ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ଲକଡାଉନ ସମୟରେ ରେଳଡବା ମରାମତି ସହିତ କୋଭିଡି ସମ୍ପର୍କିତ ସୁରକ୍ଷା ଓ ଜନମଙ୍ଗଳକାରୀ ଉପକରଣ ପ୍ରସ୍ତୁତ କରି ସମୟ ବିନିଯୋଗ କରିଛି
√● ଲକ ଡାଉନ ସମୟରେ କୋଭିଡ୍ ରୋଗୀଙ୍କ ପାଇଁ 51 ଟି ଆଇସୋଲେସନ କୋଚ ପ୍ରସ୍ତୁତ |
√● 3743 ଲିଟର ସାନିଟାଇଜର ଏବଂ 7732 ମାସ୍କ ପ୍ରସ୍ତୁତ |
√● 61 ଟି ଅମ୍ଳଜାନ ସିଲିଣ୍ଡର ଷ୍ଟାଣ୍ଡ ଏବଂ ୧୦ଟି ମେଡିକାଲ ଉପକରଣ ଟ୍ରଲି ପ୍ରସ୍ତୁତ |
√● ୩୫ ଟି ପେଡାଲ ବ୍ୟବହୃତ ସାନିଟାଇଜର ଡିସପେନସର୍ ଏବଂ 21 ପେଡାଲ ବ୍ୟବହୃତ ଅପରେଟେଡ୍ ହ୍ୟାଣ୍ଡ୍ ୱାଶ୍ ବେସିନ ପ୍ରସ୍ତୁତ |
√● 222 ଟି ରେଳ କୋଚ୍ ମରାମତି କରାଯାଇ ବିଭିନ୍ନ ରେଳମଣ୍ଡଳକୁ ପଠାଯାଇଛି |
ଲକଡାଉନ୍ ସମୟରେ, ଯେତେବେଳେ ପାସେଞ୍ଜର ଟ୍ରେନ୍ ଚଳାଚଳ ବନ୍ଦ ହୋଇଯାଇଥିଲା ସେତେବେଳେ କେବଳ କିଛି ସ୍ପେଶାଲ୍ ଟ୍ରେନ୍ ଏବଂ ଶ୍ରମିକ୍ ସ୍ପେଶାଲ୍ ଟ୍ରେନ ଚଳାଚଳ କରାଯାଇଥିଲା ଯାହାକି ପ୍ରବାସୀ ମାନଙ୍କୁ ସେମାନଙ୍କ ଘରକୁ ପଠାଯାଉଥିଲା | ଏହା ବ୍ୟତୀତ ଅତ୍ୟାବଶ୍ୟକ ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣ ବଜାୟ ରଖିବା ପାଇଁ ମାଲ ପରିବହନ ଏବଂ ପାର୍ସଲ ଟ୍ରେନ ଚଳାଚଳକୁ ଗୁରୁତ୍ୱ ଦିଆଯାଇଥିଲା | ଅତିରିକ୍ତ କାର୍ଯ୍ୟ ବୃଦ୍ଧି ପାଇଁ ପୂର୍ବତଟ ରେଳପଥ ସୁଚିନ୍ତିତ ପଥରେ ଏହି ଲକଡାଉନ୍ ସମୟକୁ ଭଲଭାବେ ବିନିଯୋଗ କରିପାରିଛି |
ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ଭାରତୀୟ ରେଳବାଇର ଏକ ସମ୍ମାନଜନକ ସ୍ଥାନ ଗ୍ରହଣ କରି ଦେଶର ବିକାଶରେ ସହାୟକ ଭୂମିକା ଗ୍ରହଣ କରି ଆସୁଅଛି I କୋଚ ମରାମତି କ୍ଷେତ୍ରରେ ଏହି କାରଖାନା ୯୫ ପ୍ରତିଶତ କାର୍ଯ୍ୟ ଦକ୍ଷତା ହାସଲ କରି ପାରିଛି I