Odisha news

ମିଁ-ଟୁ ଅଭିଯୋଗ ଆଣିଲେ ପାଉଲା

0

୨୦୧୮ରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ମିଁ-ଟୁ ଅଭିଯାନ ଆରମ୍ଭ ହୋଇଥିଲା । ସେ ସମୟର ଏକ ନୂଆ ମାମଲା ଏବେ ସାମ୍ନାକୁ ଆସିଛି । ଜଣେ ଭାରତୀୟ ମଡେଲ୍‌ ପାଉଲା ନିର୍ମାତା-ନିର୍ଦ୍ଦେଶକ ସାଜିଦ୍‌ ଖାନ୍‌ଙ୍କ ଉପରେ ଯୌନ ଶୋଷଣ ଅଭିଯୋଗଆଣିଛନ୍ତି । ସେ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ ମାଧ୍ୟମରେ ଅଭିଯୋଗ କରିଛନ୍ତି । ଏହା ପୂର୍ବରୁ ସାଜିଦ୍‌ଙ୍କ ବିରୋଧରେ ୪-୫ଟି ଅଭିଯୋଗ ଆସିଛି । ହମଶକଲର ଜଣେ ଆସିଷ୍ଟାଣ୍ଟ ଡାଇରେକଫର କହିଛନ୍ତି ସାଜିଦ ତାଙ୍କୁ ମାସ ମାସ ଧରି ଶାରୀରିକ ଓ ମାନସିକ ଶୋଷଣ କରୁଥିଲେ । ଏହାପରେ ସାଜିଦଙ୍କୁ ‘ହାଉସଫୁଲ ୪’ର ନିର୍ଦ୍ଦେଶକ ପଦ ଛାଡ଼ିବାକୁ ପଡ଼ିଥିଲା । ଆଇଏଫ୍‌ଟିଡିଏ ମଧ୍ୟ ସାଜିଦଙ୍କୁ ବର୍ଷେ ପର୍ଯ୍ୟନ୍ତ ନିଲମ୍ବିତ ରହିବାର ନୋଟିସ୍‌ ଦେଇଥିଲେ । ଏବେ ଏକ ନୂଆ ମାମଲା ସେସବୁ ଘଟଣାକୁ ପୁନଶ୍ଚ ତାଜା କରିଦେଇଛି । ପାଉଲା କହିଛନ୍ତି, ମୁଁ ମିଁଟୁ ମୁଭମେଣ୍ଟ ସମୟରେ ଚୁପ୍‌ ଥିଲି କାରଣ ଇଣ୍ଡଷ୍ଟ୍ରୀରେ ମୋର କେହି ଗଡ଼ଫାଦର୍‌ ନାହାନ୍ତି । ପରିବାର ପାଇଁ ମୁଁ କାମ କରିବା ଜରୁରୀ ଥିଲା । ଏବେ ମୋ ବାପା-ମା’ ମୋ ସହ ନାହାନ୍ତି । ୧୭ ବର୍ଷ ବୟସରେ ମୁଁ ଶୋଷଣର ଶିକାର ହୋଇଥିଲି । ଏବେ ନିଜ ପାଇଁ କାମ କରୁଛି । ସାହସ ଦେଖାଇ କହିବାକୁ ଚାହୁଁଛି ମୋତେ ୧୭ ବର୍ଷ ହୋଇଥିବାବେଳେ ସାଜିଦ୍‌ ମୋତେ ଶୋଷଣ କରିଥିଲେ । ମୋତେ ‘ହାଉସଫୁଲ’ରେ ରୋଲ୍‌ ଦେବା ପାଇଁ ତାଙ୍କ ଆଗରେ ଉଲଗ୍ନ ହେବାକୁ କହିଥିଲେ । ସେତେବେଳେ ମୁଁ ଛୋଟ ଥିଲି, କିଛି କହିପାରୁ ନ ଥିଲି । ଏବେ ବହୁତ ହୋଇଗଲା । ସେ ଜେଲ୍‌ରେ ରହିବା ଉଚିତ ।’

Nalco
Leave A Reply