ମାର୍ଶାଘାଇ : ମାର୍ଶାଘାଇ ବ୍ଲକର ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ l ମଙ୍ଗଳବାର ମନ୍ତ୍ରୀ ଶ୍ରୀନାୟକ ମଙ୍ଗରାଜପୁର, ବାଟିରା, ପରକୁଳା ପଂଚାୟତ ଗ୍ରସ୍ତ କରିବା ସହ ବନ୍ୟା ଘେରରେ ଥିବା ଲୋକ ମାନଙ୍କୁ ଭେଟି ଥିଲେ l
ଅପରାହ୍ନରେ ମନ୍ତ୍ରୀ ଶ୍ରୀ ନାୟକ ମାର୍ଶାଘାଇ ଡାକବଙ୍ଗଳାରେ ବନ୍ୟା ପରିସ୍ଥିତି ର ସମୀକ୍ଷା କରିଥିଲେ l ଏହି ସମୀକ୍ଷା ବୈଠକ ରେ ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପି. ରଥ, ଜଳସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଉମେଶ ସେଠି, ବିଡିଓ ଉମାଶଙ୍କର ବେହେରା ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ l