Odisha news

ସମାଜର ପ୍ରତି କ୍ଷେତ୍ରରେ ମାଆମାନଙ୍କୁ ମିଳିପାରିଛି ଉପଯୁକ୍ତ ସମ୍ମାନ 

0

ମାର୍ଶାଘାଇ : ଆଜି ସମାଜର ପ୍ରତି କ୍ଷେତ୍ରରେ ମାଆମାନଙ୍କୁ ମିଳିପାରିଛି ଉପଯୁକ୍ତ ସମ୍ମାନ । ପ୍ରତି କ୍ଷେତ୍ରରେ ଆମ ମାଆମାନେ ବହୁ ଆଗକୁ ଯାଇ ସାରିଲେଣି । ମାଆମାନେ ପଲ୍ଲୀରୁ ଯାଇ ଦିଲ୍ଲୀ ଦରବାରରେ ପହଞ୍ଚô ନିଜର ଦକ୍ଷତା ପ୍ରତିପାଦନ କଲେଣି । ଏସବୁ କେବଳ ସମ୍ଭବ ହୋଇପାରିଛି ଆମ ରାଜ୍ୟର ପ୍ରିୟ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ପାଇଁ । ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ମହିଳାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ପ୍ରାଧାନ୍ୟ ଦେଉଥିବା ସହିତ ମହିଳାମାନଙ୍କ ଉନ୍ନତି ପାଇଁ ଅନେକ ଯୋଜନା କାର୍ଯ୍ୟକାରି କରିଛନ୍ତି

ମିଶନ ଶକ୍ତି ବିଭାଗ ଭାବରେ ଏକ ସ୍ୱତନ୍ତ୍ର ବିଭାଗ ରାଜ୍ୟରେ ସୃଷ୍ଟି କରାଯାଇଛି ଯାହାକି ସାରା ଦେଶରେ ଓଡିଶା ହିଁ ପ୍ରଥମ ରାଜ୍ୟ ବୋଲି ମାର୍ଶାଘାଇ ବ୍ଲକ ଗିରଙ୍ଗ ମୋହନ ମୁରଲୀ ମଠ ପରିସରରେ ଆୟୋଜିତ ମହିଳା ସମାବେଶରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମହାକାଳପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମତପ୍ରକାଶ କରିଛନ୍ତି । ମାର୍ଶାଘାଇ ବ୍ଲକ ମହିଳା ବିଜେଡି ସଭାନେତ୍ରୀ ଶର୍ମିଷ୍ଠା ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା ।

ଏହି ମହିଳା ସମାବେଶରେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଚନ୍ଦ୍ର ଦାସ,ମାର୍ଶାଘାଇ ବ୍ଲକ ବିଜେଡି ସଭାପତି ସଂଜୟ ଲେଙ୍କା,ଜିଲ୍ଲା ଉପ ସଭାପତି ଗଙ୍ଗାଧର ପରିଡା ମାର୍ଶାଘାଇ ପଂଚାୟତ ସମିତି ଅଧ୍ୟକ୍ଷା ସୀତାଲତା ପରିଡା,ଉପାଧ୍ୟକ୍ଷା ମମତା ପ୍ରଧାନ,ମହାକାଳପଡା ପଂଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ବରାଳ , ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଭାରତୀ ଦଳାଇ,ଜିଲ୍ଲା ପରିଷଦ ସଦସ୍ୟା ନଳିନୀପ୍ରଭା ଚୈାଧୁରୀ,କବିତା ମଲିକ, ସମିତିସଭ୍ୟା ଲିଲିମା ଲେଙ୍କା ,ମହାକାଳପଡା ବ୍ଲକ ମହିଳା ବିଜେଡି ସଭାନେତ୍ରୀ ସୁରଭି ଜେନା,ମହାକାଳପଡା ବ୍ଲକ ଉପାଧ୍ୟକ୍ଷ ରଶ୍ମିରଂଜନ ମହାପାତ୍ର, ଯୁବ ବିଜେଡି ସଭାପତି ପ୍ରତାପ କୁମାର ମଲ୍ଲିକ,ଚନ୍ଦ୍ରମଣି ସାହୁ, ସରପଂଚ ସରିତା ପ୍ରଧାନ,ସ୍ନେହଲତା ମହାପାତ୍ର , ଲାବଣ୍ୟବତି ସେନାପତି , ଯୁବନେତା କୁଞ୍ଜ ବିହାରି ଦାସ ,ଲିପୁନି ନାୟକ,ସର୍ବେଶ୍ୱର ଦାସ,ଜ୍ୟୋତିରଂଜନ ଖଟୁଆ, ଅଜୟ କର ,ଅଜୟ କୁମାର ରାଉତରାୟ , ହେମନ୍ତ ସାହୁ , ସରପଞ୍ଚ କବିନ୍ଦ୍ରନାଥ ଜେନା , ବିପୁଲ ନାୟକ , ପ୍ରଦିପ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ମହିଳା ସମାବେଶରେ ମହାକାଳପଡା ବିଧାନସଭା ନିର୍ବାଚନ ମଣ୍ଡଳିର ହଜାର ହଜାର ମହିଳା ଯେଗ ଦେଇଥିଲେ ।

Leave A Reply