୧୮୫୭ ର କ୍ରାନ୍ତିର ଅଗ୍ରଦୂତ ଓ ସ୍ୱାଧୀନତାର ସଂଗ୍ରାମରେ ଭାଗିଦାର ହୋଇଥିବା ବୀରପୁତ୍ର ମଙ୍ଗଳ ପାଣ୍ଡେ ଙ୍କ ବିଷୟରେ ଆମେ ସମସ୍ତେ ଅଳ୍ପ ବହୁତେ ଜାଣିଚୁ l ଆଜିମଧ୍ୟ ଭାରତୀୟ ମାନେ ତାଙ୍କର ବୀରତ୍ୱ ର ଗାଥା ଗାଇ ଗର୍ବ ଅନୁଭବ କରନ୍ତି l ମଙ୍ଗଲ ପାଣ୍ଡେ ଙ୍କ ଜନ୍ମ ୧୯ ଜୁଲାଇ ୧୮୨୭ ରେ ବଳିୟା ଜିଲ୍ଲାର ନଗବା ଗ୍ରାମ ରେ ଗୋଟିଏ ସାମାନ୍ୟ ବ୍ରାହ୍ମଣ ପରିବାରରେ ହୋଇଥିଲା l ତାଙ୍କ ପିତା ଦିବାକର ପାଣ୍ଡେ ତଥା ମାତା ଙ୍କ ନାମ ଅଭୟ ରାନୀ ଥିଲା l ମଙ୍ଗଳ ପାଣ୍ଡେ ପିଲାଟି ଦିନରୁ ସାହସୀ ଥିଲେ ଓ ଖୁବ ଗମ୍ଭୀର ସ୍ଵଭାଵ ର ଥିଲେ l
ମଙ୍ଗଳ ପାଣ୍ଡେ ଙ୍କ ନାମ ଭାରତୀୟ ସ୍ୱାଧୀନତା ସଂଗ୍ରାମ ରେ ଜଣେ ଅଗ୍ରଣୀ ଯୋଦ୍ଧା ମାନଙ୍କ ମଧ୍ୟରେ ନିଆଯାଇ ଥାଏ l ତାଙ୍କ ଦ୍ୱାରା ଉଦ୍ଜୀବିତ ହୋଇଥିବା କ୍ରାନ୍ତୀର ଜ୍ୱାଳା ଇଷ୍ଟ ଇଣ୍ଡିଆ କମ୍ପାନୀ ର ଶାସନ କୁ ଦୋହଲାଇ ଦେଇଥିଲା l ଇଷ୍ଟ ଇଣ୍ଡିଆ କମ୍ପାନୀ ଯାହାକି ଭାରତକୁ ବ୍ୟବସାୟ କରିବାକୁ ଆସିଥିଲା, ସେ ଯେତେବେଳେ ଭାରତକୁ ନିଜ ଅଧୀନ ରେ କରିଥିଲା ସେତେବେଳେ ଲଣ୍ଡନ ରେ ବସିଥିବା ଇଷ୍ଟ ଇଣ୍ଡିଆ କମ୍ପାନୀର ର ବଡ଼ବଡ଼ ଗୋରା ସାହେବ ମାନେ ଜାଣି ନଥିଲେ ଯେ ମଙ୍ଗଳ ପାଣ୍ଡେ ନାମକ ଗୋଟିଏ ତୋଫାନ ଭାରତୀୟ ସ୍ୱାଧୀନତା ରେ ଇତିହାସ ରେ ନିଜ ନାମକୁ ସ୍ବର୍ଣ୍ଣ ଅକ୍ଷର ରେ ଲେଖିଥିଲେ l
– ୧୮୪୯ ରେ ମଙ୍ଗଳ ପାଣ୍ଡେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ର ସେନା ରେ ଶାମିଲ ହୋଇଥିଲେ l ମଙ୍ଗଳ ପାଣ୍ଡେ ଙ୍କ ମନରେ ଇଷ୍ଟ ଇଣ୍ଡିଆ କମ୍ପାନୀର ସ୍ୱାର୍ଥ ନିତୀ ଯୋଗୁଁ ମନରେ ଘୃଣା ଭାବ ଥିଲା l
– ଇଷ୍ଟ ଇଣ୍ଡିଆ କମ୍ପାନୀର ସୈନ୍ୟ ମାନେ ବ୍ୟବହାର କରୁଥିବା ଗୋଟିଏ ରାଇଫଲ ଯାହାର ନାମ ଥିଲା ଏନଫିଲଡ ପି-53 l ଯାହାକୁ ବ୍ୟବହାର କରିବା ପୂର୍ବରୁ ଦାନ୍ତରେ ଖୋଲିବାକୁ ପଡୁଥିଲା l ଏବଂ ଏହା ଘୁଷୁରୀ ଚମଡା ରେ ଲଗାଯାଇ ଥିଲା l ତେଣୁ ଏହା ଉଭୟ ହିନ୍ଦୁ ଓ ମୁସମାନ ସୈନିକ ଙ୍କ ମନରେ ଇଂରେଜ ସରକାର ବିରୁଦ୍ଧରେ ଆକ୍ରୋଶ ଆଣିଥିଲା l
– ଏହାପରେ ଫେବୃଆରୀ ୯ ତାରିଖ ୧୮୫୭ ରେ ମଙ୍ଗଳ ପାଣ୍ଡେ ଦେଶରେ ସୈନ୍ୟ ବିଭାଜନ ହୋଇଥିଲା ଏହାକୁ ନେଇ ମଙ୍ଗଳ ପାଣ୍ଡେ ବିଦ୍ରୋହ କରିଥିଲେ l ଏହାପରେ ଇଷ୍ଟ ଇଣ୍ଡିଆ କମ୍ପାନୀ ର ଗୋରା ସାହେବ ତାଙ୍କ ଠାରୁ ହତିଆର ଓ ପୋଷାକ ଛଡାଇ ନେବା ପାଇଁ ଆଦେଶ ଦେଇଥିଲେ l ଯାହାକୁ ମଙ୍ଗଳ ପାଣ୍ଡେ ମାନି ନଥିଲେ l
– ସେ ରାଇଫଲ ଛଡ଼ାଇବାକୁ ଆସୁଥିବା ଇଂରେଜ ଅଫିସର ହ୍ୟୁସନ ଙ୍କ ଉପରକୁ ଆକ୍ରମଣ କରିଦେଲେ ଓ ସେଠାରେ ହ୍ୟୁସନ ଙ୍କର ମୃତ୍ୟୁ ହୋଇଥିଲା l
– ଏହାପରେ ମଙ୍ଗଳ ପାଣ୍ଡେ ୧୮୫୭ ମାର୍ଚ୍ଚ ୨୯ ତାରିଖରେ ବେରକପୁର ରେ ଇଂରେଜ ସରକାର ବିରୁଦ୍ଧରେ ବିଦ୍ରୋହ ଡାକରା ଦେଇଥିଲେ l ସେଥିପାଇଁ ତାଙ୍କୁ ଭାରତୀୟ କ୍ରାନ୍ତୀ ର ଅଗ୍ରଦୂତ ବୋଲି କୁହାଯାଇ ଥାଏ l
– ଏହି ଘଟଣା ପରେ ଇଂରେଜ ସରକାର ମଙ୍ଗଳ ପାଣ୍ଡେ ଙ୍କୁ ଗିରଫ କରି ଫାସୀ ଖୁଣ୍ଟରେ ଝୁଲାଇ ଦେଇଥିଲେ l
– ୧୮୫୭ ର ସ୍ୱାଧୀନତା ର କ୍ରାନ୍ତୀ ର ନାୟକ ଥିଲେ ମଙ୍ଗଳ ପାଣ୍ଡେ l ମଙ୍ଗଳ ପାଣ୍ଡେ ଙ୍କ ଦ୍ୱାରା କରାଯାଇଥିବା ଏହି ବିଦ୍ରୋହ କୁ ପ୍ରଥମ ସ୍ୱତନ୍ତ୍ରତା ସଂଗ୍ରାମ କୁହାଯାଇ ଥାଏ l ଯେଉଁଥିରେ ସୈନିକ, ରାଜା, କୃଷକ, ଶ୍ରମିକ ଙ୍କ ସହିତ ସମସ୍ତ ସାମାନ୍ୟ ବର୍ଗର ଲୋକେ ଶାମିଲ ଥିଲେ l
– ମଙ୍ଗଳ ପାଣ୍ଡେ ଙ୍କୁ ଅପ୍ରେଲ ୧୮ ୧୮୫୭ ରେ ଫାସୀ ଦେବାର ଥିଲା କିନ୍ତୁ ତାହା ୧୦ଦିନ ପୂର୍ବରୁ ୮ ଅପ୍ରେଲ ରେ ଦିଆଯାଇ ଥିଲା l