Odisha news

ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଦୁଇଟି କଲେଜ ଲାଇବ୍ରେରୀ ବିଲଡିଂ ଉତ୍ସର୍ଗ ଏବଂ ଡୁବୁରି ଛକ ଠାରେ ପାଣି ଏଟିଏମ୍ ସହିତ ସର୍ବସାଧାରଣ ଶୌଚାଳୟ ଉଦ୍ଘାଟିତ !

0

ଡୁବୁରି :  ଗୋଷ୍ଟି  ବିକାଶ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ଟାଟା ଷ୍ଟିଲ ଫାଉଣ୍ଡେସନ ଯାଜପୁର ଜିଲ୍ଲା ଡୁବୁରିରେ ଏକ ସର୍ବ ସାଧାରଣ ଶୌଚାଳୟ ଏବଂ ସୁକିନ୍ଦା କଲେଜ ଓ ହରିପୁର ସ୍ଥିତ ଭାରତୀ ବିହାର ଡିଗ୍ରୀ ମହାବିଦ୍ୟାଳୟରେ ୨ଟି ଲାଇବ୍ରେରି ବ୍ଲକ ଗୁରୁବାର ଉଦ୍ଘାଟିତ ହୋଇଯାଇଛି । ଏହି କେନ୍ଦ୍ର ଗୁଡିକକୁ ରାଜ୍ୟ ସରକାରଙ୍କ ଗ୍ରାମୀଣ ବିକାଶ ଦକ୍ଷତା ଓ ବୈଷୟିକ ବିକାଶ ମନ୍ତ୍ରୀ ଇଂ ପ୍ରୀତି ରଂଜନ ଘଡାଇ, ସୁକିନ୍ଦା ବ୍ଲକ ଅଧ୍ୟକ୍ଷ ଦିବ୍ୟ ରଂଜନ ବରାଳ, ସୁକିନ୍ଦା ବ୍ଲକ ଉପଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ପଟ୍ଟନାୟକ, ସାଧୁ ଚରଣ ତିୟୁ , ସୁକିନ୍ଦା ସରପଞ୍ଚ ସ୍ବାଧୀନ ଦାସ, ସଂସାଇଲା ସରପଞ୍ଚ ମନ ମୋହନ ବାନରା, ଟାଟା ଷ୍ଟିଲ ଫାଉଣ୍ଡେସନ ର ୟୁନିଟ ହେଡ଼ ଆଲେନ ଜୋସେଫ କମ୍ୟୁନିଟି ର ଅନ୍ୟ ସଦସ୍ୟ ମାନଙ୍କ ଉପସ୍ଥିତି ରେ ଉଦ୍ଘାଟନ ହୋଇଥିଲା ! ବିଏସଏଫ ଦ୍ଵାରା ନିର୍ମିତ ପର୍ବସାଧାରଣ ଶୌଚାଳୟରେ, ପୁରୁଷ ଏବଂ ମହିଳା ମାନଙ୍କ ପାଇଁ ଅଲଗା ବିଭାଗ ଏବଂ ବିନ୍ନକ୍ଷମ ପୁରୁଷ ଓ ମହିଳା ପାଇଁ ପୃଥକ ଶୌଚାଳୟ ରହିଛି  !

ସର୍ବସାଧାରଣ ଶୌଚାଳୟ ଆଗରେ ୱାଟର ଏଟିଏମ୍ ମେସିନ ଲଗାଯାଇଛି, ଯାହା ଯାତ୍ରୀମାନଙ୍କୁ ଉଭୟ ସାଧାରଣ ଏବଂ ଥଣ୍ଡା ପାଣି ବିତରଣ କରିବ, ୫ ଟଙ୍କା ଦେଇ ୧ ଲିଟର ପାଣି ପାଇପାରିବେ ଏହା ବ୍ୟତୀତ ମହିଳା ଶୌଚାଳୟ ରେ ଏକ ସାନିଟାରୀ ପ୍ୟାଡ଼ ବିତରଣ ୟୁନିଟ ମଧ୍ୟ୍ୟ ରହିଛି ! ଏହି ସାର୍ବଜନୀନ ଶୈଚାଳୟ ଡ଼ୁବୁରୀ ଚାମ୍ବର ଅଫ୍ କମର୍ଶ ଦ୍ଵାରା ପରିଚାଳିତ ହେବ!ଦୁଇଟି ଲାଇବ୍ରେରୀ ବ୍ଲକ ଗୋଟିଏ ସୁକିନ୍ଦା କଲେଜ ଏବଂ ଅନ୍ୟଟି ଭାରତୀ ବିହାର ଡିଗ୍ରୀ ମହାବିଦ୍ୟାଳୟ ରେ ଉଦ୍ଘାଟନ ହୋଇଥିଲା । ଟିଏସଏଫ ଦ୍ବାର ନିର୍ମିତ ଏହି ସମ୍ପୂର୍ଣ ଲାଇବ୍ରେରୀ ଗୁଡ଼ିକ ଛାତ୍ର ଛାତ୍ରୀମାନଙ୍କର ଶିକ୍ଷା ସ୍ତରରେ ଉର୍ନତି ଆଣିବାକୁ ଲକ୍ଷ୍ୟ ! ସୁକିନ୍ଦା କଲେଜ ରେ ନିର୍ମିତ ଲାଇବ୍ରେରୀ ବ୍ଲକ ଚଉଦଶହ ରୁ ଅଧିକ ଛାତ୍ରଛାତ୍ରୀ ଙ୍କୁ କଳା,ବିଜ୍ଞାନ ଏବଂ ବାଣୀଜ୍ୟ ପାଠ୍ୟକ୍ରମ ପାଇଁ ସାହାଯ୍ୟ କରିବ । ସୂଚନା ଯୋଗ୍ୟ ଯେ ସୁକିନ୍ଦା ଏବଂ ଦାନଗଦି ବ୍ଲକ ର ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ଗଢିବା ପାଇଁ ଏହି ଅନୁଷ୍ଠାନ ବହୁତ ସହାୟକ ହେବ ! ହରିପୁର ଭାରତୀ ଡିଗ୍ରୀ ମହାବିଦ୍ୟାଳୟ ରେ ନିର୍ମିତ ଲାଇବ୍ରେରୀ ବ୍ଲକ ଦ୍ଵାରା ୧୨୦୦ ରୁ ଅଧିକ ଛାତ୍ରଛାତ୍ରୀ ଯୁକ୍ତ ୨ ବିଜ୍ଞାନ ଓ କଳା ଏବଂ ଯୁକ୍ତ ୩ ଆର୍ଟ ଷ୍ଟ୍ରିମ ବିଭାଗରେ ଲାଭବାନ ହେବେ ! ଭିତ୍ତିଭୂମି ବିକାଶ ରେ ଟାଟା ଷ୍ଟିଲ ଫାଉଣ୍ଡେସନ ସକ୍ରିୟ ଭାବରେ ଜଡିତ ରହିଛି  !

Leave A Reply