ହିଞ୍ଜିଳିକାଟୁ ରେ କାଳ ବୈଶାଖୀ ତାଣ୍ଡବ :ବୃନ୍ଦାବନ ବିଦ୍ୟାପିଠ ମିନି ଷ୍ଟାଡ଼ିୟମ ପରିସରରେ ପ୍ରାୟ ୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଇନଡେ଼ାର ଷ୍ଟାଡ଼ିୟମ ମଧ୍ୟ କ୍ଷତିଗ୍ରସ୍ତ
ହିଞ୍ଜିଳିକାଟୁ, ୨ା୫(ନିପ୍ର):- ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟାରେ ହଠାତ୍ କାଳ ବୈଶାଖୀ ସହରରେ ତାଣ୍ଡବ ରଚିଛି । ଏହାର ପ୍ରଭାବରେଅଞ୍ଚଳରେ କ୍ଷୀପ୍ର ବେଗରେ ପବନ ବୋହିବା ସହ ଭୀଷଣ ବର୍ଷା ଓ ବଜ୍ରପାତ ଘଟିଥିଲା । ହିଞ୍ଜିଳିକାଟୁ ଅଂଚଳରେ ପ୍ରାୟ ୨ଘଂଟା ଧରି କାଳବୈଶାଖୀର ଏଭଳି ତାଣ୍ଡବ ରୂପ ଦେଖିବାକୁ ମିଳିଥିଲା । ଜୋରରେ ପବନ ବୋହିବାରୁ ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ବହୁ ବଡ଼ ବଡ଼ ଗଛ ଗୁଡ଼ିକ ମାଟିରେ ଲୋଟି ପଡ଼ିଥିବାର ଦେଖିବାକୁ ମିଳିଥିଲା ।
ସ୍ଥାନୀୟ ପୌରାଂଚଳ ବଇଁଚବଣିଆ, ସିନେମାହଲ ଛକ, ରଜାସାହି ଛକ, ବସଷ୍ଟାଣ୍ଡ, ମିନି ଷ୍ଟାଡ଼ିୟମ, ବ୍ଳକ ଛକ, ଆରଏମସି ଛକ ଗୁଡ଼ିକରେ ଗଛ ଗୁଡ଼ିକ ୫୯ ନଂ ଜାତୀୟ ରାଜପଥ ଉପରେ ପଡ଼ି ରାଜପଥ ଅବରୋଧ ହୋଇଥିଲା । ପୌର ପ୍ରଶାସନ ପକ୍ଷରୁ ତୁରନ୍ତ ଜେସିବି ସହାୟତାରେ ଜାତୀୟ ରାଜପଥ ଉପରୁ ଗଛ ଗୁଡ଼ିକୁ ହଟାଯାଇ ରାସ୍ତା ଅବରୋଧକୁ ହଟାଯାଇଥିଲା । କ୍ଷୀପ୍ର ବେଗରେ ପବନ ବୋହିବା କାରଣରୁ ବିଭିନ୍ନ ଅଂଚଳରେ ତାର ଛିଣ୍ଡିଯାଇ ବିଦ୍ୟୁତ୍ ସରବାରାହ ବନ୍ଦ ରହିଥିଲା । ବିଦ୍ୟୁତ୍ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ଦୀର୍ଘ ୬ ଘଂଟା ପରେ ସହରରେ ପୁନଃ ବିଦ୍ୟୁତ ସରବରାହ ହୋଇଥିଲା ।
ସବୁଠାରୁ ଉଲ୍ଲେଖଯୋଗ୍ୟ ଘଟଣା ହେଲା ସ୍ଥାନୀୟ ସହରର ବୃନ୍ଦାବନ ବିଦ୍ୟାପିଠ ମିନି ଷ୍ଟାଡ଼ିୟମ ପରିସରରେ ପ୍ରାୟ ୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଇନଡେ଼ାର ଷ୍ଟାଡ଼ିୟମ ମଧ୍ୟ କ୍ଷତିଗ୍ରସ୍ତ ହୋଇ ପଡ଼ିଥିଲା । ଉନଡେ଼ାର ଷ୍ଟାଡ଼ିୟମ ମୁଖ୍ୟ ବିଲ୍ଡିଂର ସମ୍ମୁଖ ଭାଗ ଗ୍ଳାସୱାଲ ଭାଙ୍ଗଯିବା ସହ ଟାଇଲ ଗୁଡ଼ିକ ବିକ୍ଷିପ୍ତ ଭାବେ ପଡିଥିଲା । ସୂଚନାଯୋଗ୍ୟ, ଗତ ୧୪ ଏପ୍ରିଲ ୨୦୧୭ ସାଲରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗ୍ରସ୍ତରେ ଆସି ଉନଡେ଼ାର ଷ୍ଟାଡ଼ିୟମର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ସୁଦ୍ଧା ବିଭିନ୍ନ କାରଣରୁ ସଂପୃକ୍ତ ଇନଡେ଼ାର ଷ୍ଟାଡ଼ିୟମର ଶୁଭ ଉଦଘାଟନ ହୋଇ ପାରିନାହିଁ । ଅ