Odisha news

ବାଲିଗୁଡା:ଶାଳଗଣ୍ଡି ସହ ମିନି ଟ୍ରକ୍‌ ଜବତ, ୪ ଗିରଫ….

0

.ବାଲିଗୁଡା:କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳରେ ଚୋରାଚାଲାଣ ହେଉଥିବା ୧୫ ଖଣ୍ଡ ଶାଳକାଠ ସହ ଏକ ମିନିଟ୍ରକକୁ ବନ ବିଭାଗ ଜବତ କରିଛି। ଏଥିରେ ସମ୍ପୃକ୍ତ ଥିବା ୪ଜଣ କାଠମାଫିଆଙ୍କୁ ମାମଲା ନଂ.୮୦/୧୯-୨୦ ଅନୁଯାୟୀ ବନ ବିଭାଗ କୋର୍ଟଚାଲାଣ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ବଡଗଡ଼ ଗ୍ରାମର କାହ୍ନୁ ଚରଣ ମହାକୁଡ଼, ବ୍ରାହ୍ମଣୀଗାଁ ର ଆପୁ ମାଝି, ସୁନେସ ମୁଠାମାଝି, ଓ ଗୁରୁବାରୀ ମାଝି। ପ୍ରକାଶ ଯେ, ଉକ୍ତ ବନାଞ୍ଚଳର ସଂରକ୍ଷିତ ଜଙ୍ଗଲରୁ ଦୃର୍ବୃତ୍ତମାନେ ପୂର୍ବରୁ ବଡ଼ ବଡ଼ ଶାଳ ଗଛ କାଟି ଦେଇଥିଲେ। ତାକୁ  ବିଳମ୍ବିତ ରାତିରେ ଏକ ମିନିଟ୍ରକ (ନଂ ଓଆର-୦୭ଇ- ୫୮୭୫) ରେ ଲୋଡ୍‌ କରି ଭୋର୍‌ରେ ବଡ଼ଗଡ଼କୁ ବେଆଇନ୍‌ ଚାଲାଣ କରାଯାଉଥିଲା। ଖବର ପାଇ ବନାଞ୍ଚଳ ଅଧିକାରୀ ପ୍ରଦୀପ ବେହେରାଙ୍କ ନିର୍ଦ୍ଦେଶକ୍ରମେ ବନପାଳ ନବୀନ ଚନ୍ଦ୍ର ମଲ୍ଲିକ, ବନରକ୍ଷୀ ଦୀପକ ପଟ୍ଟନାୟକ, ମନୋରଞ୍ଜନ ପରିଚ୍ଛା, ପ୍ରଫୁଲ୍ଲ ଚୌଧୁରୀ ପ୍ରମୁଖ ସଦଳବଳ ଚଢ଼ାଉ କରି ଗାଡ଼ି ସହ କାଠ ଜବତ କରିଥିଲେ।

Leave A Reply