Odisha news

ହିନ୍ଦ ମହାସାଗରରେ ଚୀନକୁ ଜବାବ ଦେବାପାଇଁ ଇଷ୍ଟର୍ଣ୍ଣ ନୋବେଲ କମାଣ୍ଡୋ ଯୁଧ୍ୟ ଅଭ୍ୟାସ

0

ନୂଆଦିଲ୍ଲୀ :ଚୀନର କାର୍ଯ୍ୟ କଳାପକୁ ପରଖି ଭାରତୀୟ ସେନା ଲଗାତାର ଭାବରେ ନିଜକୁ ପ୍ରସ୍ତୁତ କରିବାକୁ ଲାଗିଛି l ଏହା ଭିତରେ ସୀମାରେ ସ୍ଥଳସେନା ଜାଗ୍ରତ ରହି ଅନୁଧ୍ୟାନ କରୁଥିବା ବେଳେ ଭାରତୀୟ ଜଳ ସେନା ଆଣ୍ଡାମାନ ନିକୋବରରେ ଯୁଧ୍ୟ ଅଭ୍ୟାସ କରି ଚାଲିଛି l ମିଳିଥିବା ସୂଚନା ଅନୁସାରେ ଯୁଧ୍ୟ ଅଭ୍ୟାସରେ ଇଷ୍ଟେର୍ଣ ନୋବେଲ କମାଣ୍ଡୋ ଓ ଆଣ୍ଡାମାନ ନିକୋବର କମାଣ୍ଡୋର ନୌସେନା ଯୁଧ୍ୟ ଅଭ୍ୟାସ କରିବା ଜାରି ରଖିଛନ୍ତି l

ଏହି ଥର ଯୁଧ୍ୟ ଅଭ୍ୟାସରେ ନୌସେନାର ସମସ୍ତ ଯୁଧ୍ୟ ତୋପ ଓ ଅନ୍ୟ ସମ୍ବେଦନଶିଳ ଉପକରଣର ବ୍ୟବହାର ଦେଖିବାକୁ ମିଳିଛି l ଏହି ସମ୍ପୂର୍ଣ୍ଣ ଯୁଧ୍ୟ ଅଭ୍ୟାସ ଇଷ୍ଟେର୍ଣ ଫ୍ଲିଟି ପାଇଁ ବୋଲି ନୌସେନା ପକ୍ଷରୁ ସୂଚନା ଦିଆଯାଇଛି l ଆଣ୍ଡାମାନ ଓ ନିକୋବର କମାଣ୍ଡରେ ଜଳସ୍ଥଳ ଓ ବାୟୁ ସେନାର ସମସ୍ତ ଯୁଧ୍ୟ ଉପକରଣ ସାମିଲ ହୋଇଛି l ଏହି ତିନି ଶକ୍ତିଙ୍କର ମିଳନ ଆଣ୍ଡାମାନ ନିକୋବରରେ ଦେଖିବାକୁ ମିଳିଛି l

ହିନ୍ଦ ମହାସାଗରରେ ଚୀନ ନିଜର ସ୍ଥାୟୀତ୍ୱ ବଢାଇବାରେ ଲାଗିଛି l ଏଣ୍ଡି ପାଇରସି ଅପରେସନ ମାଧ୍ୟମରେ ଚୀନ ଅନେକ ଥର ନିଜର ପାଣ୍ଡୁବିକୁ ନେଇ ହିନ୍ଦ ମହାସାଗରର କ୍ଷେତ୍ରକୁ ଉଲଘଂନ କରୁଛି l ବିଗତ କେତେ ବର୍ଷ ହେଲାଣି ଚୀନ ଅନେକ ଥର ନିଜର ପାଣ୍ଡୁବି ଗୁଡିକୁ ହିନ୍ଦ ମହାସାଗରର ଭାରତୀୟ ସୀମାକୁ ପଠାଉଛି l ଚୀନର ପାଣ୍ଡୁବି ଅନେକ ଥର କୋଲୋବୋ ପର୍ଯ୍ୟନ୍ତ ଆସିଛି l ଭାରତୀୟ ଜଳ ସୀମା ନିକଟକୁ ବାରମ୍ବାର ଚୀନ ପରମାଣୁ ପାଣ୍ଡୁବି ଓ ବିନା ପରମାଣୁ ପାଣ୍ଡୁବି ପଠାଉଛି l ଏହି ପାଣ୍ଡୁବି ଗୁଡିକୁ ଵ୍ୟାକପ ଦେବାପାଇଁ ଚୀନ ଜାହାଜ ମଧ୍ୟ ପଠାଉଛି

ନୌସେନାର ଶକ୍ତି ଦ୍ୱାରା ଚୀନକୁ ଜବାବ ଦେବାପାଇଁ ଭାରତ ବିଶ୍ୱରେ ଅନେକ ଦେଶ ମାନଙ୍କ ସହିତ ସମ୍ପର୍କ ବଢ଼ାଇ ଚାଲିଛି l ସେହି ଦେଶ ଗୁଡିକ ହେଲା ଆମେରିକା ,ଜାପାନ ,ଅଷ୍ଟ୍ରେଲିଆ  ଇତ୍ୟାଦି l

Nalco

Leave A Reply