ରଣପୁର : ରଣପୁର ବ୍ଲକ ଅନ୍ତର୍ଗତ ବୃନ୍ଦାବନପୁର ପଚାଂୟତ ର ଲେଖନପୁର ଗ୍ରାମରେ ଆଜି ଜଣେ ବାଳିକା କୂଅରେ ପଡି ମୃତ୍ୟୁବରଣ କରିଛି । ଖବରରୁ ଜଣାଯାଏ ଲେଖନପୁର ଗ୍ରାମର ପ୍ରଫୁଲ ବେହେରାଙ୍କ ଝିଅ ଭାରତି ବେହେରା ଆଜି ବାରିପଟ କୂଅରେ ପାଣି କାଢୁଥିଲା । କିନ୍ତୁ ପାଣିକାଢିଲା ବେଳେ ଗୋଡ ଖସିଯିବାରୁ ସେ ଗଭିର କୂଅରେ ପଡିଯାଇଥିଲା ।
କିଛି ସମୟପରେ ପରିବାର ଲୋକମାନେ କୂଅରେ ପଡିଥିବା ଦେଖି ରଣପୁର ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ । ଦମକଳ ବାହିନି କୂଅରୁ ବାଳିକାକୁ ଉଦ୍ଦାର କରି ରଣପୁର ମେଡିକାଲ ରେ ଭର୍ତୀ କରିଥିଲା । କିନ୍ତୁ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିଲେ ।