Odisha news

ଖଲ୍ଲିକୋଟ ରେ ବିଜେଡି ର ବିଶାଳ ମହିଳା ସମାବେଶ ।

0
ଖଲ୍ଲିକୋଟ:-ବିଜେଡି ପକ୍ଷରୁ ଆଜି ଖଲ୍ଲିକୋଟ ବସଷ୍ଟାଣ୍ଡ ନିକଟସ୍ଥ ମିନି ଷ୍ଟାଡିୟମ ପଡିଆ ରେ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜୟନ୍ତୀ ଅବସରରେ ଏକ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା ।ଯୁବନେତା ରତ୍ନାକର ସାହୁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ମହିଳା ସମାବେଶରେ ଜିଲ୍ଲା ବିଜେଡି ସଭାପତି ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ସଭାପତି ସୁବାଷ ଚନ୍ଦ୍ର ମହାରଣା, ଜିଲ୍ଲା ମହିଳା ସଭାନେତ୍ରୀ ସଂଘମିତ୍ରା ଦଳେଇ, ରାଜ୍ୟ ମହିଳା ଉପ ସଭାପତି ମୀରା ପରିଡ଼ା, ଆସିକା ଏମପି ପ୍ରମିଳା ବିଶୋଇ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ସୁରଥ ଚନ୍ଦ୍ର ପାହାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲେଇ ଓ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷା ମିନାକ୍ଷୀ ସାହୁ, ଖଲ୍ଲିକୋଟ ବ୍ଲକ ମହିଳା
ସଭାନେତ୍ରୀ ମିତାଞ୍ଜଳି ମିଶ୍ର, ବ୍ଲକ ବିଜେଡି ସଭାପତି ଗଙ୍ଗାଧର ଖୁଣ୍ଟିଆ, ନଗର ସଭାପତି କେ. ନରେନ୍ଦ୍ର ପାତ୍ର, ଯୁବ ବିଜେଡି ସଭାପତି ଦୟାନିଧି ସାହୁ ଏବଂ ଭୁବନେଶ୍ୱର ରୁ ଆସିଥିବା ଦୁଇ ଜଣ ପର୍ଯ୍ୟବେକ୍ଷକ ଅତିଥି ଭାବେ ମଞ୍ଚ ରେ ଉପସ୍ଥିତ ଥିଲେ ।ଅତିଥି ମାନେ ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକାରୀ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ ଓ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ମହିଳା ମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି କହିଥିଲେ ।
ଏନ ଏ ସି ର ପୂର୍ବତନ ନଗରପାଳ ରାମମୋହନ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଯୁବନେତା ଦୈତାରୀ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ ।ଶ୍ୱେତପଦ୍ମ ସାଂସ୍କୃତିକ ପରିଷଦର କୁନି କୁନି କଳାକାର ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିବା ସହ ନୃତ୍ୟ ପରିବେଷଣ କରିଥିଲେ ।ଏହି ବିଶାଳ ମହିଳା ସମାବେଶରେ ଖଲ୍ଲିକୋଟ ଓ ଏହାର ଆଖପାଖ ଅଞ୍ଚଳରୁ ପ୍ରାୟ ୫ ହଜାର ମହିଳା ଯୋଗ ଦେଇଥିଲେ ।

Leave A Reply