Odisha news

ସାର ପାଇଁ ଜାତୀୟ ରାଜପଥ ଅବରୋଧ କଲେ ଚାଷୀ। ଚାଷୀ ଙ୍କୁ ବିଜେପି ର ସମର୍ଥନ

ବୋରିଗୁମ୍ମା (କେ.ସାକିଲି ଦୋରା)—-ସମଗ୍ର ରାଜ୍ୟରେ ୟୁରିଆ ଓ ପଟାସ ସାର ପାଇଁ ଚାଷୀ ହାହାକାର।ୟୁରିଆ ଓ ପଟାସ ସାର ଠିକ ଭାବେ ସରକାର ଯୋଗାଇବାରେ ବିଫଳ ହେତୁ କେଉଁଠି ଚାଷୀ ହରତାଳ କରୁଛନ୍ତି ତ କେଉଁଠି ଚାଷୀ ଲ୍ୟାମ୍ପ ଘେରାଉ କରୁଛନ୍ତି। ତଥାପି ସରକାର ଙ୍କ ଚେତା ପଶୁ ନାହିଁ। ବୋରିଗୁମ୍ମା ବ୍ଳକ ରେ ସାର ପାଇଁ ରଣହୁଙ୍କାର ଦେଲେଣି ଚାଷୀକୁଳ।ଗତ କିଛି ଦିନ ତଳେ କାମତା ଲ୍ୟାମ୍ପ କୁ ସାର ପାଇଁ ଘେରାଓ କରିବା ସହ ରାସ୍ତା ଅବରୋଧ କରିଥିଲେ।
ବର୍ତ୍ତମାନ ବୋରିଗୁମ୍ମା ଲ୍ୟାମ୍ପ ଅଧୀନ ରେ ଆସୁଥିବା ଚାଷୀମାନେ ୟୁରିଆ ସାର ପାଇଁ ୬୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ବୋରିଗୁମ୍ମା ଲ୍ୟାମ୍ପ ଅଧିନ ରେ ୧୬ ଗୋଟି ପଞ୍ଚାୟତ ରହିଛି। ସବୁ ପଞ୍ଚାୟତ ର ଚାଷୀ ମାନେ ଲ୍ୟାମ୍ପ ଘେରାଓ କରିବା ସହ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ରେଙ୍ଗାଲଗୁଡା ର ଚାଷୀ ପର୍ଶୁରାମ ବିଶୋଇ କହିଛନ୍ତି ଯେ ସେ ଛଅ ଏକର ଜମିରେ ଧାନ ଚାଷ କରୁଛନ୍ତି। ଧାନ ତଳି ରୋଇବାର ୧୫ ରୁ ୨୦ ଦିନ ମଧ୍ୟରେ ୟୁରିଆ ସାର ଦେବା ର ନିୟମ ରହିଛି। ବର୍ତ୍ତମାନ ତଳି ରୋଇବାର ୨୫ ଦିନ ବିତିଲାଣି କିନ୍ତୁ ୟୁରିଆ ସାର ନ ମିଳିବାରୁ ସେ ଜମିରେ ସାର ପକାଇପାରୁ ନାହାନ୍ତି।
ସେହିଭଳି ଚାଷୀ ମଦନ ଗୌଡ଼, ପତି ଯାନୀ, ରାମେଶ୍ୱର ପରଜା, ରତ୍ନାକର ମୁଦୁଲି, ପଦ୍ମନ ମୁଦୁଲି ପ୍ରମୁଖ ୟୁରିଆ ସାର ନ ମିଳିବା ଯୋଗୁଁ ଧାନ ଜମିରେ ସାର ପକାଇବାରୁ ବଞ୍ଚିତ ହେଉଛନ୍ତି। ଅନ୍ୟପଟେ ଚାଷୀ ଙ୍କ ଜାତୀୟ ରାଜପଥ ଅବରୋଧ କୁ ଭରପୁର ସମର୍ଥନ କରିଛି ବିଜେପି। ବୋରିଗୁମ୍ମା ମଣ୍ଡଳ ବିଜେପି ସଭାପତି  ରାଜ ସିଂ ଙ୍କ ନେତୃତ୍ବରେ ବିଜେପି କର୍ମୀ ମାନେ ଚାଷୀ ଙ୍କ ଆନ୍ଦୋଳନ କୁ ସମର୍ଥନ କରିଛନ୍ତି। ଚାଷୀ ଙ୍କ ସାର ଯୋଗାଣ ଠିକ ଭାବେ ନ ହେବା ପର୍ଯ୍ୟନ୍ତ ଚାଷୀଙ୍କ ଆନ୍ଦୋଳନ କୁ ସମର୍ଥନ କରିବ ବିଜେପି। ଘଟଣା ସ୍ଥଳରେ ସ୍ଥାନୀୟ ତହସିଲଦାର ସୁବାସ ଚନ୍ଦ୍ର ରଇତ ଆସି ଚାଷୀମାନଙ୍କୁ ବୁଝାସୁଝା କରିଥିଲେ ହେଁ ଚାଷୀ ମାନେ ଶୁଣି ନ ଥିଲେ।
ତେବେ ସାର ଯୋଗାଣ ସମ୍ପର୍କରେ ଲ୍ୟାମ୍ପ ର ପରିଚାଳନା ନିର୍ଦ୍ଦେଶକ କିରଣ ପାତ୍ର କୁ ପଚାରିବାରେ ସେ କହିଥିଲେ ଲ୍ୟାମ୍ପ କୁ ଚଳିତ ଖରିଫ ରେ ୟୁରିଆ ସାର ୬୦୦୦ କ୍ୱିଣ୍ଟାଲ ଟାର୍ଗେଟ ଥିବା ବେଳେ ଏପର୍ଯ୍ୟନ୍ତ ୧୯୮୯ କ୍ୱିଣ୍ଟାଲ ୟୁରିଆ ଆସିଛି। ସେହିଭଳି ପଟାସ ସାର ୨୫୦୦ କ୍ୱିଣ୍ଟାଲ ଆସିବା ଟାର୍ଗେଟ ଥିବା ବେଳେ ଏପର୍ଯ୍ୟନ୍ତ ୮୭୫ କ୍ୱିଣ୍ଟାଲ ପଟାସ ସାର ଆସିଥିବା ଶ୍ରୀ ପାତ୍ର କହିଛନ୍ତି।ଆନ୍ଦୋଳନରେ ବିଜେପି ର ବରିଷ୍ଠ ନେତା ଗୌତମ ସାମନ୍ତରାୟ, ତୁଳସିରାମ ପାଣିଗ୍ରାହୀ, ମନୋଜ କୁମାର ଗନ୍ତାୟତ, ବସନ୍ତ ମେହେର, ବୃନ୍ଦାବନ ଦାସ, ରିତେଶ ବିଶୋଇ, ସବିତା ବିଶୋଇ, ନିରଞ୍ଜନ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ।
IEC 2 years

Comments are closed.