Odisha news

ଭାରତରେ ଗୁଗୁଲ ଓ ଜି-ମେଲର ସର୍ବର ଡାଉନ

0

ନୂଆଦିଲ୍ଲୀ : ଭାରତରେ ଗୁଗୁଲ ଓ ଜି-ମେଲର ସର୍ବର ଡାଉନ ହୋଇଯାଇଛି l ଆଜି ସକାଳୁ ୟୁଜର ମାନଙ୍କୁ ଜି-ମେଲରୁ ଇ-ମେଲ କରିବା ଓ ଫାଇଲ ଆଟାଚମେଣ୍ଟ କରିବାରେ ଅସୁବିଧା ହେଉଛି l ଏହା ସହିତ ଜି-ମେଲରେ ଯୋଡି ହୋଇଥିବା ଅନ୍ୟ ସେବା ଗୁଡିକରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି l ଗୁଗୁଲ ଡ୍ରାଇଭିକୁ ମନେଇ ମଧ୍ୟ ଜନସାଧାରଣ ସୋସିଆଲ ମିଡିଆରେ ଅଭିଯୋଗ କରୁଛନ୍ତି l ଏଥିସହିତ ୟୁଟୁବରେ ମଧ୍ୟ ଭିଡିଓ ଅପଲୋଡ଼ କରିବାରେ ଅସୁବିଧା ହେଉଛି l

କମ୍ପାନୀ ନିଜେ କାନଫର୍ମ କରିଛି ଯେ କିଛି ୟୁଜରଙ୍କ ପାଇଁ ଜି-ମେଲ ଡାଉନ ଅଛି l କୁହାଯାଉଛି ଯେ ଜି-ମେଲରେ ଆକ୍ଟିଭ ୟୁଜରଙ୍କ ସଂଖ୍ୟା ଅଧିକ ହୋଇଯିବା କାରଣରୁ ସର୍ଭିସ ଡାଉନ ହୋଇଯାଇଛି l ଭାରତ ସହିତ ଦୁନିଆର ଅଧିକାଂଶ ୟୁଜର ମାନେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ସୂତ୍ରରୁ ଜଣାପଡିଛି ଯେ କମ୍ପାନୀ ଏହାକୁ ଠିକ କରିବା ପାଇଁ ଚେଷ୍ଟା କରୁଛି l

Leave A Reply