ମନ୍ଦାର ଫୁଲର ବ୍ୟବହାର ଉଭୟ ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ କରାଯାଇ ଥାଏ । ଏହା ପୋଷକତତ୍ୱରେ ଭରପୁର ଅଟେ । ମଧୁମେହ ରୋଗୀ ମାନଙ୍କର ଉପଚାର ପାଇଁ ମନ୍ଦାର ଫୁଲର ପ୍ରୟୋଗ ହୋଇଥାଏ । କେଶ ଝଡ଼ିବା ଠାରୁ ନେଇ କେଶର ବିଭିନ୍ନ ଅସୁବିଧା ପାଇଁ ମନ୍ଦାର ଫୁଲ ପ୍ରୟୋଗ ହୋଇଥାଏ ।
* ମନ୍ଦାର ଫୁଲରେ ଭିଟାମିନ ଆଣ୍ଟି ଅକ୍ସିଡାଣ୍ଟ ରହିଛି । ପେଟର ବିଭିନ୍ନ ସମସ୍ୟା ଯେପରିକି ନାଳ ଅନ୍ତ କୋଷରେ ଯନ୍ତ୍ରଣା ଓ ଗ୍ୟାସ ସମସ୍ୟା ପାଇଁ ମନ୍ଦାର ଫୁଲର ପ୍ରୟୋଗ ହୁଏ ।ସେଥିପାଇଁ କିଛି ମନ୍ଦାର ଫୁଲକୁ ଉଷୁମ ପାଣିରେ ବତୁରାଇ ଏହାର ନାଳ ପ୍ରସ୍ତୁତ କରାଯାଏ । ଏହି ନାଳରେ ଗୋଟିଏ ଚାମଚ ଅଁଳା ଗୁଣ୍ଡ ମିଶାଇ ପିଇବା ଦ୍ବାରା ପେଟ ଜନିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ ।
* କେଶରୁ ରୁପିର ସମସ୍ୟାକୁ ଦୂର କରିବା ପାଇଁ ମନ୍ଦାର ଫୁଲକୁ ବାଟି ସେଥିରେ ଏଲୋଭେରା ଜେଲ୍ ମିଶାଇ କେଶ ମୂଳରେ ଘଷିବା ଦ୍ବାରା ରୁପି ସମସ୍ୟା ଦୂର ହୋଇଥାଏ । ତା ସହିତ ମନ୍ଦାର ଫୁଲ ମଧ୍ୟ କେଶ ଝଡ଼ିବା ଦୂରେଇ ଥାଏ ।
* ଉଚ୍ଚ ରକ୍ତଚାପ ରୋଗୀ ମାନେ ରକ୍ତଚାପରୁ ଆରାମ ପାଇବା ପାଇଁ ମନ୍ଦାର ଫୁଲ ଜୁଷ୍ ସେବନ କରନ୍ତି । ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ କିଛି ମନ୍ଦାର ଫୁଲକୁ ନେଇ ପାଣିରେ ବତୁରାଇ ରଖନ୍ତୁ ।ଏହାପରେ କିଛି ସମୟ ଯିବା ପରେ ଏହାକୁ ଚକଟି ସେବନ କରିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ ।
*ଥଣ୍ଡା କାଶ ସମୟରେ ମନ୍ଦାର ଫୁଲର ବ୍ୟବହାର କରାଯାଏ । ଏଥିରେ ଭିଟାମିନ ସି ଭରପୁର ମାତ୍ରାରେ ରହିଛି ତେଣୁ ମନ୍ଦାର ଫୁଲରେ ପ୍ରସ୍ତୁତ ଚା ସେବନ କରି ଆରାମ ମିଳିଥାଏ ।
* ସାରା ବିଶ୍ବରେ ଲୋଲେଷ୍ଟ୍ରାଲ ଏକ ସାଧାରଣ ସମସ୍ୟା । ମନ୍ଦାର ଫୁଲ ରସ ପ୍ରାକୃତିକ ଉପାୟରେ ଶରୀରରୁ କଲେଷ୍ଟ୍ରାଲ ସ୍ତରକୁ କମ୍ କରିଥାଏ ।
* ଆମ ଦେଶରେ ଅଧିକାଂଶ ମହିଳା ଆଇରନ ଓ ରକ୍ତ ହୀନତା କାରଣରୁ ଏନିମିଆରେ ପୀଡ଼ିତା ହୋଇ ଥାଆନ୍ତି । ମନ୍ଦାର ଫୁଲରେ ଅଧିକ ମାତ୍ରାରେ ଆଇରନ ରହିଥିବା କାରଣରୁ ରକ୍ତ ହୀନତା ଅସୁବିଧାକୁ ଦୂରେଇ ଥାଏ ତେଣୁ ଆପଣ ମନ୍ଦାର ଫୁଲ ରସ ସେବନ କରନ୍ତୁ ।
Comments are closed.