କନ୍ଦମୂଳ ଖାଇବା ଯେତିକି ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପକ୍ଷ ମଧ୍ୟ ସେତିକି ହିତକର l ଶୀତଦିନେ କନ୍ଦମୂଳ ଉତ୍ପାଦନ ହୋଇଥାଏ l ଦେଶରେ ପ୍ରାୟତଃ ସମସ୍ତ ସ୍ଥାନରେ କନ୍ଦମୂଳ ଚାଷ କରାଯାଏ l ପୋଷାକ ତତ୍ତ୍ୱରେ କନ୍ଦମୂଳ ଭରପୁର ଅଟେ l ଏହା ତିନି ପ୍ରକାରର ଦେଖିବାକୁ ମିଳିଥାଏ ଯଥା ଗୋଲାପୀ ,ଲାଲ ଓ ଧଳା l ଭାରତ ବ୍ୟତୀତ ଏସିଆ ମହାଦେଶ ଓ ୟୁରୋପ ମହାଦେଶରେ ମଧ୍ୟ କନ୍ଦମୂଳ ଚାଷ କରାଯାଏ l କନ୍ଦମୂଳ କୁ ଲୋକମାନେ ଆଳୁ ସହିତ ତୁଳନା କରିଥାନ୍ତି l କନ୍ଦମୂଳ କଣ ହୁଏତ ସେ ବିଷୟରେ କହିବା କାହାକୁ ଆବଶ୍ୟକ ନାହିଁ ,ଏହାର ସ୍ୱାଦ ହିଁ ଏହାର ମହତ୍ଵକୁ ବଢ଼ାଇ ଦେଇଥାଏ l ମଧୁମେହ ରୋଗୀମାନେ କନ୍ଦମୂଳ କୁ ନିଜ ଖାଦ୍ୟରେ ସାମିଲ କରିପାରିବେ ହୁଏତ ସେମାନେ ଏହା ଜାଣିନଥିବେ l
* ମଧୁମେହ ପାଇଁ ଲାଭକାରୀ କନ୍ଦମୂଳ -ମଧୁମେହ ଆଜିକାଲି ଏକ ସାଧାରଣ ସମସ୍ୟା l ଡାକ୍ତରଙ୍କ ପରାମର୍ଶ ନେଇ ଲୋକମାନେ ଅନେକ ଗୁଡିଏ ପରିବା ଓ ଫଳମୂଳ ଖାଇବା ଛାଡି ଦିଅନ୍ତି l କିନ୍ତୁ ମଧୁମେହ ରୋଗୀୟମାନେ କନ୍ଦମୂଳ ଖାଇବା ତାଙ୍କ ପକ୍ଷ ହିତକର କାରଣ କନ୍ଦମୂଳରେ କାର୍ବୋହାଇଡ୍ରେଡ଼ର ପରିମାଣ କମ ଥାଏ l ବିଶେଷଜ୍ଞନ ମାନଙ୍କ ମତରେ କନ୍ଦମୂଳ ବ୍ଲଡ଼ ସୁଗାରର ମାତ୍ରାକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ l କନ୍ଦମୂଳରେ ଫାଇବାରର ମାତ୍ର ଅଧିକ ଥିବା ହେତୁ ମଧୁମେହ ରୋଗୀମାନେ ଖାଇ ପାରିବେ l
* ଶ୍ୱାସ ପାଇଁ କନ୍ଦମୂଳ ହିତକର -ଶ୍ୱାସ ରୋଗୀମାନେ କନ୍ଦମୂଳ ସେବନ କରିବା ଦ୍ୱାରା ତାଙ୍କୁ ଶ୍ୱାସ ରୋଗପାଇଁ ଆରାମ ମିଳିଥାଏ l କନ୍ଦମୂଳରେ ଆଣ୍ଟିଆକ୍ସିଡେଣ୍ଟ ରହିବ ସହିତ ଅନ୍ୟ ମିନେରାଲସ ଭରପୁର ଅଟେ ,ଯାହା ଶ୍ୱାସ ରୋଗରୁ ଆରାମ ଦିଏ l ଏଥିରେ ଥିବା ବିଟାକେରୋଟିନ ଶ୍ୱାସ ରୋଗପାଇଁ ଲାଭଦାୟକ l
* ହାଡ଼କୁ ମଝବୁତ କରେ କନ୍ଦମୂଳ -ନେସନାଲ ଅଷ୍ଟ୍ରିୟପୋରସିସ ଫାଉଣ୍ଡେସନ ଅନୁସାରେ ମଝବୁତ ହାଡ ପାଇଁ କ୍ୟାଲସିୟମ ,ମ୍ୟାଗେଂସିୟମ୍ ଓ ପୋଟାସିୟମର ଆବଶ୍ୟକତା ରହିଛି ,ଏହା ସହିତ ଭିଟାମିନ-ଏ ମଧ୍ୟ ହାଡ ପାଇଁ ନିତ୍ୟାନ୍ତ ଆବଶ୍ୟକ l କନ୍ଦମୂଳରେ ମ୍ୟାଗେଂସିୟମ୍ ଓ ପୋଟାସିୟମ ଭରପୁର ପରିମାଣରେ ରହିଛି ଓ ଭିଟାମିନ-ଏ ମଧ୍ୟ ମିଳିଥାଏ l ବିଶେଷଜ୍ଞ ମାନଙ୍କ ମତରେ ସୁସ୍ଥ ହାଡ ପାଇଁ କନ୍ଦମୂଳ ଖାଇବା ନିତ୍ୟାନ୍ତ ଆବଶ୍ୟକ l
* ମସ୍ତିସ୍କ ପାଇଁ କନ୍ଦମୂଳ – ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ମସ୍ତିସ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ l କାରଣ ମସ୍ତିସ୍କ ସୁସ୍ଥ ରହିଲେ ଶରୀରର ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ସୁଚାରୁ ରୂପେ କାମ କରିଥାଏ l କନ୍ଦମୂଳ ନିୟମିତ ସେବନ କରିବା ଦ୍ୱାରା ମସ୍ତିସ୍କର କାର୍ଯ୍ୟ କ୍ଷମତା ବଢ଼ାଇ ଦିଏ l
* ପାଚନ ସମସ୍ୟାରୁ ଦୁରେଇ ରଖେ -କନ୍ଦମୂଳ ଖାଇବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ l ପାଚନ ଶକ୍ତିକୁ ଠିକ ରଖିବା ପାଇଁ ଫାଇବାରର ଆବଶ୍ୟକତା ରହିଛି l ଏହା କେବଳ ପାଚନ ସମସ୍ୟାରୁ ଦୁରେଇ ରଖେ ନାହିଁ କୋଷ୍ଠକାଠିନ୍ୟ ସମସ୍ୟାରୁ ମଧ୍ୟ ଦୁରେଇ ଦେଇଥାଏ l ବିଶେଷଜ୍ଞ ମାନଙ୍କ ମତରେ ପେଟ ଜନିତ ସମସ୍ୟାରେ କଷ୍ଟ ପାଉଥିବା ବ୍ୟକ୍ତି ମାନେ ନିୟମିତ କନ୍ଦମୂଳ ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ l
