ନିରାକାରପୁର :ସଂକ୍ରମଣ ବଢୁଥିବାରୁ କେନ୍ଦ୍ର ସରକାରଙ୍କ ତରଫରୁ ଲକ ଡ଼ାଉନକୁ ୩୧ ମଇ ପର୍ଯ୍ୟନ୍ତ ବଢାଯାଇଛି । କିନ୍ତୁ ଲୋକେ ଆଉ ଲକ ଡ଼ାଉନକୁ ମାନିବାକୁ ନାରାଜ । ସରକାର ଯେଉଁ ଦୋକାନ ନ ଖୋଲିବାକୁ ନିଦେ୍ର୍ଦଶ ଦେଇଛନ୍ତି ଲୋକେ ଉକ୍ତ ଦୋକାନଗୁଡ଼ିକୁ କେହି ଲୁଚି ଛପି ତ ଆଉ କେହି ଖୋଲୁମ ଖୋଲୁଥିବା ଦେଖିବାକୁ ମିଳୁଛି । କେବଳ ସରକାର ଓ ପୋଲିସ ପ୍ରଶାସନର ତାଗିଦ ଯୋଗୁ ମୁହଁରେ ମାସ୍କ ପିନ୍ଧା ବଢିଛି । କିନ୍ତୁ ଦୋକାନ ବଜାର,ବ୍ୟାଙ୍କ, ବିଭିନ୍ନ କାର୍ଯ୍ୟାଳୟରେ ସାମାଜିକ ଦୂରତ୍ୱ କଥା ସତେ ଯେମିତି ସମସ୍ତେ ଭୁଲି ଗଲାଭଳି ଲାଗୁଛି ।
ନିରାକାରପୁରର ପାଖାପାଖି ଅଞ୍ଚଳରେ କୋଭିଡ଼୧୯ ପଜେଟିଭ ବଢୁଥିବାରୁ ନିରାକାରପୁର ପ୍ରତି ବିପଦ ସୃଷ୍ଟି କରିଛି । ବିଭିନ୍ନ ଲୋକମାନେ ନିରାକାରପୁର, ବଜାର,ହାଟ ଓ ବିଭିନ୍ନ ବ୍ୟାଙ୍କ ,କାର୍ଯ୍ୟାଳୟକୁ ଦୈନନ୍ଦିନ ସଂଖ୍ୟାରେ ଆସୁଥିବାରୁ ସାମାଜିକ ଦୂରତ୍ୱ ରକ୍ଷା କରି ଯାହା କରିବା କଥା । କିନ୍ତୁ ଏଠାରେ ଶହ ଶହ ସଂଖ୍ୟାରେ ଲୋକମାନେ ଯାତୟତ କରୁଥିବାରୁ ବିପଦ ଦେଖାଦେଉଛି । ଆଗରୁ ପୋଲିସ ପ୍ରଶାସନ ଯେଉଁଭଳି ଚଢଉ କରି ଜଗାଜଗି କରୁଥିଲେ । ବର୍ତ୍ତମାନ ଏମାନଙ୍କ ପ୍ରଭାବ ନାହିଁ । ତେଣୁ ଜିଲ୍ଲା ପ୍ରଶାସନ ଏହା ଉପରେ ନଜର ଦେଇ ପଦକ୍ଷେପ ନେବାକୁ ଦାବୀ ହେଉଛି ।