Odisha news

ଘରର ଛାତ ଉପରେ  ଆମ୍ବ ଚାଷ

0

କିଛି ଲୋକ ଘରର ଛାତ ଓ ବାଲକୋନିରେ କିଚନ୍‌ ଗାର୍ଡନ୍‌ କରିଥାନ୍ତି । ହେଲେ ଏର୍ନାକୁଲମରେ ରହୁଥିବା ଜୋସେଫ୍‌ ଫ୍ରାନ୍ସିସ୍‌ (୬୨) ଛାତକୁ ‘ଆମ୍ବ ବଗିଚା’ରେ ପରିଣତ କରିଛନ୍ତି । ସେ ଛାତ ଉପରେ ୪୦ କିସମର ଆମ୍ବ ଚାଷ କରିଛନ୍ତି । ସେ ପେଶାରେ ଏସି ଟେକ୍ନିସିଆନ୍‌ ହୋଇଥିବା ବେଳେ ଚାଷ ତାଙ୍କ ରକ୍ତରେ ଅଛି । ସେ ଗୋଲାପ ଓ ଛତୁ ଆଦି ଚାଷରୁ ଖେତ ଆରମ୍ଭ କରିଥିଲେ । କିନ୍ତୁ ଆମ୍ବ ଚାଷ ତାଙ୍କୁ ପରିଚୟ ଦେଇଛି । ଜୋସେଫ୍‌ କହିଛନ୍ତି, ‘ଫୋର୍ଟ କୋଚିରେ ମୋ ନାନୀଙ୍କ ଘରେ ଅନେକ ପ୍ରକାର ଗୋଲାପ ଗଛ ଥିଲା ଓ କୋଚିର ଗୋଲାପର ବଡ଼ କଲେକ୍ସନ୍‌ ମଧ୍ୟ ଥିଲା । ଏଥିରୁ ମୋତେ ପ୍ରେରଣା ମିଳିଛି ଓ ନୁଆ ଘରକୁ ସିଫଫ ହେବା ପରେ ସ୍ତ୍ରୀଙ୍କ ସହ ମିଶି ଗୋଲାପ ଚାଷରୁ ଆରମ୍ଭ କରିଛି । ଏହାପରେ ସେ ଚିନ୍ତ କଲେ ଯଦି ବ୍ୟାଗ୍‌ରେ ଆମ୍ବ ବଢ଼ିପାରୁଛି ଛାତରେ କାହିଁକି ନୁହେଁ । ସେ ପିବିସି ଡ୍ରମ୍‌ରେ ଆମ୍ବ ଗଛ ଲଗାଇଲେ । ଏବେ ତାଙ୍କ ଛାତରେ ଅଲ୍‌ଫାନ୍ସୋ, ନିଲମ, ମାଲଗୋେୱା ଭଳି ୪୦ରୁ ଅଧିକ କିସମର ଆମ୍ବ ଅଛି ଯାହା ବର୍ଷକୁ ଦୁଇଥର ଫଳ ଦେଉଛି । ଏଥିସହ ଅମୃତଭଣ୍ଡା, କଲାରା ଓ ଭେଣ୍ଡି ଆଦି ପନିପରିବା ଚାଷ କରିଛନ୍ତି । ପ୍ରତି ରବିବାର ଅତିକମ୍‌ରେ ୨୦ ଜଣ ତାଙ୍କ ଛାତକୁ ଦେଖିବାକୁ ଆସୁଛନ୍ତି ।

Leave A Reply