ବିପର୍ଯ୍ୟୟ ପରିଚାଳନାକୁ ନେଇ ମୟୂରଭଞ୍ଜ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା , ପ୍ରବାସୀ ମାନଙ୍କ କ୍ଷୁଧା ନିବାରଣ ପାଇଁ ଦଳ ତରଫରୁ ପଦକ୍ଷେପ ନେବାକୁ ନିଷ୍ପତ୍ତି
ବେତନଟୀ/ବଡସାହି/ବୈଶିଙ୍ଗା (ଇମିସ) : ଶାସକ ବିଜେଡି ଦଳର ମୟୂରଭଞ୍ଜ ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଆଜି ପୂର୍ବାହ୍ନରେ ବଡସାହି ବିଧାନସଭା କ୍ଷେତ୍ର ଗସ୍ତ କରିଛନ୍ତି । ବେତନଟୀ ବ୍ଲକରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରା ଯିବା ସହିତ ତାଙ୍କ ସହିତ ଜିଲ୍ଲାର ପ୍ରମୁଖ ପଦାଧିକାରୀ ମାନେ ପହଞ୍ଚି ଆଲୋଚନା କରି ଥିଲେ ।
ରାଜ୍ୟ ସଭା ସାଂସଦ ମମତା ମହାନ୍ତ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ଯାନ୍ତ୍ରିକ କୃଷି ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ବଡସାହି ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ସୁବ୍ରମଣ୍ୟମ ମହାନ୍ତି (ପିଲୁ), ପୂର୍ବତନ ବିଧାୟକ ତଥା ବଡସାହି ବିପର୍ଯ୍ୟୟ ପରିଚାଳନାରର ପର୍ଯ୍ୟବେକ୍ଷକ ଭାଦବ ହାଁସଦା, ଡା. ଦେବାଶିଷ ମାରାଣ୍ଡି, ବଡସାହି ନିର୍ବାଚନ ମଣ୍ଡଳୀର କେନ୍ଦ୍ରୀୟ କମିଟୀ ଦାୟୀତ୍ୱରେ ଥିବା ଯୁବ ନେତା ବୃନ୍ଦାବନ ଦାସ, ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର ପ୍ରମୁଖଙ୍କ ସହିତ ପ୍ରଣବ ସଂପ୍ରତି କରୋନା ମୁକାବିଲା ସହିତ ଅମ୍ଫାନର କ୍ଷୟକ୍ଷତିକୁ ନେଇ ଆଲୋଚନା କରି ଥିଲେ । ବେତନଟୀ ବ୍ଲକ କମିଟୀର ସନ୍ତୋଷ କୁମାର ଜେନା, ଜ୍ୟୋତିକାନ୍ତ ସାମଲ, ଯୁବ ନେତା ପ୍ରି୍ରୟବ୍ରତ ପଟ୍ଟନାୟକ, ଯାମିନୀ ନାଏକ, ସମାଜସେବୀ ଅଜୟ କୁମାର ଓଝା, ସୁନ୍ଦରମୋହନ ମହାନ୍ତ, ଇଂ. ସୁଶାନ୍ତ କୁମାର ବଳା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଯାପାନୀ ମାଝୀ, ଭବାନୀ ଶଙ୍କର ମିଶ୍ର, ସ୍ୱରୂପ ତ୍ରିପାଠୀ, ମୂରଲୀଧର ନାୟକ,ସନାତନ ସାହୁ, ଚିତ୍ତେଶ୍ୱର ବେହେରା, ସଠିଲୋ ସରପଞ୍ଚ ବିଜୟ କୁମାର ସିଂ ଓ ବହୁ ବରିଷ୍ଠ କର୍ମୀ ଉପସ୍ଥିତ ଥିଲେ ।
ଆସନ୍ତାକାଲି ପାଖରୁ ବିଭିନ୍ନ ରାଜ୍ୟରୁ ଫେରୁ ଥିବା ପ୍ରବାସୀ ମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ ପାଇଁ ବିଜେଡି ଦଳ ତରଫରୁ ବ୍ୟବସ୍ଥା କରା ଯାଇ ଥିବାର ଜଣା ପଡିଛି । ସାମାଜିକ ଦୂରତା, ମାସ୍କର ବ୍ୟବହାର, ସାନିଟାଇଜର ବ୍ୟବହାର ଓ ନିୟମିତ ହାତ ଧୋଇବାକୁ ନେଇ ପ୍ରଣବ ଗ୍ରାମୀଣ ସଚେତନା କରିବାକୁ ନିଦେ୍ର୍ଦଶ ଦେଇ ଥିଲେ । ପରେ ପ୍ରଣବ ବଡସାହି ଗସ୍ତ କରି ଥିଲେ ଓ ବଡସାହିରେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ସିଂ, ଇଂ. ପ୍ରକାଶ ଦଳେଇ, ଜ୍ଞାନରଞ୍ଜନ ଦାଶ, ରାଜକିଶୋର ଆଚାର୍ଯ୍ୟ, ସରୋଜ ଦାସ, ଗଗନ ସେନାପତି ଓ ଅନ୍ୟମାନେ ତାଙ୍କୁ ସ୍ୱାଗତଃ କରି ଥିଲେ ।