Odisha news

ବିବାହିତ କନ୍ୟାଙ୍କୁ ପିତାମାତା ଏହିସବୁ ଜିନିଷ ଆଦୌ ଉପହାର ଭାବରେ ଦେବା ଉଚିତ୍ ନୁହେଁ , ଏହା ଜୀବନ ରେ ଆଣିଥାଏ ଦୁଃଖ

0
ପ୍ରତ୍ୟେକ ପିତାମାତା ନିଜ କନ୍ୟା କୁ ବିଭା କରି ବିଦା କରିବା ସମୟରେ ଇଚ୍ଛା ରଖି ଥାଆନ୍ତି ତାଙ୍କ ଝିଅ ର ବୈବାହିକ ଜୀବନ ସୁଖମୟ ହେଉ ଓ ସେ ସର୍ବଦା ହସ ଖୁସିରେ ଜୀବନ ଅତିବାହିତ କରୁ । ପିତାମାତା ନିଜ କନ୍ୟାକୁ ଶାଶୁ ଘରକୁ ବିଦା କରିବା ସମୟରେ କିଛିଟା ଜିନିଷ ଉପହାର ଭାବରେ ଦେଇ ଥାଆନ୍ତି , ଯାହାକି ତାର ଜୀବନ ରେ ସୁଖ ସମୃଦ୍ଧି ଆଣିବାର ପ୍ରତୀକ ହୋଇଥାଏ । ଶାସ୍ତ୍ର ଅନୁସାରେ କିଛି ଏଭଳି ଉପହାର ବିଷୟରେ କୁହାଯାଇଛି ଯାହାକି ଝିଅ ମାନଙ୍କୁ ବିବାହ ପରେ ଦେବା ଉଚିତ୍ ନୁହେଁ । ଯାହା ତାଙ୍କ ଜୀବନ କୁ ପ୍ରଭାବିତ କରିଥାଏ ବୋଲି କୁହାଯାଇଛି ।
* ଝିଅ କୁ ବିଦା କରିବା ସମୟରେ କଦାପି ତା ସହିତ କୌଣସି ପ୍ରକାରର ଖଟା ଦ୍ରବ୍ୟ ଦେବା ଉଚିତ୍ ନୁହେଁ । ଏହା ତାର ବୈବାହିକ ଜୀବନ ରେ ବିଭିନ୍ନ ପ୍ରକାର ସମସ୍ୟା ଆଣିଥାଏ ବୋଲି କୁହାଯାଇଛି ।
* ଝିଅ ବିଦା ହୋଇ ଯିବା ସମୟରେ କଦାପି ତା ସହିତ ଝାଡୁ କିମ୍ବା ଛଞ୍ଚୁଣୀ ଦେବା ଉଚିତ୍ ନୁହେଁ । ଏଭଳି କରିବା ଦ୍ୱାରା ଜୀବନ ଉପରେ ଅନେକ କଷ୍ଟ ଓ ଦୁଃଖ ଆସିଥାଏ ।
* ଝିଅ ସହିତ କଦାପି ପିତା ଜିନିଷ ଦେବା ଉଚିତ୍ ନୁହେଁ । ଏହା ତାର ବୈବାହିକ ଜୀବନ ରେ ତିକ୍ତତା ଆଣିଥାଏ ଓ ଦୁଃଖ ଭରି ଦେଇଥାଏ ।
* ବିବାହିତ ଝିଅ ସହିତ ବିଦା କରିବା ସମୟ ରେ କଦାପି ଲଙ୍କା ଦେବା ଉଚିତ୍ ନୁହେଁ । ଏପରି କରିବା ଦ୍ବାରା ପରିବାର ସଦସ୍ୟ ମାନଙ୍କ ମଧ୍ୟରେ ମନୋମଳିନ୍ୟ ହୋଇପାରେ ।
* ଝିଅ କୁ ବିଦା କରିବା ସମୟରେ ଚୁଲି ଦିଅନ୍ତୁ କିମ୍ବା ନଦିଅନ୍ତୁ କିନ୍ତୁ କଦାପି ଦିଆସିଲି ଦେବା ଉଚିତ୍ ନୁହେଁ । ଦିଆସିଲି ତାର ସୁନ୍ଦର୍ ସମ୍ପର୍କ କୁ ନଷ୍ଟ ମଧ୍ୟ କରିପାରେ ।
* ଝିଅ ସହିତ କଦାପି ଘିଅ କିମ୍ବା ଲୁଣ ଦେବା ଉଚିତ୍ ନୁହେଁ । ଏହା ତାକୁ ରୁଣ ଭାରରେ ଦାବୀ ଦେଇଥାଏ । ଯାହାଦ୍ଵାରା ତାର ଜୀବନ ଦୁଃଖ ରେ ଭରି ଯାଇଥାଏ ।
Nalco
Leave A Reply