ସାଧାରଣତଃ ନଦୀ ଜଳର ରଙ୍ଗ ନୀଳ ବା ଇଷତ୍‌ ଧଳା । ଆଖପାଖ ଅନ୍ଧାର ହୋଇଥିଲେ ବା ପାଣି ଅପରିଷ୍କାର ହୋଇଥିଲେ କଳା ରଙ୍ଗ ଦେଖାଯାଏ । ହେଲେ ଦକ୍ଷିଣ ଆମେରିକାର ମହାଦ୍ୱୀପ କଲମ୍ବିଆରେ ଏପରି ଏକ ନଦୀ ଅଛି ଯେଉଁଠି ୫ଟି ରଙ୍ଗ ନଜର ଆସିଥାଏ । ଏହି ନଦୀର ନାମ ‘କାନ୍ୟୋ କ୍ରିସ୍ତାଲେସ୍‌’ ଯାହା ଏକ ସ୍ପେନିଶ୍‌ ଶବ୍ଦ । ଇଂଲିଶରେ ଏହାର ଅର୍ଥ କ୍ରିଷ୍ଟଲ ଚାନେଲ୍‌ । ବର୍ଷର କେତେକ ସମୟରେ ନଦୀ ଜଳ ଅଚାନକ ରଙ୍ଗ ବଦଳାଇବାକୁ ଲାଗେ । ଇନ୍ଦ୍ରଧନୂ ନଦୀକୁ ଆସିଗଲା ଭଳି ମନେହୁଏ । ବର୍ଷା ଓ ଶୀତ ଋତୁର କିଛି ମାସରେ ନଦୀ ତଳେ ଥିବା ଏକ ଗଛ ଲାଲ ରଙ୍ଗରେ ବଦଳିବାକୁ ଲାଗେ । ସେଥିରୁ ଧୀରେ ଅନ୍ୟ ରଙ୍ଗ- ହଳଦୀ, ନୀଳ, ନାରଙ୍ଗୀ ଓ ସବୁଜ ରଙ୍ଗ ସୃଷ୍ଟି ହୋଇଥାଏ ।

LEAVE A REPLY

Please enter your comment!
Please enter your name here