ଆମ ମସ୍ତିଷ୍କ ଶରୀରର ସବୁଠୁ ମହତ୍ଵପୁର୍ଣ ଅଙ୍ଗ, ମସ୍ତିଷ୍କ ଆମର ସମ୍ପୂର୍ଣ ଶରୀରକୁ ନିୟନ୍ତ୍ରଣ କରିଥାଏ l ମସ୍ତିଷ୍କ ପାଇଁ ଶରୀର ସମସ୍ତ ଅଙ୍ଗ ଠିକ ଭାବରେ କାର୍ଯ୍ୟ କରି ଥାଆନ୍ତି l ଆମେ ନିଜ ଶରୀରର ଧ୍ୟାନ ରଖି ଥିଲେ ସୁଦ୍ଧା ମସ୍ତିଷ୍କ ର ଧ୍ୟାନ କିନ୍ତୁ ରଖି ପାରି ନଥାଉ l
ଆମର ସାମାନ୍ୟ ଭୁଲ ଯୋଗୁଁ ଅଜାଣତ ରେ ଆମର କିଛିଟା ଖରାପ ଅଭ୍ୟାସ ମସ୍ତିଷ୍କ ପାଇଁ କ୍ଷତିକାରକ ହୋଇଥାଏ l ଆଜି ଆସନ୍ତୁ ଜାଣିବା କେଉଁ ସବୁ ଭୁଲ ଅଭ୍ୟାସ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ l
– ଯଦି ଆପଣ ପର୍ଯ୍ୟାପ୍ତ ମାତ୍ରା ରେ ଶୋଇବେ ନାହିଁ ତେବେ ଆପଣଙ୍କ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡିବ l ଉଚିତ ପରିମାଣରେ ନ ଶୋଇବା ଦ୍ୱାରା ମସ୍ତିଷ୍କର କୋଷିକା ଗୁଡିକର ବିକାଶ ରେ ବାଧା ସୃଷ୍ଟି ହୋଇଥାଏ l ଯଦି ଆପଣ ମୁହଁ ଘୋଡେଇ ଶୋଇବେ ତେବେ ଆପଣଙ୍କ ମସ୍ତିଷ୍କ ପାଇଁ କ୍ଷତିକାରକ ହେବ l ଏହାଦ୍ୱାରା ଶରୀର କୁ ପର୍ଯ୍ୟାପ୍ତ ମାତ୍ରାରେ ଅକ୍ସିଜେନ ମିଳି ନଥାଏ l
– ଯେତେବେଳେ ଆମେ ଅଧିକ ଚିନ୍ତା ଗ୍ରସ୍ତ ହୋଇଥାଉ ସେତେବେଳେ ମସ୍ତିଷ୍କ ଅଧିକ କ୍ଷତିଗ୍ରସ୍ତ ହୋଇଥାଏ ଓ ସ୍ମରଣ ଶକ୍ତି ଦୁର୍ବଳ ହେବାକୁ ଲାଗେ l ନିଜକୁ ଚିନ୍ତା ମୁକ୍ତ ରଖିବା ପାଇଁ ଯେ କୌଣସି କାର୍ଯ୍ୟରେ ବ୍ୟସ୍ତ ରଖିବା ସହିତ ସଂଗୀତ ଶୁଣନ୍ତୁ l
– ଯଦି ଆପଣ ଖୁବ ଶୀଘ୍ର ଛୋଟ ଛୋଟ କଥାରେ ରାଗି ଯାଉଛନ୍ତି, ତେବେ ଏହା ଆପଣଙ୍କ ମସ୍ତିଷ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ l କ୍ରୋଧ କରିବା ଦ୍ୱାରା ମସ୍ତିଷ୍କ ର ରକ୍ତ ଧମନୀ ଉପରେ ପ୍ରଭାବ ପଡିଥାଏ l ଏହାଦ୍ୱାରା ମସ୍ତିଷ୍କ ର ୱାର୍କ କାପାସିଟି ମଧ୍ୟ ପ୍ରଭାବିତ ହୁଏ l
– ଆଜିକାଲିର ଜୀବନଶୈଳୀ କାରଣରୁ ଆମେ ବ୍ୟାୟାମ କରିବାକୁ ଭୁଲି ଯାଇଥାଉ , ଏହା ଶରୀର ଉପରେ ପ୍ରଭାବ ପକାଇବା ସହିତ ମସ୍ତିଷ୍କ କୁ ମଧ୍ୟ କ୍ଷତିଗ୍ରସ୍ତ କରାଇ ଥାଏ l ମସ୍ତିଷ୍କ ର ମାଂସପେଶୀ କୁ ଆକ୍ଟିଭ ରଖିବା ପାଇଁ ଆକ୍ଟିଭ ଲାଇଫ ଷ୍ଟାଇଲ୍ ଖୁବ ଜରୁରୀ l
– ଯଦି ଆପଣ କାର୍ଯ୍ୟ ବ୍ୟସ୍ତତା ହେତୁ ସକାଳୁ ଜଳଖିଆ ଖାଇବାକୁ ଭୁଲି ଯାଉଛନ୍ତି ତେବେ ଏହା ଶରୀର ପକ୍ଷରେ କ୍ଷତି କାରକ l ସକାଳ ଜଳଖିଆ ମସ୍ତିଷ୍କର ଆବଶ୍ୟକ ପୋଷଣ କୁ ପୁରଣ କରିଥାଏ l ଏହାଦ୍ୱାରା ମସ୍ତିଷ୍କ ଦିନସାରା ଥକି ପଡିଥାଏ l