Odisha news

ରୁମାଲ୍‌ ମାସ୍କ ଅସୁରକ୍ଷିତ କେଉଁ ପ୍ରକାର ମାସ୍କ

0

କରୋନାଭାଇରସ୍‌ରୁ ଅଧିକ ସୁରକ୍ଷା ପ୍ରଦାନ କରିବ ଜାଣିବା ପାଇଁ ଆମେରିକାର ଡୁ୍ୟକ୍‌ ୟୁନିଭର୍ସିଟିର ବୈଜ୍ଞାନିକମାନେ ୧୪ ପ୍ରକାର ମାସ୍କ ପରୀକ୍ଷା କରିଛନ୍ତି । ଏହା ସହ କେଉଁ ପ୍ରକାର ମାସ୍କ ଆମ ପାଇଁ ଅସୁରକ୍ଷିତ ତାହା ମଧ୍ୟ ଜାଣିଛନ୍ତି । ସବୁ ପ୍ରକାର ମାସ୍କ ସଂକ୍ରାମକ ଭାଇରସ୍‌ରୁ ବରାବର ସୁରକ୍ଷା ଦେଇ ନ ଥାନ୍ତି । ସେମାନେ ତିନି ଲେୟାର୍‌ ସର୍ଜିକାଲ୍‌ ମାସ୍କ, ଭାଲବ୍‌ ଏନ୍‌୯୫ ମାସ୍କ, ହାତ ତିଆରି ମାସ୍କ, ଦୁଇ ଲେୟାର୍‌ ପଲିପ୍ରୋପାଲିନ୍‌ ଏପ୍ରନ୍‌ ମାସ୍କ, କଟନ୍‌-ପଲିପ୍ରୋପାଲିନ୍‌ ମାସ୍କ, ଗୋଟେ ଲେୟାର୍‌ ମ୍ୟାକ୍‌ସିମା ଏଟି ମାସ୍କ, ଦୁଇ ଲେୟାର୍‌ କଟନ ପ୍ଲେଟେଡ୍‌ ମାସ୍କ, ଦୁଇ ଲେୟାର ଲେୟାର ଓଲସନ୍‌ ଷ୍ଟାଇଲ୍‌ ମାସ୍କ, ଗୋଟିଏ ପସ୍ତ ସୂତା କପଡ଼ା ଲାଗିଥିବା ମାସ୍କ, ଗେଟର୍‌ ଟାଇପ୍‌ (ପଟି ବନ୍ଧାଯାଇଥିବା ଭଳି) ନେକ୍‌ ଫ୍ଲିସ୍‌, ଡବଲ୍‌ ଲେୟାର୍‌, ଦୁଇ ଲେୟାର୍‌ କଟନ ପ୍ଲେଟେଡ୍‌ ମାସ୍କ, ଭାଲ୍‌ବ ନ ଥିବା ମାସ୍କ ପ୍ରଭୃତି ପରୀକ୍ଷା କରିଥିଲେ । ଏସବୁ ମଧ୍ୟରୁ ଭାଲ୍‌ବହୀନ ଏନ୍‌- ୯୫ ମାସ୍କ ଅଧିକ ସୁରକ୍ଷିତ, ତେଣୁ ସର୍ବୋତ୍ତମ । ତିନି ଲେୟାର୍‌ ସର୍ଜିକାଲ ମାସ୍କ ଓ ଘର ତିଆରି କଟନ୍‌ ମାସ୍କ ମଧ୍ୟ ସୁରକ୍ଷା ପ୍ରଦାନ କରେ । ରୁମାଲ୍‌ ମାସ୍କ କିନ୍ତୁ ଅସୁରକ୍ଷିତ । ନେକ୍‌ ଫ୍ଲିସ ମାସ୍କ ସବୁଠୁ ଖରାପ । ଏ ମାସ୍କ ବଡ଼ ଡ୍ରପଲେଟ୍‌କୁ ଛୋଟ ଛୋଟ ଡ୍ରପ୍‌ଲେଟ୍‌ରେ ପରିଣତ କରୁଥିବାରୁ ଏହାକୁ ପିନ୍ଧିବା ବଡ଼ ମାରାତ୍ମକ ।

Leave A Reply