Odisha news

ଲକ୍ଡ଼ାଉନରେ ଭଗତସିଂହ ଯୁବକ ସଂଘର ଖାଦ୍ୟ ବଣ୍ଟନ

0

ବ୍ୟାସନଗର :ମହାମାରୀ କରୋନାକୁ ପ୍ରତିହତ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ କରାଯାଉଥିବା ଲକଡ଼ାଉନ ଓ ସଟଡ଼ାଉନ ସମୟରେ ପୈାରାଞ୍ଚଳରେ ଅନାହାରରେ ରହୁଥିବା ଅସହାୟ, ଦୀନ ଦୁଃଖି ଦିବ୍ୟାଙ୍ଗ ଏବଂ ଭିକାରୀଙ୍କୁ ମାର୍ଚ୍ଚ ୨୩ତାରିଖରୁ ଆଜିଯାଏ ନିରବଚ୍ଚିନ୍ନ ଭାବେ ରନ୍ଧାଖାଦ୍ୟ ବଣ୍ଟନ କରି ଆସୁଛି ସହିଦ ଭଗତ ସିଂହ ଯୁବକ ସଂଘ ।

ଦୈନନ୍ଦିନ ସାମାଜିକ ଦୂରତା ରଖି ସଂଘର ସଭ୍ୟା ମାନେ ଖାଦ୍ୟ ବଣ୍ଟନ କରୁଛନ୍ତି । ଯାଜପୁର ଜିଲାରେ ଆଜିଠାରୁ ଚଳିତ ମାସ ୩୧ତାରିଖ ପର୍ଯ୍ୟନ୍ତ କରାଯାଇଥିବା ଲକଡ଼ାଉନରେ ମଧ୍ୟ ସଂଘ ନିରନ୍ତର ଭାବେ ରନ୍ଧାଖାଦ୍ୟ ବଣ୍ଟନ ଆରମ୍ଭ କରିିଛି । ଆଜି ପ୍ରଥମ ଦିନରେ ପ୍ରାୟ୫୦ରୁ ଅଧିକ ବ୍ୟକ୍ତିଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି । ସଂଘର ସଭାପତି ରାଜେନ୍ଦ୍ର ବିଶ୍ୱାଳଙ୍କ ନେତୃତ୍ୱରେ ବଣ୍ଟନ କାର୍ଯ୍ୟକ୍ରମରେ ପୂର୍ବତନ ସହ ସଂପାଦକ ମହେଶ୍ୱର ନାୟକ,ସମୀର ରାଏ, ନିରଂଜନ ନନ୍ଦୀ, ସଂପାଦକ ହେମନ୍ତ ଧୀର, ଉପସଭାପତି କଳିଙ୍ଗ ପହି, ସହ ସଂପାଦକ ଅକ୍ଷୟ ନାୟକ,ସର୍ବେଶ୍ୱର ସ୍ୱାଇଁ, କିଶାନ ଶର୍ମା, ନିରଂଜନ ବଳ ପ୍ରମୂଖ ସାମିଲ ହୋଇଥିଲେ ।

Leave A Reply