ବୋରିଗୁମ୍ମା (କେ.ସାକିଲି ଦୋରା)—ପବିତ୍ର ସ୍ବାଧୀନତା ଦିବସ ରେ ବୋରିଗୁମ୍ମା ଠାରେ ମା ଭୈରବୀ ଭଣ୍ଡାରୀ ସଙ୍ଘ ଗଠିତ ହୋଇଯାଇଛି।ନୂତନ ଭଣ୍ଡାରୀ ସଙ୍ଘ ର ଉପଦେଷ୍ଟା ଭାବେ ବରିଷ୍ଠ ଆଇନଜୀବୀ ଲାଲୁ ଷଡ଼ଙ୍ଗୀ ରହିଥିବା ବେଳେ ଅନ୍ୟ ଜଣେ ଉପଦେଷ୍ଟା ଭାବେ ବରିଷ୍ଠ ସାମ୍ବାଦିକ ବିଜୟ ନାରାୟଣ ସାହୁ ରହିଛନ୍ତି।ସେହିଭଳି ସଭାପତି ଭାବେ Y.ରାଜେଶ ଙ୍କୁ ମନୋନୀତ, କରାଯାଇଥିବା ବେଳେ ଉପ ସଭାପତି ଭାବେ ମୁରଲୀ ଡାକୁଆ, ସାଧାରଣ ସମ୍ପାଦକ ଭାବେ ଜି.ବସନ୍ତ ରାଓ, ସମ୍ପାଦକ ଭାବେ କେ.ଗୌରୀ,କୋଷାଧ୍ୟକ୍ଷ ଭାବେ ଭି.ଶ୍ରୀନୁ ଙ୍କୁ ମନୋନୀତ କରାଯାଇଛି। ସେହିପରି କାର୍ଯ୍ୟକାରିଣୀ ସଦସ୍ୟ ଭାବେ Y.ଉପେନ୍ଦ୍ର, ଭି.ତ୍ରିପତି,ଏ.ନବୀନ,Y. ସୁରେଶ,Y. ଶିବା ଙ୍କୁ ମନୋନୀତ କରାଯାଇଛି। ପବିତ୍ର ସ୍ବାଧୀନତା ଦିବସ ରେ ସଂଘ ର ଉପଦେଷ୍ଟା ଲାଲୁ ଷଡ଼ଙ୍ଗୀ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିରେ ଭଣ୍ଡାରୀ ସଂଘ ର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ।

Comments are closed.