Odisha news

ନାଭିରେ ହଳଦୀର ତିଳକ ଲଗାଇବାର ଚମତ୍କାର ଲାଭ , ଦୂର କରିଥାଏ ଅନେକ ଶାରିରୀକ ସମସ୍ୟା

0
ଭାରତୀୟ ରୋଷେଇ ଘରେ ହଳଦୀ ର ବ୍ୟବହାର କେଉଁ ପୁରୁଣା ସମୟ ରୁ ରହିଛି । ହଳଦୀ କୁ ଖାଦ୍ୟ ରେ ବ୍ୟବହାର କରିବା ସହିତ ପୂଜା ପାଠ ରେ ମଧ୍ୟ ବ୍ୟବହାର କରାଯାଇଥାଏ । ହଳଦୀ ହେଉଛି ପ୍ରତ୍ୟେକ କାର୍ଯ୍ୟ ରେ ଶୁଭ ର ପ୍ରତୀକ। ହଳଦୀ ଗୋଟିଏ ଏଭଳି ପଦାର୍ଥ ଯାହାକି ବୈଜ୍ଞାନିକ ଓ ଶାସ୍ତ୍ର ଅନୁଯାୟୀ ଶରୀର ପାଇଁ ଖୁବ୍ ହିତକର । ଶାସ୍ତ୍ରରେ କୁହାଯାଇଛି ନିୟମିତ ହଳଦୀ ତିଳକ ମସ୍ତକ ରେ ଲଗାଇବା ଦ୍ଵାରା ଶରୀରର ସମସ୍ତ ଚକ୍ର ସୁଚାରୁ ରୁପେ କାର୍ଯ୍ୟ କରି ଥାଆନ୍ତି । ସେହିଭଳି ନାଭିରେ ଲଗାଇବା ଦ୍ଵାରା ମିଳିବ ଚମତ୍କାର ଲାଭ ।
* ମାନ୍ୟତା ଅନୁସାରେ କୁହାଯାଇଛି ଯେ ନାଭି ରେ ହଳଦୀ ର ତିଳକ ଲଗାଇବା ଶାସ୍ତ୍ର ଦୃଷ୍ଟିରୁ ଲାଭ ଦାୟକ ହୋଇଥିବା ସତ୍ତ୍ଵେ ଶାରିରୀକ ଦୃଷ୍ଟିରୁ ମଧ୍ୟ ହିତକର ।
* ନାଭି ରେ ହଳଦୀ ଲଗାଇବା ଦ୍ଵାରା ଶରୀର ଓ ମନ କୁ ଅନେକ ଲାଭ ମିଳିଥାଏ । ନାଭି କ୍ଷେତ୍ରରେ ହଳଦୀ ଗୋଟିଏ ଶକ୍ତିଶାଳୀ ଊର୍ଜା ଭାବରେ ଗ୍ରହଣ କରାଯାଇ ଥାଏ । ତେଣୁ ନାଭି କ୍ଷେତ୍ରରେ ହଳଦୀ ଲଗାଇବା ଦ୍ଵାରା ଶରୀର କୁ ଉର୍ଜା ମିଳିଥାଏ ।
* ହଳଦୀ ରେ ଆଣ୍ଟି ସେପ୍ଟିକ୍ ଗୁଣ , ଆଣ୍ଟି ଇମ୍ଫ୍ଲା ମେଟରୀ ଗୁଣ ଓ ଆଣ୍ଟି ଆକ୍ସିଡ଼ାଣ୍ଟ ଗୁଣ ରହିଥିବା କାରଣରୁ ଏହାକୁ ନାଭି କ୍ଷେତ୍ରରେ ଲଗାଇବା ଦ୍ଵାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ । ବିଭିନ୍ନ ସଂକ୍ରମଣ ରୁ ରକ୍ଷା କରିବା ସହିତ ରୋଗ ଠାରୁ ଦୂରେଇ ରଖିଥାଏ ।
* ନାଭି କ୍ଷେତ୍ରରେ ହଳଦୀ ଲଗାଇବା ଦ୍ଵାରା ଉତେଜନା , ଚିନ୍ତା ଓ ଅବସାଦ ଦୂର ହୋଇଥାଏ । ମାନସିକ ସ୍ଵାସ୍ଥ୍ୟ ଠିକ୍ ରହିଥାଏ ଏବଂ ମନ ଶାନ୍ତ ରୁହେ ।
* ଶାସ୍ତ୍ର ଅନୁଯାୟୀ ନାଭି ରେ ହଳଦୀ ଲଗାଇବା ଦ୍ଵାରା ଘରେ ଘଟୁଥିବା ବିଭିନ୍ନ ସମସ୍ୟା ରୁ ମୁକ୍ତି ମିଳିଥାଏ । ନାଭି ଶରୀରର ସେହି ସ୍ଥାନ ଯାହା ସାହାଯ୍ୟ ରେ ଆମର ପ୍ରାଣ ଶକ୍ତି ବାହାରକୁ ଆସିଥାଏ । ଅର୍ଥାତ୍ ଆମ କୁ ବଞ୍ଚିବା ପାଇଁ ଶକ୍ତି ମିଳିଥାଏ ।
* ଜ୍ୟୋତିଷ ଶାସ୍ତ୍ର ରେ କୁହାଯାଇଛି ଯେ ହଳଦୀ ବ୍ୟକ୍ତିର ଆକର୍ଷଣ କୁ ବୃଦ୍ଧି କରିଥାଏ । ଏବଂ ଏହାକୁ ନାଭି ରେ ଲଗାଇବା ଦ୍ଵାରା ପ୍ରେମ ରେ ନିବିଡତା ବୃଦ୍ଧି ହୋଇଥାଏ । ଅନ୍ୟ ସହିତ ସ୍ନେହ ର ସମ୍ପର୍କ ବୃଦ୍ଧି କରିଥାଏ ।
* ନାଭି ରେ ହଳଦୀ ଲଗାଇବା ଦ୍ଵାରା ଶରୀର ର ବାତ, ପିତ୍ତ ଓ କଫ ଦୋଷ ଦୂର ହୋଇଥାଏ । ଯାହାଦ୍ଵାରା ସମସ୍ତ ଶାରିରୀକ କଷ୍ଟ ଦୂର ହୋଇଥାଏ । ହଳଦୀ ତିଳକ ଶରୀର ରେ ରକ୍ତ ସଞ୍ଚାଳନ ବୃଦ୍ଧି କରିଥାଏ ଓ ସମସ୍ତ ଅଙ୍ଗ କୁ ପୋଷାକ ତତ୍ତ୍ଵ ପହଞ୍ଚାଇ ଥାଏ ।
Nalco
Leave A Reply