Odisha news

ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ସମିର ରଂଜନ ଦାସ ଙ୍କ ଅଧ୍ୟକ୍ଷତାରେ ପ୍ରବାସୀ ଶ୍ରମିକଙ୍କ ପ୍ରତ୍ୟାବର୍ତନ ନେଇ ଗୋପ ପ୍ରଶାସନ ର ପ୍ରସ୍ତୁତି: ଗୋପ ରେ ମାସ୍କ ଓ ଗାଡି ଚେକିଂ ଜୋରଦାର ହେବ

0

ଗୋପ,୦୨/୦୫ : ଆସନ୍ତା କାଲି ଠାରୁ ଗୋପ ରେ ମାସ୍କ ଓ ଗାଡି ଚେକିଂ ଜୋରଦାର କରିବାକୁ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀଙ ସମିର ରଂଜନ ଦାସ ଉପସ୍ଥିତ ସମସ୍ତ ତହସିଲଦାର ପୃଥ୍ୱିରାଜ ମଣ୍ଡଳ ଓ ଗୋପ ଥାନାଧିକାରୀ ସୁଧିର କୁମାର ସାହୁଙ୍କୁ ନିଦେ୍ର୍ଦଶ ଦେଇଥିଲେ । ତୃତୀୟ ପର୍ଯ୍ୟାୟ ଲକ୍ଡାଉନ ଘୋଷଣା ଏବଂ ଆସନ୍ତା ସପ୍ତାହରେ ପ୍ରବାସୀ ଶ୍ରମିକ ମାନଙ୍କର ଫେରିବାକୁ ନେଇ ଗୋପ ବ୍ଲକ ପ୍ରଶାସନ ତରଫରୁ ଏକ ସମୀକ୍ଷା ବୈଠକ ଗୋପ ବ୍ଲକ ବୈଠକ ଗୃହରେ ଅନୁଷ୍ଠିତ ହୋଇଥିଲା । ଏହି ସମୀକ୍ଷା ବୈଠକରେ ମାନ୍ୟବର ମନ୍ତ୍ରୀ ଅଧ୍ୟକ୍ଷତା କରିବା ସହିତ ପ୍ରବାସୀ ଶ୍ରମିକ ମାନଙ୍କର ଫେରିବା ପରେ କିପରି ପ୍ରସ୍ତୁତ ରହିଛି ଗୋପ ବ୍ଲକ ପ୍ରଶାସନ ଏହା ଉପରେ ଆଲୋଚନା କରିଥିଲେ । ସମସ୍ତ ୩୧ ପଂଚାୟତରେ କ୍ୱାରେଂଟାଇନ୍ ରେ ରହିବା ବ୍ୟବସ୍ଥା ରହିବା ସହିତ ସେମାନଙ୍କ ନିମନ୍ତେ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା ସଠିକ୍ ଭାବେ କରାଯିବାକୁ ନିଷ୍ପତି ନିଆଯାଇଛି । ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କୁ ଏହି ରୋଷେଇ କାର୍ଯ୍ୟରେ ନିୟୋଜିତ କରିବାକୁ ମନ୍ତ୍ରୀ ଗୁୁରୁତ୍ୱାରୋପ କରିଥିଲେ । ସମସ୍ତ ପଂଚାୟତର ସଂରପଂଚ ଓ ଜନପ୍ରତିନିଧି ଏହାକୁ ଠିକ୍ ଭାବେ ପାଳନ କରିବାକୁ ପରାମର୍ଶ ଦିଆଯାଇଥିଲା । ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶକୁ ଆମେ ଯଦି ସଠିକ୍ ଭାବେ ପାଳନ କରିବା ତେବେ ଆମେ ଏହି କରୋନା ବିପତିରୁ ରକ୍ଷା ପାଇପାରିବା ବୋଲି ପଂଚାୟତ ସମିତି ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପରିଡା କହିଥିଲେ । ଅନ୍ୟ ପକ୍ଷରେ ଉପସ୍ଥିତ ନିମାପଡା ଏସଡିପିଓ ପ୍ରଦୀପ କୁମାର ଦଳେଇ ସମସ୍ତ କ୍ୱାରେଂଟାଇନ୍ କୁ ପୋଲିସ ତରଫରୁ ଦିନକୁ ଦୁଇଥର ନିରୀକ୍ଷଣ କରାଯିବା ସହିତ ୨୪ ଘଂଟିଆ ନଜର ରଖିବାକୁ ଆମେ ପ୍ରସ୍ତୁତ ବୋଲି କହିଥିଲେ । ବିଶେଷ କରି ପାନୀୟ ଜଳ ଯୋଗାଣ ବିଭାଗକୁ ମନ୍ତ୍ରୀ ବାରମ୍ବାର ଚେତାବନୀ ଦେଉଥିବା ଦେଖିବାକୁ ମିଳିଥିଲା । ଆଜିର ବୈଠକରେ ଗୋପ ବିଡିଓ ଦିପ୍ତିରାଣୀ ଦାସ,ଗୋପ ମେଡିକାଲ ଅଫିସର ଡ. ଶିବ ପ୍ରସାଦ ମଙ୍ଗରାଜ, ରାମଚଣ୍ଡୀ ଥାନାଧିକାରୀ ପଟ୍ଟନାୟକ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅଧିକାରୀ . ଗୋପ ବ୍ଲକ ବିଜେଡି ସଭାପତି ମଧୂସୁଦନ ପାଇକରାୟ, ସମିତି ସଭ୍ୟ କରୁଣାକର ସାହୁ, ପୟରା ସଂରପଂଚ ସୁମନ୍ତ ନାୟକ, ନାଗପୁର ସଂରଂପଚ ଅକ୍ଷୟ ନିଶଙ୍କ ସମେତ ସମସ୍ତ ଅଧିକାରୀ ମାନେ ଉପସ୍ଥିତଥିଲେ ।

Ad2
Leave A Reply