Odisha news

ସହୟତାର ହାତ ବଢାଇଲେ ବିଧାୟକ ପବିତ୍ରଙ୍କ ଚିକିତ୍ସା ସହ ପୁଅ ପାଠପଢାର କରାଯିବ ବ୍ୟବସ୍ଥା

0

ମାର୍ଶାଘାଇ ବ୍ଲକ ଗରଜଙ୍ଗା ପଞ୍ଚାୟତ ଅନ୍ତର୍ଗତ ଆଠବାଟିଆ ଗ୍ରାମର ପବିତ୍ର କୁମାର ବେହେରାଙ୍କ ପରିବାର ନିକଟରେ ପହଞ୍ଚି ସହୟତାର ହାତ ବଢାଇଛନ୍ତି ମହାକାଳପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ବିଧାୟକ ଶ୍ରୀ ନାୟକ ସୋମବାର ପୂର୍ବାହ୍ନରେ ପହଞ୍ଚିବା ସହ ପବିତ୍ର ଓ ତାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ବୁଝିବା ସହ ପରିବାରର ପୁଅ ପ୍ରଥମେଶର ପାଠପଢା , ଘର ତଥା ପରିବାରର ସମସ୍ତ ସଦସ୍ୟଙ୍କ ବିଷୟରେ ଅବଗତ ହୋଇ କିପରି ପବିତ୍ରଙ୍କ ପରିବାରକୁ ସାହାର୍ଯ୍ୟ ଓ ସହଯୋଗ କରାଯାଇପାରିବ ସେ ସମ୍ପର୍କରେ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅଧିକାରିମାନଙ୍କ ସହ ଆଲୋଚନା କରିଥିଲେ । ପବିତ୍ରଙ୍କର ଉତ୍ତମ ଓ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ବ୍ୟବସ୍ଥା କରାଯିବା ସହ ଚିକିତ୍ସା ସମୟରେ ପବିତ୍ରଙ୍କୁ ସହୟତା ପାଇଁ ଦୁଇ ଜଣ ସହାୟକଙ୍କୁ ନିୟୋଜିତ କରାଯିବା ଏଥିସହ ଯେହେତୁ ପବିତ୍ରଙ୍କ ପତ୍ନୀ ଓ ବଡ ପୁଅର ସ୍ୱାସ୍ଥ୍ୟ ସମାସ୍ୟା ରହିଛି ଓ ମାତ୍ର ୯ ବର୍ଷ ବୟସର ପୁଅ ଅଛି ସେମାନଙ୍କର ଦେଖାଶୁଣା କରିବା ସହ ପୁଅ ପ୍ରଥମେଶର ପାଠପଢାର ବ୍ୟବସ୍ଥା କରାଯିବା ବୋଲି ବିଧାୟକ ଶ୍ରୀନାୟକ ପ୍ରତିଶ୍ରୃତି ଦେଇଛନ୍ତି । ପ୍ରକାଶ ଯେ ମାର୍ଶାଘାଇ ବ୍ଲକ ଗରଜଙ୍ଗା ପଞ୍ଚାୟତ ଆଠବାଟିଆ ଗ୍ରାମର ପବିତ୍ର ବେହେରା (୪୨) ତିନି ମାସ ହେବ ରୋଗଶଯ୍ୟାସାୟୀରେ ପଡିଛନ୍ତି । ପତ୍ନୀ ଚମ୍ପାବତୀ ବେହେରା (୩୮) ଆଜକୁ ୮ ବର୍ଷ ହେବ ଦୁରାରୋଗ୍ୟରେ ପିଡିତା । ବଡ ପୁଅ ପ୍ରଦ୍ୟୁମ୍ନ ବେହେରା (୧୨) ଜନ୍ମରୁ ଭିନ୍ନକ୍ଷମ । ସାନ ପୁଅ ପ୍ରଥମେଶ । ବୟସ ମାତ୍ର ୯ ବର୍ଷ । ବର୍ତ୍ତମାନ ଏହି ୯ ବର୍ଷ ବୟସର ପୁଅ ବୋହୁଛି ପରିବାରର ବୋଝକୁ । ପବିତ୍ରଙ୍କ ପରିବାରକୁ ଭେଟିବା ସମୟରେ ତାଙ୍କ ସହିତ ମାର୍ଶାଘାଇ ବିଡିଓ ଦେବେନ୍ଦ୍ର ନାଥ ସ୍ୱାଇଁ , ଗରଜଙ୍ଗା ସରପଞ୍ଚ ବିପୁଲ୍ ନାୟକ , ସମିତି ସଭ୍ୟା ଲିଲିମା ଲେଙ୍କା , ପୂର୍ବତନ ସମିତି ସଭ୍ୟ ପ୍ରଣବ ସାମଲ , ପ୍ରଫୁଲ କୁମାର ଦାସ , ସମାଜସେବୀ ଆଦିତ୍ୟ କୁମାର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply