ମୟୂରଭଞ୍ଜ:ଦାରିଦ୍ର୍ୟ ଦୂରୀକରଣ ପାଇଁ କେନ୍ଦ୍ର ସରକାର ଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ମାଳମାଳ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି।ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ଯେପରି ଉପଯୁକ୍ତ ଲୋକମାନଙ୍କୁ ମିଳିପାରିବ ସେଥିପାଇଁ ନୀତିନିୟମ ମଧ୍ୟ ପ୍ରସ୍ତୁତ କରିଛନ୍ତି।ସରକାରୀ ଯୋଜନା ଗୁଡିକ ରୁ ଯେପରି ଉପଯୁକ୍ତ ହିତାଧିକାରୀ ବଞ୍ଚିତ ନ ହେବେ ସେଥିପାଇଁ ତୃଣମୂଳ ସ୍ତରରୁ ଉପଯୁକ୍ତ ହିତାଧିକାରୀ ଙ୍କୁ ଚୟନ କରାଯିବା ପାଇଁ ଗ୍ରାମ ପଞ୍ଚାୟତ ସ୍ତରରୁ ପ୍ରଶାସନିକ କର୍ତ୍ତୃପକ୍ଷ ଙ୍କୁ ଦାୟିତ୍ୱ ଦିଆଯାଇଛି।ଏହା ସତ୍ତ୍ବେ ମଧ୍ୟ ବହୁ ଉପଯୁକ୍ତ ହିତାଧିକାରୀ ଏବେବି ସରକାରଙ୍କ ଲୋକାଭିମୁଖୀ ଯୋଜନା ର ସଫଳତା ପାଇବାରୁ ବଞ୍ଚିତ ହୋଇଆସୁଛନ୍ତି।ଏହାର ଏକ ନଗ୍ନ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦ ପୁର ପଞ୍ଚାୟତ ସମିତି ଅଧୀନ ଅମର୍ଦା ଗ୍ରାମ ପଞ୍ଚାୟତ ର ଭାଲିଆଗଡିଆ ଗ୍ରାମରେ।
ଆମେ କହୁଛୁ ସୁରେଶ କାଳନ୍ଦୀ ଙ୍କ କଥା।ସୁରେଶ କାଳନ୍ଦୀ ଓ ତାଙ୍କର ସ୍ତ୍ରୀ ଏବଂ ତାଙ୍କର ପୁଅ,ବୋହୂ ,ନାତି ନାତୁଣୀ ଙ୍କୁ ନେଇ ଏକ ପଲିଥିନ ତଳେ ରହୁଛନ୍ତି।ନା ଅଛି କବାଟ ନା ଅଛି ଝରକା।ଶାରିରୀକ ମାନସିକ ସ୍ତରରେ ଅସୁସ୍ଥ ଥିବା ବେଳେ ଆଜି ପର୍ଯ୍ୟନ୍ତ କୋୖଣସି ସହାୟତା ସୁବିଧା ତାଙ୍କ ଭାଗ୍ୟ ରେ ମିଳିପାରିନାହିଁ।ସୁରେଶ କାଳନ୍ଦୀ ବହୁ ଦିନରୁ ୬୦ ବର୍ଷ ଅତିକ୍ରମ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କର ମାସିକ ଭତ୍ତା ମିଳିପାରିନାହିଁ।ନିତ୍ୟ ବ୍ୟବହାର୍ଯ୍ୟ ହେଉଥିବା ଖାଦ୍ୟ ସାମଗ୍ରୀ ରେସନକାର୍ଡ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ର ସହାୟତା ପାଇଁ ପୂର୍ବରୁ ବହୁବାର ରାସ ଗୋବିନ୍ଦପୁର ବ୍ଲକ କାର୍ଯ୍ଯାଳୟ ରେ ଗୁହାରୀ ଜଣାଇଥିଲେ ମଧ୍ୟ କୋୖଣସି ସୁବିଧା ମିଳିପାରିନାହିଁ।
ସରକାର ନିରୀହ ଓ ଅସହାୟ ମାନଙ୍କ ସହଯୋଗ ସହ ବିକାଶ ଦିଗରେ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି।ହେଲେ ଯୋଗ୍ଯ ପରିବାର ସରକାରୀ ସହାୟତା ରୁ ବହୁ ଦୂରରେ ରହିଯାଉଥିବା ପରିଲକ୍ଷିତ ହେଉଛି।ସୁରେଶ କାଳନ୍ଦୀ ଙ୍କ ର ଘରଟିଏ ନାହିଁ ବୋଲି ବାଧ୍ୟ ହୋଇ ଶୀତ କାକରେ ଶୋଇବା ପାଇଁ ପଡୋଶୀ ପାଇଖାନା ବ୍ୟବହାର କରୁଛନ୍ତି।ସ୍ଵଛ ପରିମଳ ଯୋଜନା ରେ ମିଳିଥିବା ଅନ୍ୟ ପଡୋଶୀ ଙ୍କର ପାଇଖାନା ରେ ତାଙ୍କର ବିତୁଛି ଜୀବନ।ଯାହା ହେଉ ସରକାରଙ୍କ ଆବାସ ଯୋଜନାରେ ଘରଟିଏ ନ ମିଳିପାରଲେ କଣ ହେଲା ସ୍ବଚ୍ଛ ପରିମଳ ଯୋଜନା ରେ ମିଳିଥିବା ପାଇଖାନା ତାଙ୍କ ପାଇଁ ସବୁକିଛି।