିଥିବା ଦୁଇ ଲୁଟେରାଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ । ଗିରଫ ଦୁଇ ଲୁଟେରା ହେଲେ ସରକନ୍ତରାର ବିକାଶ ପ୍ରଧାନ ଓରଫ ବିକି ଏବଂ ପୁରୀ କୋଣାର୍କର ତି୍ରଲୋଚନ କାଣ୍ଡି(୩୦) । ଦୁହିଁଙ୍କଠାରୁ ପୁଲିସ ୧୧ଟି ମୋବାଇଲ ଜବତ କରିଛି । ଦୁହିଁଙ୍କୁ ଶନିବାର ଦିନ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହୋଇଯିବାରୁ ଦୁହିଁଙ୍କୁ ଝାରପଡା ଜେଲ ହାଜତକୁ ପଠାଇ ଦିଆଯାଇଛି ।
ଦୁହିଁଙ୍କ ନାମରେ ରାଜଧାନୀର ବିିଭିନ୍ନ ଥାନାରେ ଲୁଟ୍ପାଟ ଭଳି ଅନେକ ଅପରାଧୀକ ମାମଲା ରହିଛି । ସୂଚନାଯୋଗ୍ୟ ଯେ, ଖଣ୍ଡଗିରି ବାରିରେ ରହୁଥିବା ଶ୍ରୀଧର ବେହେରା ୧୩ ତାରିଖ ଦିନ ବି.କେ ଆର୍ଟ କଲେଜ ଦେଇ ଚାଲି ଚାଲି ଆସୂୁଥିବା ସମୟରେ ବିକି ଓ ତି୍ରଲୋଚନ ବାଇକ୍ରେ ଦ୍ରୁତ ବେଗରେ ଆସି ତାଙ୍କ ହାତରୁ ମୋବାଇଲ ଫୋନ୍ ଛଡାଇ ନେଇ ପଳାଇଥିଲେ । ସେ ଚିକôାର କରିଥିଲେ ମଧ୍ୟ ଅପରାଧିମାନଙ୍କ ଟେର ମିଳିନଥିଲା । ଏନେଇ ଶ୍ରୀଧର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ଛାନ୍ଭିନ କରି ଦୁଇ ପେଶାଦାର ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତମାନଙ୍କଠାରୁ ପୁଲିସ ୧୧ଟି ମୋବାଲଇ ଫୋନ ଜବତ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ।
