Odisha news

ମେରୁଯାତ୍ରା ବେଳେ ଅଘଟଣ

0

ଭଞ୍ଜନଗର – ତାରସିଂ ଥାନା ଗାଲେରୀ ଠାରେ ଆଜି ଦଣ୍ଡଯାତ୍ରାର ମେରୁଯାତ୍ରା ସମୟରେ ଦୀପ ନିଆଁ ସଂଶ୍ପର୍ଶରେ ଆସି ଜଣେ ମହିଳା ଶ୍ରଦ୍ଧାଳୁ ଗୁରୁତର ଆହାତ ହୋଇଛନ୍ତି। ଆହାତ ଜଣକ ହେଲେ ବେଲଗୁଣ୍ଠା ଥାନା କୁରୁଳାଇ ଗ୍ରାମର ଅପୂର୍ବ ଦଳବେହେରାଙ୍କ ପତ୍ନୀ ସୁମତୀ ଦଳବେହେରା(୩୪)।  ଗାଲେରୀରେ ମେରୁଯାତ୍ରା ଦେଖିବାକୁ ସୁମତୀ ଆସିଥିବା ବେଳେ ମଧ୍ୟାହ୍ନରେ ପ୍ରବଳ ଜନସମାଗମ ହୋଇଥିବା ବେଳେ ଭିଡ଼ ଭିତରେ ଠେଲାପେଲା ହୋଇଥିଲା। ସେଠାରେ ଲାଗିଥିବା ଏକ ଦୀପ ନିଆଁ ତାଙ୍କ ଶାଢୀରେ ଲାଗିଯିବା ଫଳରେ ସେ ଗୁରୁତର ହୋଇ ପଡିଥିଲେ। ତାଙ୍କ ଶରୀରର ପ୍ରାୟ ୪୫ ପ୍ରତିଶତ ଜଳିପୋିଡି ଯାଇଛି। ତୁରନ୍ତ ତାଙ୍କୁ ନିକଟସ୍ଥ ଗାଲେରୀ ସ୍ବାସ୍ଥକେନ୍ଦ୍ରକୁ ନିଆଯିବା ପରେ ଭଞ୍ଜନଗରକୁ ଅଣାଯାଇ ଚିକିତ୍ସା ଆରମ୍ଭ କରାଯାଇଛି।

Leave A Reply