Odisha news

ଦୁଇ ପିକଅପ୍ ଗାଡ଼ି ମୁହାଁମୁହିଁ ଧକ୍କା ; ଜଣେ ଚାଳକ ଗୁରୁତର

0
ମଙ୍ଗଳପୁର  : କୁଆଖିଆ-କୟାଁଗୋଲା ୨୦ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ଦଶରଥପୁର ବ୍ଲକ୍ ରାମବାଗ ଛକ ନିକଟରେ ୨ ପିକଅପ୍ ଗାଡ଼ି ମୁହାମୁହିଁ ଧକ୍କା ହେବାରୁ ଜଣେ ପିକଅପ୍ ଚାଳକ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ସୂଚନା ମୁତାବକ ଗୁରୁବାର ଅପରାହ୍ନରେ ଏକ ବାଉଁଶ ବୋଝେଇ ପିକଅପ୍ ଗାଡ଼ି ବଉଳାଙ୍ଗରୁ ଆସୁଥିବା ବେଳେ ବିପରୀତ ଦିଗରୁ ଯାଜପୁର ଟାଉନ ଆଡ଼ୁ ଯାଉଥିବା ଅନ୍ୟ ଏକ ପିକଅପ୍ ଗାଡ଼ି ଭାରସାମ୍ୟ ହରାଇ ରାମବାଗ ଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଯାଜପୁର ଟାଉନ୍ ପଟୁ ଯାଉଥିବା ପିକଅପ୍ ଗାଡ଼ି ଚାଳକ ଗୁରୁତର ଆହତ ହୋଇଥିଲେ । ଖବର ପାଇ ରାମବାଗ ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଂଚି ଆହତ ପିକଅପ୍ ଚାଳକଙ୍କୁ ଆମ୍ବୁଲାନ୍ସ ଦ୍ୱାରା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସହିତ ଦୁର୍ଘଟଣାଗ୍ରସ୍ଥ ୨ ପିକଅପ୍ ଗାଡ଼ିକୁ ହେଫାଜତକୁ ନେଇ ଅଧିକ ତଦନ୍ତ ଜାରି ରହିଛି ।
Leave A Reply