ରୁଟି ସାରା ଭାରତ ବର୍ଷରେ ଆଦୃତ ହୋଇଥିଲେ ସୁଦ୍ଧା ଦୁଗ୍ଧ ସହିତ ରୁଟି ର ଚାହିଦା ବିଶେଷ ଭାବରେ ଓଡ଼ିଆ ଘରେ ଅଧିକ ଦେଖିବାକୁ ମିଳିଥାଏ l ପିଲା ଦିନେ ପ୍ରାୟ ଆମେ ସମସ୍ତେ ରାତିରେ କ୍ଷୀର ରୁଟି ଖାଇବାକୁ ପସନ୍ଦ କରିଥାଉ l ଗୋଟିଏ ମା ନିଜ ହାତରେ ଛୁଆ କୁ ରୁଟି କ୍ଷୀର ଅତି ଆଦରରେ ଖୁଆଇ ଦେଇଥାଏ l କିନ୍ତୁ ଆଜିର ଆଧୁନିକ ସମାଜରେ ବିଶେଷ ଭାବରେ ପିଲାମାନେ ପିଜା , ବର୍ଗର ଅଧିକ ଖାଇବାକୁ ପସନ୍ଦ କରୁଛନ୍ତି l
ଆସନ୍ତୁ ଆଜି ଜାଣିବା କ୍ଷୀର ରୁଟି ଖାଇବାର ସ୍ୱାସ୍ଥ୍ୟଗତ ଲାଭ ବିଷୟରେ -:
– ଉଭୟ କ୍ଷୀର ଓ ରୁଟି ପୋଷାକ ତତ୍ତ୍ୱରେ ଭରପୁର ଅଟେ l ୨ଟି ଯାକ କୁ ମିଶାଇ ଖାଇବା ଦ୍ୱାରା ଶରୀର ର ଫାଇବର ର ଆବଶ୍ୟକତା ପୁର୍ଣ ହୋଇଥାଏ l ପୋଷଣ ଯୁକ୍ତ ଏହି ଭୋଜନ ପେଟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦୂର କରିଥାଏ l
– ସକାଳ ଜଳଖିଆ ରେ ରୁଟି ଓ ଦୁଗ୍ଧ ମିଳିତ ଭାବରେ ଖାଇବା ଦ୍ୱାରା ଶରୀରକୁ ଉପଯୁକ୍ତ ପୋଷାକ ତତ୍ୱ ମିଳିଥାଏ ଓ ଦୀର୍ଘ ସମୟ ଧରି ଭୋକ ଲାଗେନାହିଁ l ତେଣୁ ଓଜନ ହ୍ରାସ ହେବାରେ ସାହାଯ୍ୟ କରିଥାଏ l
– ଗହମ ରୁଟିରେ ଥିବା ପୌଷ୍ଟିକ ତତ୍ୱ ଶରୀରରୁ ବ୍ୟାଡ଼ କୋଲେଷ୍ଟ୍ରଲ କମାଇବାରେ ସାହାଯ୍ୟ କରିଥାଏ ଓ ଦୁଗ୍ଧ ସହିତ ମିଶାଇ ସେବନ କରିବା ଦ୍ୱାରା ହାର୍ଟ ସମ୍ବନ୍ଧୀୟ ସମସ୍ୟା ରୁ ମୁକ୍ତି ମିଳିଥାଏ l
– ଗହମ ରୁଟି ଓ ଦୁଗ୍ଧ ପୋଟାସିୟମ ର ଭଲ ସ୍ରୋତ ଅଟନ୍ତି l ଯାହାକି ରକ୍ତଚାପ କୁ ନିୟନ୍ତ୍ରିତ ରଖିବାରେ ସାହାଯ୍ୟ କରିଥାଏ l ଯଦି ଆପଣ ବ୍ଲଡ଼ ପ୍ରେସର ସମସ୍ୟାର ସମୁଖୀନ ହେଉଛନ୍ତି ପ୍ରତିଦିନ ଦୁଗ୍ଧ ସହିତ ରୁଟି ଖାଇବା ଜରୁରୀ l
– ଯଦି ଆପଣ କୋଷ୍ଠ କାଠିନ୍ୟ ସମସ୍ୟା ରେ ଗତି କରୁଛନ୍ତି ନିୟମିତ ରୁଟି କ୍ଷୀର ସେବନ କରନ୍ତୁ l ପାଚନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଯିବ l
– କ୍ଷୀର ସହିତ ରୀତିକୁ ମିଶାଇ ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ ଓ ସମସ୍ତ ପୋଷାକ ତତ୍ୱ ଶରୀରକୁ ମିଳିଥାଏ , ଯାହାକି ଇମ୍ୟୁନିଟି କୁ ଷ୍ଟ୍ରଙ୍ଗ କରିବାରେ ସାହାଯ୍ୟ କରିଥାଏ l
– ତେଣୁ ଆପଣ ଯଦି ନିୟମିତ ଭାବରେ ସକାଳ ଜଳଖିଆ କିମ୍ବା ରାତ୍ରି ଭୋଜନ ରେ ରୁଟି କ୍ଷୀର ଖାଇବେ ତେବେ ନିରୋଗୀ ଓ ସୁସ୍ଥ ରହିବେ l