Odisha news

ଶ୍ରୀଲଙ୍କାରେ ୨୦୧୯ରେ ୩୬୧ ହାତୀ ମୃତ

0

ଶ୍ରୀଲଙ୍କା:  ଶ୍ରୀଲଙ୍କାରେ ରେକର୍ଡ ସଂଖ୍ୟକ ହାତୀ ମୃତୁ୍ୟ ହୋଇଛି। ୩୬୧ ହାତୀ ୨୦୧୯ରେ ମରିଛନ୍ତି । ୧୯୪୮ରେ ଶ୍ରୀଲଙ୍କା ସ୍ୱାଧୀନ ହେବା ପରଠୁ ସବୁଠୁ ଅଧିକ ହାତୀ ଗତ ବର୍ଷ ପ୍ରାଣ ହରାଇଛନ୍ତି । ଏହି ଦ୍ୱୀପଦେଶରେ ୭,୫୦୦ ଜଙ୍ଗଲୀ ହାତୀ ଅଛନ୍ତି । ଏମାନଙ୍କୁ ମାରିବା ଯଦିଓ ବେଆଇନ, ଗ୍ରାମାଞ୍ଚଳବାସୀଙ୍କ ସହ ସଂଘର୍ଷ ଯୋଗୁ ଏତେ ସଂଖ୍ୟକ ହାତୀ ମରିଛନ୍ତି । ଶ୍ରୀଲଙ୍କାରେ ହାତୀକୁ ଶ୍ରଦ୍ଧା ଓ ସମ୍ମାନ କରାଯାଏ । ମାତ୍ର କେତେକ କୃଷକ ଏମାନଙ୍କୁ ହାନିକାରକ ଇତର ଜୀବ ଭାବେ ଦେଖନ୍ତି । ଗାଁଲୋକେ ବିଜୁଳି ତାର, ବିଷ, ବିସ୍ପୋଟକକୁ ଖାଦ୍ୟଭାବେ ଲୁଚାଇ ରଖି ହାତୀମାନଙ୍କୁ ମାରନ୍ତି । ଫସଲ ନଷ୍ଟ କରିବାରୁ ୭ ହାତୀକୁ ଗାଁଲୋକେ ବିଷ ଦେଇ ମାରିଥିବା ସୂଚନା ମିଳିଛି । ଗ୍ରାମବାସୀ ଓ ହାତୀ ମଧ୍ୟରେ ହେଉଥିବା ସଂଘର୍ଷକୁ ସମାଧାନ ନେଇ ଯୋଜନା ଚାଲିଛି । କେତେକ ଜଙ୍ଗଲୀ ହାତୀ ଟ୍ରେନ୍‌ ଧMାରେ ମରନ୍ତି ।

Leave A Reply