Odisha news

ବୋରିଗୁମ୍ମା ଥାନା ଆଇଆଇସି ଚତୁରତା ଯୋଗୁ ଧରାପଡ଼ିଲେ ଦୁଇ ଗୁଟକା ବେପାରୀ : ବିପୁଳ ପରିମାଣର ଗୁଟଖା ଜବତ

0
ବୋରିଗୁମ୍ମା (K.sakil dora) : କରୋନା ଭାଇରସ ଯୋଗୁଁ ସାରା ଦେଶରେ ଲକ ଡାଉନ ପରେ ସରକାର ମଦ, ଗୁଟଖା ତଥା ତମ୍ବାଖୁ ଜାତୀୟ ଦ୍ରଵ୍ୟ ବିକ୍ରି ଉପରେ କଟକଣା ଜାରି କରିଛନ୍ତି।ଯାହା ଫଳରେ ମଦ ମାଫିଆ ମାନେ ସକ୍ରିୟ ହୋଇଛନ୍ତି। ସେହିଭଳି ସହର ରେ ଗୁଟଖା ଖାଇବା ଲୋକ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗୁଟଖା ବେପାରୀ ମାନେ ସକ୍ରିୟ ଅଛନ୍ତି।
ବୋରିଗୁମ୍ମା ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ ଙ୍କ ନିର୍ଦେଶ କ୍ରମେ ସହର ର ମେରିଆ ମାର୍ଗ ରେ ଏସ.ଗିରି ରାଓ  ଙ୍କ ଘରୁ ବିପୁଳ ପରିମାଣର ଗୁଟଖା ଜବତ କରିଛି ପୋଲିସ। ସେହିଭଳି ହାଟ ପଦା ର ସୁଶାନ୍ତ ସାହୁ ଙ୍କ ଘରୁ ମଧ୍ୟ ବିପୁଳ ପରିମାଣର ଗୁଟଖା ଜବତ କରିଛି। ଜୟପୁର ର ବାଣିଜ୍ୟ କର ଅଧିକାରୀ ଙ୍କୁ ଡକାଯାଇଥିଲା। ବାଣିଜ୍ୟ କର ଅଧିକାରୀ ଏସ.ଗିରି ଙ୍କୁ ୭୫ ହଜାର ଟଙ୍କା ଜୋରିମାନା ଦେଇଥିବା ବେଳେ ସୁଶାନ୍ତ କୁମାର ସାହୁ ୧୫,୦୪୦ ଟଙ୍କା ଜୋରିମାନା ଦେଇଛନ୍ତି।
ସେହିପରି ପୋଲିସ ବିନା ହେଲମେଟ ରେ ବାଇକ ଚାଳକ ଉପରେ ଫାଇନ ପକାଇଛନ୍ତି।।ମୋଟ ୫୪ ଜଣ ବାଇକ ଆରୋହି ବିନା ହେଲମେଟ ରେ ଗାଡି ଚାଳନା କରୁଥିବା ବେଳେ ସେମାନଙ୍କ ନିକଟରୁ ୫୦୦ ଟଙ୍କା ଲେଖାଏଁ ମୋଟ ୨୭ ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି।

Leave A Reply