ନୂଆଦିଲ୍ଲୀ : ଦେଶସାରା ନୂଆ କୃଷି ନୀତିକୁ ନେଇ ବିରୋଧ ପ୍ରଦର୍ଶନ ଚାଲିଛି l ଚାଷୀମାନେ ନିଜ ହକର ଦାବି କରି ସରକାରଙ୍କ ସହିତ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି କିନ୍ତୁ ନିଜର ନିର୍ଣ୍ଣୟରେ ଅଟଳ ଅଟନ୍ତି l ଏହି ସମୟରେ ଗୋଟିଏ ରୋଚକ ଘଟଣା ସାମ୍ନାକୁ ଆସିଛି ଯାହା ପ୍ରଶଂସା ଯୋଗ୍ୟ ଅଟେ l ଘଟଣାଟି ପଞ୍ଜାବର ଯେଉଁଠାରେ ଗୋଟିଏ ପରିବାର ନିଜର ସମ୍ପର୍କୀୟ ଓ ସାଙ୍ଗ ସାଥି ମାନଙ୍କୁ ଅନୁରୋଧ କରିଛନ୍ତି ଯେ ଆମକୁ ବିବାହ ଉତ୍ସବରେ କୌଣସି ଉପହାର ନଦେଇ ଦିଲ୍ଲୀ ଓ ଏହାର ନିକଟବର୍ତୀ ଅଂଚଳରେ ଆନ୍ଦୋଳନ କରୁଥିବା ଚାଷୀ ମାନଙ୍କ ପାଇଁ ଫଣ୍ଡ ଜମା କରନ୍ତୁ l
ଏହି ଘଟଣାଟି ଚଣ୍ଡୀଗଡ଼ରୁ ପାଖାପାଖି ୨୫୦ କିଲୋମିଟର ଦୂର ପଞ୍ଜାବର ମୁକ୍ତସର ଅଞ୍ଚଳ ,ଯେଉଁଠାରେ ପରିବାର ସଦସ୍ୟ ଅତିଥି ମାନଙ୍କୁ ଅନୁରୋଧ କରିଥିଲେ ଯେ ଅଧିକରୁ ଅଧିକ ପଇସା ଦାନ କରିବା ପାଇଁ ଯାହା ଚାଷୀ ମାନଙ୍କ କାର୍ଯ୍ୟରେ ଲାଗି ପାରିବ l ସେମାନେ ଆୟୋଜନ ସ୍ଥଳରେ ଗୋଟିଏ ଦାନ ପେଟି ମଧ୍ୟ ରଖିଥିଲେ ଓ ଏହା ପରେ ନୁର୍ତ୍ୟ ମଞ୍ଚ ଉପରକୁ ଯାଇ ଅତିଥି ମାନଙ୍କୁ ପଇସା ଦାନ କରିବା ପାଇଁ ଅନୁରୋଧ କରିଥିଲେ l କହି ରଖୁଛୁ ଯେ ଆନ୍ଦୋଳନରେ ବସିଥିବା ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଅନେକ ଥର ଚର୍ଚା ହୋଇ ସରିଲାଣି କିନ୍ତୁ ବର୍ତମାନ ସୁଦ୍ଧା ଆନ୍ଦୋଳନ ସରି ନାହିଁ l
ଚାଷୀମାନେ କହିଛନ୍ତି ଯେ ଯେତେବେଳ ପର୍ଯ୍ୟନ୍ତ ନୂଆ ନୀତିକୁ ଫେରାଇ ନଇଯିବ ନାହିଁ ସେତେବେଳ ପର୍ଯ୍ୟନ୍ତ ଚାଷୀମାନେ ନିଜର ସଂଘର୍ଷ ଜାରି ରଖିଥିବେ l ମିଳିଥିବ ତଥ୍ୟ ଅନୁସରେ ସରକାରଙ୍କ ପକ୍ଷରୁ ଆନ୍ଦୋଳନ ରତ ଚାଷୀ ମାନଙ୍କୁ ଲିଖିତ ପ୍ରସ୍ତାବ ପଠାଇ ଦିଆଯାଇଛି l ଚାଷୀ ମନେ ସରକାରଙ୍କର ଷଷ୍ଠତମ ବୈଠକ ପୂର୍ବରୁ ଲିଖିତ ପ୍ରସ୍ତାବର ଦାବି କରିଥିଲେ l ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଆସିବା ପରେ ବର୍ତମାନ ସିନ୍ଧୁ ସୀମାରେ ଚାଷୀମନେ ବୈଠକ କରିବେ l ଏହି ବୈଠକ ପରେ ଅଗର ରଣନୀତି ପ୍ରସ୍ତୁତ କରାଯିବ l