Odisha news

ଗୋପ : ଫନିର ଏକ ବର୍ଷ ପରେ ମଧ୍ୟ ଫନିର ତାଣ୍ଡବ ଦୃଶ୍ୟ ସଂପୂର୍ଣ ଭାବେ ଅଛି

0

ଗୋପ,୦୨/୦୫ପ୍ରଳୟଙ୍କାରୀ ବାତ୍ୟା ଫନିର ଠିକ୍ ଏକ ବର୍ଷ ବିତିଯାଇଛି । ଏଥିରେ ପୁରୀ ଜିଲ୍ଲା ଗୋପ ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ତାଲିକାରେ ରହିଥିବା ବେଳେ ଏବେ ବି ଅନେକ ଗ୍ରାମ ଏବଂ ଅଂଚଳ ରହିଯାଇଛି ଯାହା ପ୍ରଶାସନିକ ନଜର ଆଢୁଆଳରେ । ଏହି ବାତ୍ୟାରେ ଗୋପ ବ୍ଲକରେ ଚାରି ଜଣ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ଅନେକ ଲୋକ ପଙ୍ଗୁ ହୋଇଯାଇଛନ୍ତି । ବାତ୍ୟା ପରେ ସରକାର ଯୁଦ୍ଧ କାଳିନ ଭିତିରେ ଯାତାୟତର ବ୍ୟବସ୍ଥା କରୁଥିବା ବେଳେ ଆବଶ୍ୟକୀୟ ସଂରଜାମ ଅଭାବରୁ ଏକ ମାସ ପର୍ଯ୍ୟନ୍ତ ରାସ୍ତା ଘାଟର ସୁବିଧା ହୋଇପାରିନଥିଲା ।

ସବୁଠାରୁ ଗୁରୁତ୍ୱପୂର୍ଣ ବିଭାଗ ଭାବେ ବିଦ୍ୟୁତ ବିଭାଗ ଗୋପ ସମେତ ପାଖାପାଖି କେତେକ ଅଂଚଳ ଦୀର୍ଘ ୨୧ ଦିନ ପରେ ବିଦ୍ୟୁତ ସଂଯୋଗ ଦେଇଥିବା ବେଳେ ଅନେକ ଅଂଚଳକୁ ବିଦ୍ୟୁତ ଯିବାକୁ ମାସ ମାସ ଲାଗିଯାଇଥିଲା । କେତେକ ଅଂଚଳ କୁ ବିଦ୍ୟୁତ ଯିବାକୁ ଏବେ ବି ପ୍ରୟାସ ଜାରି ରହିଛି । ଫନି ଚାଲିଗଲା ହେଲେ ଛାଡିଦେଇଗଲା ଯେଉଁ ଛାପ ତାହା ଏବେ ବି ଅନେକ ବ୍ୟକ୍ତି ଆଉ ପରିବାରକୁ ମରଣ ମୁହଁରେ ଠେଲିଦେଇଯାଇଛି । କିଏ ବେସାହାରା ହୋଇଯାଇଛି ତ କିଏ ଏ ପର୍ଯ୍ୟନ୍ତ ଘରଟିଏ କରିପାରିନାହିଁ ।

ଫନି ରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଏପରି ଏକ ଗ୍ରାମ ହେଉଛି ବନ୍ତଳିଗ୍ରାମ ପଂଚାୟତର ୧୩ ନମ୍ବର ଓାର୍ଡର ଦଶମାଣ ଗ୍ରାମ । ଅଂଟା ସିଧା କରିପାରୁନାହାନ୍ତି ଏହି ଗ୍ରାମରେ ସମୁଦାୟ ୨୩ ପରିବାର ଆଉ ଏବେ ବି ସେମାନେ ପଲିଥିନ ତଳେ ବଂଚୁଛନ୍ତି । ଫନି ସର୍ବସ୍ୱ ନେଇଯିବା ପରେ ସେଠାରେ ମୁଣ୍ଡଗୁଂଜିବାକୁ ପକ୍କାଘର ଟିଏ ମଧ୍ୟ ନଥିଲା । ପାଖରେ ପ୍ରଶାସନ ତରଫରୁ ବାତ୍ୟା ଆଶ୍ରୟସ୍ଥଳରେ ରହିବାକୁ ଦିଆଯାଇଥିବା ବେଳେ ସେମାନେ କିନ୍ତୁ ଭିଟାମାଟିକୁ ଫେରି ଆସିଥିଲେ ନିଜର ଘର ସଜାଡିବାକୁ ।

ଆଜି ବି ମଧ୍ୟ ଫନିର ତାଣ୍ଡବ ଦୃଶ୍ୟ ସଂପୂର୍ଣ ଭାବେ ଅଛି ଯାହାକି ପ୍ରଶାସନ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି ଦେଇ ପାଳନ କରିବାକୁ ଭୂଲିଯାଇଛନ୍ତି । ଅନ୍ୟ ପକ୍ଷରେ ଗୋପ ବିଡିଓ ଦିପ୍ତିରାଣୀ ଦାସ ଓ ତହସିଲଦାର ପୃଥ୍ୱିରାଜ ମଣ୍ଡଳ ଏହି ଗ୍ରାମକୁ ଯଥା ସମ୍ଭବ ଉନ୍ନତିକରଣ କରିବା ନିମନ୍ତେ ପ୍ରୟାସ କରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ।

Leave A Reply