ମାର୍ଶାଘାଇ : ବର୍ତ୍ତମାନ ମହାନଦୀ ଓ ତାର ଶାଖା ନଦୀର ଜଳସ୍ତର ବୃଦ୍ଧି ପାଇ ବର୍ତ୍ତମାନ ବନ୍ୟା ଜଳ ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତକୁ ଆଖି ଆଗରେ ରଖି ରାଜ୍ୟ ଜଳସମ୍ପଦ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ , ମହାକାଳପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ନିର୍ବାଚନମଣ୍ଡଳୀର ବିଭିନ୍ନ ନଦୀତଟ ବର୍ତ୍ତ ଅଞ୍ଚଳ ଗ୍ରସ୍ତ କରି ବନ୍ୟା ଞ୍ଚଳ ପରିଦର୍ଶନ କରିବା ସହ ବିଭାଗୀୟ ଅଧିକାରୀ , ପ୍ରଶାସନିକ ଅଧିକାରୀ ସହ ଆଲୋଚନା କରିଛନ୍ତି ।
ଶନିବାର ଜଳସମ୍ପଦ ମନ୍ତ୍ରୀ ଶ୍ରୀଦାସ ଓ ବିଧାୟକ ଶ୍ରୀନାୟକ ମାର୍ଶାଘାଇ ବ୍ଲକର ଅନ୍ତେଇ , ବଟିରା , ମଙ୍ଗରାଜପୁର ପଞ୍ଚାୟତ ଗ୍ରସ୍ତ କରିବା ସହ ପାଇକା ନଦୀ ଅବବାହିକା ନିକଟବର୍ତ୍ତ ଗ୍ରାମଗୁଡିକ ଯଥା -ଦଶମାଣକୁଳ , ରତନପୁର ବନ୍ୟା ଘେରରେ ରହିଥିବା ଲୋକମାନଙ୍କୁ ଭେଟିଥିଲେ ପରେ ମନ୍ତ୍ରୀ ଓ ବିଧାୟକ ବ୍ଲକର ନାରାୟଣପୁର ବାଘୁଣୀ ସ୍ଲୁଇସ୍ ନିକଟରେ ପହଞ୍ଚô ଲଗାଣ ବର୍ଷାରେ ଗହଗା ପାଟ ।ଞ୍ଚଳ ବୁଲି ଦେଖିଥିଲେ ।
ମନ୍ତ୍ରୀ ଓ ବିଧାୟକଙ୍କ ଏହି ବନ୍ୟାଞ୍ଚଳ ଗ୍ରସ୍ତ ସମୟରେ ଡ୍ରେନେଜ ବିଭାଗରର ନିର୍ବାହୀ ଯନ୍ତ୍ରୀ ତୃଷାର କାନ୍ତ ମହାପାତ୍ର , ସହକାରୀ ନିର୍ବାହୀ ଯନ୍ତ୍ରୀ ଦୀପକ କୁମାର ମହାନ୍ତି , କନିଷ୍ଠ ଯନ୍ତ୍ରୀ ସତ୍ୟାନନ୍ଦ ମଲ୍ଲ , ପାଟକୁରା ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସମ୍ବିତ କୁମାର , କନିଷ୍ଠ ଯନ୍ତ୍ରୀ ଧୁଃଶାସନ ବାରିକ ନାରାୟଣପୁର ଜଳସମ୍ପଦ ଭିଭାଗର କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର ସାହୁଙ୍କ ସମେତ ସମାଜସେବୀ ଗଙ୍ଗାଧର ପରିଡା , ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ କୁମାର ମଲ୍ଲିକ , ଯୁବନେତା ସର୍ବେଶ୍ୱର ଦାସ , ମଙ୍ଗରାଜପୁର ସରପଞ୍ଚ ପ୍ରଦିପ ନାୟକ , ବଟିରା ସରପଞ୍ଚ ଅନିରୁଦ୍ଧ ଚଇନି ପ୍ରମୁଖ ଉପସ୍ଥିତ ଥିଲେ ।
ଅପରାହ୍ନରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବଲା ପାଇଁ ମହାକାଳପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମାର୍ଶାଘାଇ ଡାକବଙ୍ଗଳାର ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈ÷ଠକରେ ଯୋଗ ଦେଇଥିଲେ । ସମ୍ଭାବ୍ୟ ବନ୍ୟା ପରିସ୍ଥିତକୁ ଆଖି ଆଗରେ ରଖି ଭିଭିନ୍ନ ନଦୀ ବନ୍ଧବାଡରର ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ରଖାଯିବା, ବନ୍ୟା ପରିସ୍ଥିତର ମୁକାବଲା ପାଇଁ ଦେଶୀ ଓ ଯନ୍ତ୍ର ଚାଳିତ ବୋଟ , ଆବଶ୍ୟକ ଖାଦ୍ୟ ସାମଗ୍ରୀ , ପଲିଥିନ୍ , ଶୁଖିଲା ଖାଦ୍ୟ ସହ ସମସ୍ତ ପ୍ରକାରର ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।