Odisha news

ଲକ୍ଷାଧିକ ଟଙ୍କାର ମଦ ଜବତ : ୬ ଗିରଫ

0

ଭୁବନେଶ୍ୱର : ରାଜଧାନୀରେ ଭୁବନେଶ୍ୱର ଶୁକ୍ରବାର ରାତିରୁ ଲକଡାଉନ-୫.୦ କଟକଣା ଆରମ୍ଭ ହୋଇଛି । ହେଲେ ନିଶା ବେପାରୀମାନେ ଏହାକୁ ବେଖାତିର କରି କାରରେ ମଦ କାରବାର ଚଳାଉଛନ୍ତି । ବିଶେଷ ସୂତ୍ରରୁ ଖଣ୍ଡଗିରି ଥାନା ଅଧିକାରୀ ରଶ୍ମିରଂଜନ ମହାପାତ୍ର ଚଢ଼ଉ କରି ୬ ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ନିଶା ବେପାରୀମାନଙ୍କଠାରୁ ପୁଲିସ ୨୬୨ ବୋତଲ ଦେଶ ଓ ବିଦେଶୀ ମଦ ଜବତ କରିଛନ୍ତି । ଜବତ ମଦର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଖଣ୍ଡଗିରି ଥାନା ପୁଲିସ କାର୍ ସହ ମଦ ଜବତ କରିଛି ।

ଗିରଫ ଅଭିଯୁକ୍ତମାନେ ହେଲେ ଲିଙ୍ଗରାଜ ଥାନା କେଟା ସାହିର ସୁନନ୍ଦ କୁମାର ଦାସ(୨୪), ଧଉଳି ଥାନା ସାମନ୍ତରାପୁରର ସୌମ୍ୟରଂଜନ ସେଠୀ(୨୪), କେନ୍ଦ୍ରାପଡା ରାଜନଗରର ପ୍ରଭଞ୍ଜନ ପରିଡା(୨୨), ପ୍ରଭଜ୍ଞନ ନୂଆପଲ୍ଳୀ ପ୍ଲଟ ନମ୍ବର ୫୮୪ରେ ରୁହେ । ସେହିଭଳି ଗଞ୍ଜାମ ଜିଲ୍ଲା ବୋ÷ଦ୍ଧର ସନ୍ତୋଷ ନାୟକ(୨୦), ଖୋର୍ଦ୍ଧା ସଦରର ଭାଗିରଥି ପାଇକରାୟ(୩୮) ଏବଂ ପୁରୀ ଜିଲ୍ଲା ବାଲିସାହିର ବବୁଲ ପଟ୍ଟନାୟକ(୪୨) । ନିଶାବେପାରୀମାନଙ୍କଠାରୁ ପୁଲିସ ଡବ୍ଲୁବି ୦୬-ସି-୪୭୪୭ କାର୍ ଜବତ କରିଛି ।

ସୂଚନାଯୋଗ୍ୟ ଯେ, ୪ଜଣ ନିଶା ବେପାରୀ କାର୍ରେ ମଦ ଆଣି ପାତ୍ରପଡା ଦେଇ ଆସୁଥିବା ସମୟରେ ଖଣ୍ଡଗିରି ଥାନା ପୁଲିସ ବିଶେଷ ସୂତ୍ରରୁ ଖବର ପାଇ କାର୍୍କୁ ଯାଂଚ କଲାବେଳେ ଜବତ କରିଥିଲା । କାର୍କୁ ପୁଲିସ ଥାନାକୁ ଆଣି ପଚରାଉଚରା କରିବା ପରେ ତା ଭିତରୁ ପ୍ରଚୁର ପରିମାଣର ମଦ ପୁଲିସ ଜବତ କରିଛି । ସେହିଭଳି ଭରତପୁର ଥାନା ଅଂଚଳରୁ ଦେଶୀ ମଦ ସହ ଦୁଇଜଣଙ୍କୁ ପୁଲିସ ଗିରଫ କରିଛି । ସମସ୍ତ ୬ ନିଶା ବେପାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି ।

 

Nalco
Leave A Reply