ଗୋପ ; ଆଜି ଗୋପ ବ୍ଲକର ପ୍ରଥମ ମହିଳା ପଜିଟିଭ୍ ଅଣ୍ଢରା ଇଚ୍ଛାପୁର ପଂଚାୟତର ନୀଳକଣ୍ଠେଶ୍ୱର ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରୁ ବାହାରିବା ସରକାରୀ ସୂତ୍ରରୁ ଜଣାପଡିଛି । କୋଲକତା ଫେରନ୍ତା ଏହି ୩୬ ବର୍ଷୀୟ ମହିଳା ଜଣକ ଗତ ୧୨ ତାରିଖ ଦିନ ତାଙ୍କର ସ୍ୱାମୀ,ପୁଅ,ଝିଅ ଓ ଶ୍ୱଶୁରଙ୍କ ସହିତ ଆସି ସଙ୍ଗରୋଧ କେନ୍ଦ୍ରରେ ଥିଲେ । ଏହି ମହିଳା ଜଣକ ସଙ୍ଗରୋଧ କେନ୍ଦ୍ରରେ ଥିଲା ବେଳେ ପ୍ରବଳ ଛିଙ୍କିବା ସହିତ ଶରୀରରେ କୋଭିଡ ପଜିଟିଭ୍ ର ଲକ୍ଷଣ ପ୍ରକାଶ ପାଇଥିଲା । ଅନ୍ୟ ପକ୍ଷରେ ଏହି ମହିଳା ଜଣକର ସ୍ୱାବ ପରୀକ୍ଷା ହେଲା ପରେ ସେ କୋଭିଡ୍ ଆକ୍ରାନ୍ତ ବୋଲିି ଜଣାପଡିଥିଲା ।
ଗତ କାଲି ବିଳମ୍ବିତ ରାତିରେ ତାଙ୍କୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ତୁରନ୍ତ ଭୂବନେଶ୍ୱର ସ୍ଥିତ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଆଜି ସକାଳୁ ଗୋପ ଅଗ୍ନିଶମ କେନ୍ଦ୍ର ତରଫରୁ ଉକ୍ତ ସଙ୍ଗରୋଧ କେନ୍ଦ୍ରକୁ ସାନିଟାଇଜେସନ୍ କରାଯାଇଛି । ଏହି ସଙ୍ଗରୋଧ କେନ୍ଦ୍ରରେ ସମୁଦାୟ ୩୬ଜଣ ପ୍ରବାସୀ ଓଡିଆ ରହୁଥିବା ବେଳେ ପଜିଟିଭ୍ ବାହାରିବା ପରେ ଏବେ ସମସ୍ତେ ଆଶଙ୍କା ଏବଂ ଭୟର ବାତାବରଣ ଭିତରେ ରହିଥିବା ବେଳେ ସରପଂଚ ବନରଂଜନ ପଟ୍ଟନାୟକ ସମସ୍ତଙ୍କୁ ଆଶ୍ୱାସନା ଦେବା ସହିତ ସଚେତନ ହୋଇ ରହିଲେ ଆମେ ଏହି ମହାମାରୀରୁ ମୁକ୍ତି ପାଇପାରିବା ବୋଲି କହିଛନ୍ତି ।