Odisha news

ଜିଲ୍ଲା ପ୍ରଶାସନ ର ନିଷ୍ପତି ରଣପୁର ରେ ଆରମ୍ଭ ହେବ ରଥ ନିର୍ମାଣ

0

ରଣପୁର, ୨୧/୫ଓଡିଶାର ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ରଥ ଯାତ୍ରା ଆଉ ମାତ୍ର ଏକ ମାସ ଥିବାବେଳେ ପ୍ରଶାସନ କୌଣସି ପ୍ରସ୍ତୁତି ଆରମ୍ଭ କରି ନଥିବାରୁ ସର୍ବସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା । କରୋନାକୁ ବାହାନା କରି ସ୍ଥାନୀୟ ପ୍ରଶାସନ ଚୁପ ବସିଥିଲା । ରଥ ନିର୍ମାଣରେ ବିଳମ୍ଭ ହେବରୁ ସର୍ବସାଧାରଣରେ  ଅସନ୍ତୋଷ ପ୍ରକାଶ ପାଇଥିଲା । ଏହାକୁ ଦୃଷ୍ଟିିରେ ରଖି  ଆଜି ପ୍ରେସ କ୍ଲବ ସଦସ୍ୟ ମାନେ ବିଧାୟକଙ୍କ ସହ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବାପରେ ଜିଲ୍ଲା ପ୍ରଶାସନ ରଣପୁର ରେ ରଥ ନିର୍ମାଣ ପାଇଁ   ଅନୁମତି ଦେଇଥିବା ଜଣାଯାଇଛି ।

ଖବର ନେବାରେ ଜଣାଯାଏ ମହାମାରୀ କରୋନା ପ୍ରଭାବ ଯୋଗୁ ଏବେ ଭାରତ ସାରା ଲକଡାଉନ ଚାଲୁ ରହିଛି । ବିଶ୍ୱପ୍ରସିଦ୍ଦ ପୁରୀ ରଥ ଯାତ୍ରା ପାଇଁ କେନ୍ଦ୍ର ସରକାର ଅନୁମତି ଦେଲାପରେ ରଥ ନିର୍ମାଣ ଆରମ୍ଭ ହୋଇଛି । ସେହିପରି ଓଡିଶାର ଦ୍ୱିତୀୟ ବୃହତମ ରଣପୁର ରଥ ନିର୍ମାଣ ପାଇଁ ମନ୍ଦିର ପ୍ରଶାସନ କୌଣସି ଆଗ୍ରହ ପ୍ରକାଶ କରିନଥିଲେ । କେବଳ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ଆଇନମନ୍ତ୍ରୀ ଙ୍କୁ ରଥ ନିର୍ମାଣ ପାଇଁ  ଅନୁମତି ପାଇଁ ଚିଠି ଲେଖି ଚୁପ ବସିଯାଇଥିଲେ । ଯାହାଫଳରେ  ସର୍ବସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା । ରଥ ଯାତ୍ରା ଆଉ ଏକ ମାସ ଥିବାରୁ ରଥ ନିର୍ମାଣରେ ଆରମ୍ଭ ହୋଇନଥିବାରୁ ଗତ କାଲି ସ୍ଥାନୀୟ ପ୍ରେସ ବ୍ଲକ ସଦସ୍ୟ ମାନେ ତହସିଲଦାରଙ୍କୁ ଭେଟିଥିଲେ ।

କିନ୍ତୁ ଏଥିରେ କୌଣସି ସୁଫଳ ମିଳିନଥିଲା । ପରେ ସାମ୍ବାଦିକଙ୍କର ଏକ ଟିମ ବିଧାୟକ ସତ୍ୟନାରାୟଣ ପ୍ରଧାନ ଙ୍କ ସହ ଆଲୋଚନା କରିଥିଲେ । ପରେ ବିଧାୟକ ଏକ ପତ୍ର ଜିଲ୍ଲାପଳଙ୍କୁ ଲେଖିଥିଲେ । ଜେହେତୁ ରଣପୁର ରେ ୩୦୦ ବର୍ଷ ଧରି ନିରବଛିନ୍ନ ଭେବେ ରଥ ଯାତ୍ରା ହୋଇଆସୁଛି ତେଣୁକରି ସାମାଜିକ ଦୂରତା ରକ୍ଷା କରି ରଥ ନିର୍ମାଣ ପାଇଁ ଅନୁମତି ଦେବାପାଇଁ ଜଣାଇଥିଲେ । ପରେ ଏକ ସାମ୍ବାଦିକ ଟିମ ନୟାଗଡ ଜିଲ୍ଲପାଳ ଡଃ ପୋମା ଟୁଡୁ ଙ୍କୁ ସାକ୍ଷାତ କରି ରଥ ନିର୍ମାଣ ପାଇଁ ଅନୁମତି ଦେବାପାଇଁ ଅନୁରୋଧ କରିଥିଲେ ।  ଜିଲ୍ଲାପାଳ ରଣପୁର ରେ ସାମାଜିକ ଦୂରତା ରକ୍ଷାକରି ରଥ ନିର୍ମାଣ କରାଜିବ ବୋଲି ପ୍ରତିଶ୍ୃତି ଦେବାସହ ଶୀଘ୍ର ରଥ ନିର୍ମାଣ କରାଜିବ ବୋଲି ମତଦେଇଥିଲେ ।  ଏହି ସାକ୍ଷାତକାର ରେ ସୁକାନ୍ତ ପଟ୍ଟନାୟକ , ବିଶ୍ୱରଞନ ଆଚାର୍ଯ୍ୟ , ବ୍ରଜ ରଣସିଂ ,କିଶୋର ରାଉତରା ,  ରଘୁନାଥ ନାୟକ , ଅଭିମନ୍ୟୁ ମହାରଣା  , ସୁଶିଲ ରଣା , ଚନ୍ଦ୍ରଭାନୁ ପରିଡା , କୃର୍ଷଂଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇଥିଲେ ।

Leave A Reply